ପୁଅର ଚକ୍ଷୁ ଦାନ କଲେ ପରିବାର 

ପାରାଦୀପ: ପାରାଦ୍ୱୀପ ପୌରପାଳିକା ୱାର୍ଡ ନମ୍ବର ୫ ପୌରପାରିଷଦ ସ୍ୱପ୍ନା ରାଣୀ ଜେନା ଓ ଅନନ୍ତ ଜେନାଙ୍କ ବଡ ପୁତ୍ର ରଶ୍ମିରଂଜନ ଜେନା ଭୁବନେଶ୍ୱରରେ ଏକ ଘରୋଇ ଇଜିନିୟରିଙ୍ଗ କଲେଜରେ ପାଠ ପଢୁଥିଲେ । ଏକ ସଡକ ଦୁର୍ଘଟଣାର ଶୀକାର ହୋଇ  ଭୁବନେଶ୍ୱର ଏମ୍ସ ହସ୍ପିଟାଲରେ ଚିକିତ୍ସା ପାଇଁ ନିଆଁ ଯାଇ ଥିଲେ ହେଁ ଡାକ୍ତର ତାଙ୍କୁ ମୁତୁ୍ୟ ଘୋଷଣା କରିଥିଲେ । ଏହି ଖବର ଜଣା ପଡିବା ପରେ ପାରାଦୀପ ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳ ସମେତ ପୌରପରିଷଦର ସମସ୍ତ ପାରିଷଦ ମେଡିକାଲରେ ପହଁଞ୍ଚô ଥିଲେ ।  ତେବେ ଉଭୟ ପିତା ମାତାଙ୍କ ନିଷ୍ପତି କ୍ରମେ ଭୁବନେଶ୍ୱର ଏଲ୍ଭି ପ୍ରସାଦ ନେତ୍ର ଚିକିତ୍ସାଳୟକୁ ମୃତ ପୁଅର ଚକ୍ଷୁ ଦାନ କରିବା ପରେ ମୃତ ଶରୀରକୁ ତାଙ୍କର ଗ୍ରାମକୁ ନିଆଯାଇ ଗ୍ରାମ ସ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା । ମୃତ ରଶ୍ମି ରଞ୍ଜନ ଜଣେ ଅତି ଭଦ୍ର, ସରଳ,ପରୋପକାରୀ ସ୍ୱଭାବର ପିଲା ଥିଲା । ପୌରାଧ୍ୟକ୍ଷ ବସନ୍ତ  ବିଶ୍ୱାଳ ସ୍ୱର୍ଗତ ଆତ୍ମାର ସଦ୍ଗତି କାମନା କରିବା ସହ ତାଙ୍କ ପରିବାରଙ୍କୁ ସମବେଦନା ଜ୍ଞାପନ କରିଛନ୍ତି ।