ପୋଖରୀ ପୁନରୁଦ୍ଧାରରେ ଅନିୟମିତତା ନେଇ ଗଣଧାରଣା

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲାରେ ପୋଖରୀ ପୁନରୁଦ୍ଧାର ନାଁରେ ବ୍ୟାପକ ଅନିୟମିତତା । ପୋଖରୀ ଗୁଡିକରୁ ସଠିକ୍ ଢଙ୍ଗରେ ପଙ୍କ କଢ଼ା ଯାଉନଥିବା ନେଇ ପୋଖରୀ ସୁରକ୍ଷା ସମିତି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯାଇଛି । ସୁରକ୍ଷା ସମିତିର ସଭାପତି ଆଇନଜୀବୀ ସୁରେନ୍ଦ୍ର କୁମାର ମିଶ୍ରଙ୍କ ନେତୃତ୍ୱରେ ଗଣଧାରଣା ଦିଆଯାଇଥିଲା ।
  ପ୍ରକାଶ ଯେ, ଗତ ତିନି ବର୍ଷ ହେଲା ସରକାରଙ୍କ ପକ୍ଷରୁ ଆମ ପୋଖରୀ ଯୋଜନା ଆରମ୍ଭ ହୋଇଥିଲା । ସେଥିରେ ଢେଙ୍କାନାଳ ସହରର ୧୬ଟି ପୋଖରୀ ଯୋଜନା ପରିସରଭୁକ୍ତ କରାଯାଇ ପଙ୍କ ଉଦ୍ଧାର କାର୍ଯ୍ୟରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଗଲା । ମାତ୍ର ପଙ୍କ ମାଟି ବାହାରକୁ ନ ନେଇ ପୋଖରୀର ଭିତର ପାଖହୁଡାରେ ଗଦାଇ ପୋଖରୀ ଗୁଡିÿକୁ ଛୋଟ ଗାଡ଼ିଆ ପରି କରି ଦିଆଯାଉଛି । ଯାହାକୁ ପୋଖରୀ ସୁରକ୍ଷା ସମିତି ବିରୋଧ କରିଆସୁଛି । ଏ ନେଇ ଗତ ଏପ୍ରିଲ ୨୧ତାରିଖରେ ସାତ ଦିନ ମଧ୍ୟରେ କେବଳ ଭାଗିରଥୀ ସାଗର ଭିତରେ ଥିବା ପଙ୍କ ମାଟି ବାହାରକୁ ନିଷ୍କାସନ କରିବା ପାଇଁ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲା । ମାତ୍ର ଜିଲ୍ଲା ପ୍ରଶାସନ କୌଣସି ସମାଧାନ ନ କରିବାରୁ ପୋଖରୀ ସୁରକ୍ଷା ସମିତି ବାଧ୍ୟ ହୋଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେଇଥିଲା । ଅନ୍ୟପକ୍ଷରେ ଗତ ସୋମବାର ଢେଙ୍କାନାଳ ବିଧାୟକ ତଥା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ପୌର ନିର୍ବାହୀ ଅଧିକାରୀଙ୍କୁ ପୋଖରୀରୁ ସମସ୍ତ ପଙ୍କ ମାଟି ହୁଡା ବାହାରେ ପକାଇବାକୁ ନିଦେ୍ର୍ଦଶ ଦେଇଛନ୍ତି । ମନ୍ତ୍ରୀଙ୍କ ଏହି ବାର୍ତ୍ତାକୁ ପୋଖରୀ ସୁରକ୍ଷା