ପିପିଏଲ ଡିଏଭି ସ୍କୁଲର ବାର୍ଷିକ ଉସôବ
ପାରାଦୀପ : ପିପିଏଲ ସ୍ଥିତ ଡିଏଭି ପବ୍ଲିକ ସ୍କୁଲର ୩୮ ତମ ବାର୍ଷିକ ଉସôବ ‘ଆରଙ୍ଗମ୍’ - ‘ଉସôବ ଏକତାର ସର୍ଜନା ସ୍ମୃତିର’ ଏପ୍ରିଲ ୧୨ ତାରିଖ ଶନିବାର ଦିନ ବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି । ପାରମ୍ପରିକ ଭାବେ କାର୍ଯ୍ୟକ୍ରମ ଉଦ୍ଘାଟନ ପରେ ପିପିଏଲର ସିଇଓ ପାଲାନିସାମି ଭେଲୁସାମି ତଥା ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଅତିଥି ମାନଙ୍କୁ ଆନୁଷ୍ଠାନିକ ଭାବେ ସ୍ୱାଗତ କରିଥିଲେ । ବିଦ୍ୟାଳୟର ଅଧ୍ୟକ୍ଷ ସଞୀବ କୁମାର ସାହୁ ବାର୍ଷିକ ବିବରଣୀ ପାଠ କରିଥିଲେ । ନିମନ୍ତ୍ରିତ ଗଣ୍ୟମାନ୍ୟ ଅତିଥି ମାନଙ୍କ ମଧ୍ୟରେ ପାରାଦ୍ୱୀପ ତୈଳ ବିଶୋଧନାଗାର ର ମୁଖ୍ୟ ତଥା ଏକ୍ଜିକୁ୍ୟଟିଭ ଡାଇରେକ୍ଟର କୌଶିକ ବାସୁ ଏହି ଉସôବରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଡିଏଭି ର ଐତିହ୍ୟ ଓ ସୁଖ୍ୟାତି ବିଷୟରେ ବର୍ଣ୍ଣନା କରିବା ସହିତ ଏହି ବିଦ୍ୟାଳୟର ଅତୀତ ଗୌରବକୁ କିପରି ଅକ୍ଷୁର୍ଣ୍ଣ ରଖା ଯାଇପାରିବ ସେ ଦିଗରେ ପ୍ରୟାସ ଜାରି ରଖିବା ପାଇଁ ଛାତ୍ରଛାତ୍ରୀ ତଥା ଅଭିଭାବକ ମାନଙ୍କୁ ନିବେଦନ କରିଥିଲେ । ସମ୍ମାନିତ ଅତିଥି ରୂପେ ପାରାଦ୍ୱୀପ ସ୍ଥିତ ପୂର୍ବ ତଟ ରେଳବାଇର ଉପ ଆଞ୍ଚଳିକ ପରିଚାଳକ ଅର୍ଘ୍ୟ ପଟ୍ଟନାୟକ ଯୋଗ ଦେଇ ନିଜ ଛାତ୍ର ଜୀବନର ନିରନ୍ତର ସଂଘର୍ଷ ଓ ସଫଳତା ବିଷୟରେ ବର୍ଣ୍ଣନା କରିବା ସହ ପିପିଏଲ ତଥା ଆଖପାଖ ଅଞ୍ଚଳର ଲୋକେ ରେଳଫାଟକ ଯୋଗୁଁ ଭୋଗୁଥିବା ସମସ୍ୟା ଯୋଗୁଁ ସହାନୁଭୂତି ପ୍ରକଟ କରିଥିଲେ ଓ ଧୈର୍ଯ୍ୟ ,ସହିଷ୍ଣୁତାର ସହିତ ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହେବା ପାଇଁ ପରାମର୍ଶ ଦେଇଥିଲେ । ଅତିଥି ଗଣ ୨୦୨୪-୨୫ ଶିକ୍ଷାବର୍ଷର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ଏକାଧିକ ଶିକ୍ଷକ/ଶିକ୍ଷୟିତ୍ରୀ ଓ ସଂଖ୍ୟାଧିକ କୃତି ଶିକ୍ଷାର୍ଥୀ ମାନଙ୍କୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରିଥିଲେ । ବିଭିନ୍ନ ଶ୍ରେଣୀର ପିଲାମାନଙ୍କ ଦ୍ୱାରା ପରିବେଷିତ ଲୋକ ନୃତ୍ୟ, ଆଧୁନିକ ନୃତ୍ୟ, ଏକାଙ୍କିକା ଉପସ୍ଥିତ ଦର୍ଶକ ମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲା । ଦର୍ଶକଙ୍କ କରତାଳି ରେ ପରିବେଶ ବେଶ୍ ସରଗରମ ହୋଇ ଉଠିଥିଲା ।