ପାଇପ୍ ଫାଟି କାଦୁଅରେ ମିଶୁଛି ପାଣି : ରୋଗ ବ୍ୟାପିବା ଆଶଙ୍କା, ପ୍ରଶାସନର ନିଘା ନାହିଁ
ନୂଆପଡା : ନୂଆପଡା ଜିଲ୍ଲା ଖଡ଼ିଆଳ ଶାନ୍ତି ନଗର ପଡାକୁ ପିଏଚ୍ଡି ଦ୍ୱାର ପାଇପ ଯୋଗେ ପାଣି ଯୋଗାଣ ହେଉଛି । ଏହି ଯୋଗାଣ ପାଣି ନିକଟସ୍ଥ କୋଟିପଦର ଗ୍ରାମକୁ ମଧ୍ୟ ଯୋଗାଣ ହେଉଛି । ଗତ ଏକ ସପ୍ତାହ ହେବ ଶାନ୍ତିନଗର ଓ କୋଟିପଦର ଗ୍ରାମକୁ ଯାଇଥିବା କ୍ରସ ସ୍ଥାନରେ ପାଇପ ଫାଟି ଯାଇଛି । ଯାହାଫଳରେ କାଦୁଅ ଗୋଳିଆ ପାଣି ପାଇପ୍ରେ ପଶୁଛି । ଏହି ଗୋଳିଆ କାଦୁଅ ପାଣି ଶାନ୍ତିନଗର ପଡାବାସୀ ବ୍ୟବହାର କରୁଥିବାବେଳେ ଏହା ଦ୍ୱାରା ଝାଡାବାନ୍ତି ଓ ଅନ୍ୟାନ୍ୟ ରୋଗ ହେବା ଆଶଙ୍କା ଦେଖାଦେଉଛି । ଏ ବିଷୟରେ ବାରମ୍ବାର ଖଡ଼ିଆଳ ପିଏଚଡି କାର୍ଯ୍ୟଳୟକୁ ଜଣାଇଲେ ମଧ୍ୟ କୌଣସି ସମାଧାନ କରୁନଥିବା ପଡାବାସୀ ଅଭିଯୋଗ କରିଛନ୍ତି । ଗୋଟିଏ ଦିନ ଭିତରେ ଫାଟିଥିବା ପାଇପ୍ ମରାମତି ନ କଲେ ଖଡ଼ିଆଳ ପିଏଚଡି କାର୍ଯ୍ୟଳୟ ଘେରାଉ କରାଯିବ ବୋଲି ଚେତାବନୀ ଦେଇଛନ୍ତି । ଏ ନେଇ ଖଡ଼ିଆଳ ପିଏଚଡି ଜେଇଙ୍କୁ ଯୋଗଯୋଗ କରିବାକୁ ଚେଷ୍ଟା କରାଯାଇଥିବାବେଳେ ସମ୍ଭବ ହୋଇ ପାରିନଥିଲା ।