ସମିତି ଧନ୍ୟବାଦ ଦେବା ସହ ଆଗାମୀ ସାତ ଦିନ ଭିତରେ ମନ୍ତ୍ରୀଙ୍କ ନିଦେ୍ର୍ଦଶ କିଭଳି କାର୍ଯ୍ୟକାରୀ ହେଉଛି ତାକୁ ଅନୁଧ୍ୟାନ କରି ପରବର୍ତ୍ତୀ କାର୍ଯ୍ୟକ୍ରମ ସ୍ଥିର କରାଯିବ ବୋଲି କହୁଯାଇଛି । ଯଦି ମନ୍ତ୍ରୀଙ୍କ ନିଦେ୍ର୍ଦଶ କାର୍ଯ୍ୟକାରୀ ନ ହୁଏ କିମ୍ବା ବର୍ଷା ପୂର୍ବରୁ ପୋଖରୀ ଭିତରୁ ସମସ୍ତ ପଙ୍କ ମାଟି ନ ଉଠେ ତେବେ ଏହି ଆନେ୍ଦାଳନ ଆହୁରି ତୀବ୍ରତର କରାଯିବ ବୋଲି  ସଭାପତି ଶ୍ରୀ ମିଶ୍ର ପ୍ରକାଶ କରିଛନ୍ତି । ଆଜିର ଗଣଧାରଣାରେ ପୂର୍ବତନ ସାଂସଦ ମହେଶ ସାହୁ ଯୋଗ ଦେଇ ଢେଙ୍କାନାଳ ମାଟିର ସୁରକ୍ଷା କରିବେ ଓ ଢେଙ୍କାନାଳ ଲୋକଙ୍କ ପ୍ରତ୍ୟେକ ସମସ୍ୟାର ସମାଧାନ ପାଇଁ ଚେଷ୍ଟା କରିବେ ବୋଲି କହିଛନ୍ତି । ଏଥିସହିତ ଯଦି ଆସନ୍ତା ସାତ ଦିନ ଭିତରେ ପୋଖରୀରୁ ପଙ୍କ ମାଟି ନ ଉଠେ ତେବେ ଏହି ଆନେ୍ଦାଳନ ଜାରି ରଖିବା ପାଇଁ ଚେତାବନୀ ଦେଇଛନ୍ତି । ବିଜେଡି କାଉନସିଲର ସନ୍ଦୀପ ଷଡ଼ଙ୍ଗୀ, ପୂର୍ବତନ କାଉନସିଲର ଜ୍ଞାନ ମିଶ୍ର, କଂଗ୍ରେସ ଜିଲ୍ଲା ସଭାପତି ସୁନୀଲ ଦାଶ, ପ୍ରେମଶଙ୍କର ମିଶ୍ର, ଆଇନଜୀବୀ ନିର୍ମଳ ମିଶ୍ର, ଆବାହକ ପ୍ରଶାନ୍ତ ମିଶ୍ର, ନାରୀ ନେତ୍ରୀ ସ୍ମିତାରାଣୀ ସାମଲ, ପ୍ରିୟବ୍ରତ ଗଡ଼ନାୟକ, ସରୋଜ ଶତପଥି, ରୁଦ୍ର ପ୍ରସାଦ ଶରଣ, ଆମ୍ ଆଦମୀ ପାର୍ଟି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜିତେନ୍ଦ୍ର ବେହେରା, ପିତାମ୍ବର ସାମନ୍ତରାୟ, ପ୍ରସନ୍ନ ବରାଳ, ପୂର୍ବତନ ସେନା ଅଧିକାରୀ ଅଖିଳ ମହାପାତ୍ର ଓ ନଗେନ କର, ସଚେତନ ନାଗରିକ ଫୋରମର ସମ୍ପାଦକ ଭରତ କୁମାର ଦାସ, ସହସମ୍ପାଦକ ଦିଲ୍ଲୀପ କୁମାର ରାଉତ, ମନ୍ମଥ ରାଓ, କିଶୋର ବେହେରା, ଗୋକୁଳାନନ୍ଦ ମାଝୀ, ଅରବିନ୍ଦ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ । ଶେଷରେ ଭାଗିରଥି ସାଗର ସୁରକ୍ଷା ସମିତି ସଭାପତି ପଙ୍କଜ ନାୟକ ଧନ୍ୟବାଦ ଦେଇଥିଲେ ।