ଏମସିଏଲ ପକ୍ଷରୁ ଯୋଗ ଦିବସ ପାଳିତ

 ଭୁବନେଶ୍ୱର/ସମ୍ବଲପୁର : ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍ (ଏମସିଏଲ) ମୁଖ୍ୟ କାର୍ଯ୍ୟାଳୟ ସମେତ ସମସ୍ତ ୟୁନିଟରେ ୧୧ତମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ମୁଖ୍ୟ କାର୍ଯ୍ୟକ୍ରମ ଏମସିଏଲ ମୁଖ୍ୟ କାର୍ଯ୍ୟାଳୟର ଆନନ୍ଦ ବିହାର ଗ୍ରାଉଣ୍ଡରେ ଅନୁଷ୍ଠିତ ହୋଇଥିଲା । ଐଥିରେ ପ୍ରାୟ ୭୦୦ ଅଂଶଗ୍ରହଣକାରୀ ଅଂଶଗ୍ରହଣ କରିଥିଲେ । କୋଲ୍ ଇଣ୍ଡିଆ ଲିମିଟେଡ୍ ନିଦେ୍ର୍ଦଶକ (ମାର୍କେଟିଂ ଏବଂ ବ୍ୟବସାୟ ବିକାଶ)ମୁକେଶ ଚୌଧୁରୀ ମୁଖ୍ୟ ଅତିଥି ଏବଂ ଏମସିଏଲର ଅଧ୍ୟକ୍ଷ-ସହ-ପରିଚାଳନା ନିଦେ୍ର୍ଦଶକ ଉଦୟ ଅନନ୍ତ କାଓଲେ ି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ । ମୁଖ୍ୟ କାର୍ଯ୍ୟାଳୟରେ ଆୟୋଜିତ ଯୋଗ ଦିବସରେ ଏମସିଏଲର ଅନେକ ବରିଷ୍ଠ ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ । ଏହି ସ୍ୱତନ୍ତ୍ର ଯୋଗ ଦିବସରେ ଅଂଶଗ୍ରହଣ କରିବା ପୂର୍ବରୁ, ଅଂଶଗ୍ରହଣକାରୀମାନେ ବିଶାଖାପାଟଣାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଭିଭାଷଣର ସିଧା ପ୍ରସାରଣ ମଧ୍ୟ ଦେଖିଥିଲେ । ମୁଖ୍ୟ କାର୍ଯ୍ୟାଳୟ ସମେତ ଇବ୍ ଭ୍ୟାଲି କୋଇଲା କ୍ଷେତ୍ରର ଲଖନପୁର ଅଞ୍ଚଳର ନିଦେ୍ର୍ଦଶକ (ଅର୍ଥ) ଏ କେ ବେହୁରା ଏବଂ ଇବ୍ ଭ୍ୟାଲି କ୍ଷେତ୍ରର ନିଦେ୍ର୍ଦଶକ (ବୈଷୟିକ/ଯୋଜନା ଏବଂ ପ୍ରକଳ୍ପ) ସଞ୍ଜୟ କୁମାର ଝା ବିଶେଷ ଅତିଥି ଭାବରେ ଯୋଗ ଦିବସରେ ଉପସ୍ଥିତ ଥିଲେ । ସେହିପରି, ଅନୁଗୁଳ, ଝାରସୁଗୁଡ଼ା ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ଅବସ୍ଥିତ ଏମସିଏଲର ସମସ୍ତ ପ୍ରକଳ୍ପରେ ଯୋଗ ଶିବିର ଆୟୋଜନ କରାଯାଇଥିଲା ।