ପୁସ୍ତକ ଉନ୍ମୋଚିତ 

ବିଞ୍ଝାରପୁର: ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ଫତେପୁର ଉଲିମଠ ସ୍ଥିତ ତୈଳିକ ସଙ୍ଘ କାର୍ଯ୍ୟାଳୟ ପ୍ରାଙ୍ଗଣରେ ଶିକ୍ଷାବିତ  ପଞ୍ଚାନନ ସାହୁଙ୍କ ଓଡ଼ିଆ-ଇଂରାଜୀ-ହିନ୍ଦୀ ତ୍ରିଭାଷୀ ବ୍ୟାକରଣ ପୁସ୍ତକ ପ୍ରକାଶନର ପ୍ରଥମ ସଂସ୍କରଣ ଉନ୍ମୋଚନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସମାଜସେବୀ ରାଜେନ୍ଦ୍ର ସାମଲଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ଅତିଥି ଭାବେ ଅବସରପ୍ରାପ୍ତ ଅଧ୍ୟକ୍ଷ ଡ. ଦେବପ୍ରସାଦ ସାମଲ, ପ୍ରାଧ୍ୟାପକ ଡ. ଚତୁର୍ଭୁଜ ସାହୁ, ଶିକ୍ଷାବିତ୍ ସୁଧୀର ଆଚାର୍ଯ୍ୟ, କବି ରମାକାନ୍ତ ନାୟକ, କବି ନିରଞ୍ଜନ ପାତ୍ର, ସମାଜସେବୀ କୁଶ ଚନ୍ଦ୍ର ସାହୁ, ସାହିତ୍ୟ ପ୍ରେମୀ ଗୋକୁଳା ନନ୍ଦ ସାହୁ, ଶ୍ରୀମନ୍ତ ସାହୁ, କୁଶ ଚନ୍ଦ୍ର ସାହୁ, ଦୁର୍ଯେ୍ୟାଧନ ସାହୁ, ରନôାକର ସାହୁ, ମନୋଜ ସାହୁ, ମାୟାଧର ସାହୁ, ଶଙ୍କର୍ଷଣ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ । ପ୍ରକାଶିତ ବ୍ୟାକରଣ ପୁସ୍ତକଟିକୁ ଶିକ୍ଷାବିତ ସଚ୍ଚିଦାନନ୍ଦଗୁରୁ ସମୀକ୍ଷା କରି ସଭାରେ ଉପସ୍ଥିତ ଅଭିଭାବକ ତଥା ଶିକ୍ଷାବିତଙ୍କୁ ପୁସ୍ତକର ମହତ୍ୱ ବିଷୟରେ ଆଲୋକପାତ କରିଥିଲେ ।