ମୋବାଇଲ ଚୋର ଗିରଫ
ପୁରୀ : ଜଣେ ଯୁବକଙ୍କୁ ଧକ୍କା ମାରି ତଳେ ପକାଇ ମୋବାଇଲ ଫୋନ୍ ଛଡ଼ାଇ ନେଇଥିବା ଅଭିଯୋଗରେ କୁମ୍ଭାରପଡ଼ା ଥାନା ପୁଲିସ ଜଣେ ଯୁବକକୁ ଗିରଫ କରିଛି ଓ ଅନ୍ୟ ଜଣେ ଫେରାର ହୋଇଯାଇଛି । ଅଭିଯୁକ୍ତ ଠାରୁ ୩ଟି ମୋବାଇଲ ଫୋନ୍ ଜବତ କରାଯାଇଛି । ଏ ସଂକ୍ରାନ୍ତରେ ୧୬୨/୨୦୨୫ ନମ୍ବର ମାମଲା ରୁଜୁ କରାଯାଇଛି । ଅଭିଯୁକ୍ତ ଜଣକ ହେଲେ ମାଟିତୋଟାର ସମ୍ବିତ ବେହେରା ଓରଫ ଟୁଲୁ । ପୁଲିସ ସୂତ୍ରରୁ ପ୍ରକାଶ ବୋଡ଼ିଂ ଛକ ଠାରେ ମାର୍କଣ୍ଡେଶ୍ୱର ସାହିର ବିଭୁ ପ୍ରସାଦ ପଣ୍ଡା (୨୦) ଫୋନ୍ ଯୋଗେ କଥା ହେଉଥିବା ବେଳେ ଏକ ପଲସ୍ର ବାଇକ୍ରେ ୨ଜଣ ଯୁବକ ଆସି ତାଙ୍କୁ ଠେଲିଦେଇ ମୋବାଇଲଟି ଛଡ଼ାଇ ନେଇ ଫେରାର ହୋଇଯାଇଥିଲେ । ପରେ ବିଭୁଙ୍କ ଏତଲା କ୍ରମେ ପୁଲିସ ଟୁଲୁକୁ ଗିରଫ କରିଥିଲା । ଟୁଲୁ ବିରୁଦ୍ଧରେ ବିଭିନ୍ନ ଥାନାରେ ମାମଲା ଥିବା ଜଣାଯାଇଛି ।