ପୁଣି ମଞ୍ଚସ୍ଥ ହେବ ଐତିହାସିକ ନାଟକ ‘ଆହେ ନୀଳଶଇଳ'
ସେ ଭାବର ଠାକୁର। ଥରେ ଭାବରେ ଡାକି ଦେଲେ ରତ୍ନସିଂହାସନ ଛାଡ଼ି ଧାଇଁ ଆସନ୍ତି। ଶରଧାରେ କିଛି ଯାଚିଲେ ହାତ ବଢ଼େଇ ନେଇଯାଆନ୍ତି। ଭକ୍ତର ଭାବରେ ବନ୍ଧା ଓଡ଼ିଆ ଜାତିର ଆତ୍ମା ଶ୍ରୀଜଗନ୍ନାଥ। ଆମ ଇତିହାସ, କଥାକାହଣୀ, ଜନଜୀବନ, ପରମ୍ପରା ସବୁ କିଛି ତାଙ୍କ ବିନା ଅସଂପୂର୍ଣ୍ଣ। ସେଇ କଳାଠାକୁରଙ୍କୁ ନେଇ ପୁଣି ଥରେ ମଞ୍ଚକୁ ଆସୁଛି ଐତିହାସିକ ନାଟକ ‘ଆହେ ନୀଳଶଇଳ’ ।ସାରା ଓଡ଼ିଶାର ନାଟ୍ୟପ୍ରେମୀ ଦର୍ଶକ ଓ ଜନସାଧାରଣଙ୍କ ଅନୁରୋଧକ୍ରମେ ଆସନ୍ତା ଅଗଷ୍ଟ ୧୭ରୁ ୨୦ ତାରିଖ ପର୍ଯ୍ୟନ୍ତ ୪ ଦିନ ଧରି ଭୁବନେଶ୍ବରର ରବୀନ୍ଦ୍ର ମଣ୍ଡପରେ ସଂଧ୍ୟା ୬ଟାରେ ମଞ୍ଚସ୍ଥ ହେବ ଚକଲେଟ୍ ପ୍ରଡକ୍ସନ୍ସ୍ ପ୍ରଯୋଜିତ ନାଟକ ‘ଆହେ ନୀଳଶଇଳ’। ଗୋଟିଏ ପଟେ ଆଖଡ଼ା ଘରେ କଳାକାରମାନେ ନାଟକର ଅଭ୍ୟାସ ଆରମ୍ଭ କରିଥିବା ବେଳେ ଅନ୍ୟ ପଟେ ଅଗ୍ରିମ ଟିକେଟ୍ ବୁକିଂ ପାଇଁ ଦର୍ଶକଙ୍କ ଭିତରେ ଦେଖାଦେଇଛି ପ୍ରବଳ ଉତ୍ସାହ।