ଡାଲମିଆ ଭାରତ ଫାଉଣ୍ଡେସନ ପକ୍ଷରୁ ଜାତୀୟ କୃଷକ ଦିବସ ପାଳିତ
କଟକ: ଜାତୀୟ କୃଷକ ଦିବସ ପାଳନ ଅବସରରେ ଡାଲମିଆ ସିମେଣ୍ଟର ସିଏସ୍ଆର ଶାଖା ଡାଲମିଆ ଭାରତ ଫାଉଣ୍ଡେସନ ପକ୍ଷରୁ କଟକରେ ଦୁଇ ଦିନିଆ କୃଷକ ଦିବସ ଆୟୋଜନ କରିଥିଲା । କାର୍ଯ୍ୟକ୍ରମରେ ଗରୁଡଗାଁ, ଉଚ୍ଚପଡ଼ା, ପଡିଆ ଓ ବଇରୀ ଗ୍ରାମଗୁଡିକରୁ ୬୦ ଜଣ ପନିପରିବା ଚାଷୀଙ୍କୁ ଜଳସେଚନ ବ୍ୟବସ୍ଥାରେ ଉନ୍ନତି ଆଣିବା ଲକ୍ଷ୍ୟରେ ୧ ଏଚ୍ପି ମୋଟର ପମ୍ପ ବଣ୍ଟନ କରାଯାଇଥିଲା । ଏଥିସହିତ ପାକଶାଳା ବଗିଚା ଉପରେ କଟକ କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକଙ୍କ ଦ୍ୱାରା ଏକ ତାଲିମ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । କାର୍ଯ୍ୟକ୍ରମ ୩୦ ଜଣ ଅଂଶଗ୍ରହଣକାରୀଙ୍କୁ ପୁଷ୍ଟିସାରରେ ସମୃଦ୍ଧ ଉତ୍ପାଦ ଉତ୍ପନ୍ନ କରିବା ନିମନ୍ତେ ପ୍ରାକ୍ଟିକାଲ କୁଶଳତା ପ୍ରଦାନକରି ସେମାନଙ୍କୁ ଉପକୃତ କରିଥିଲା । ଦୀର୍ଘସ୍ଥାୟୀ କୃଷିକୁ ଅଧିକ ସମର୍ଥନ ଯୋଗାଇଦେବା ନିମନ୍ତେ ୨୦୦ହିତାଧିକାରୀଙ୍କୁ ବିହନ, ଜାଲ ଏବଂ ପାଣି କ୍ୟାନ ଆଦି ବଣ୍ଟନ କରାଯାଇଥିଲା, କାର୍ଯ୍ୟକ୍ରମରେ ବରିଷ୍ଠ ବୈଜ୍ଞାନିକ ଡ. ସୁଜାତା ସେଠୀ ଅତିଥି ଭାବରେ ଯୋଗ ଦେଇଥିବାବେଳେ, ତାଙ୍କ ସମେତ ବହୁ ବ୍ୟକ୍ତିବିଶେଷ ଯୋଗ ଦେଇଥିଲେ ଏବଂ ଏଥିରେ ଡାଲମିଆ ସିମେଣ୍ଟ, କେସିଡବ୍ଲୁ୍ୟ ୟୁନିଟର ବରିଷ୍ଠ ଅଧିକାରୀଗଣ ଉପସ୍ଥିତ ଥିଲେ । ଏହି ପ୍ରୟାସ ସମ୍ପର୍କରେ ପ୍ରକାଶ କରି ପଙ୍କଜ ଗୁପ୍ତା, ୟୁନିଟ ହେଡ-କପିଳାସ ସିମେଣ୍ଟ ୱାର୍କସ୍ କହିଥିଲେ, ଆମର କୃଷକମାନେ ହେଉଛନ୍ତି ଆମ ରାଷ୍ଟ୍ରର ମେରୁଦଣ୍ଡ ଏବଂ ସେମାନଙ୍କୁ ସଠିକ ସାଧନ ଓ ଜ୍ଞାନ ଦ୍ୱାରା ସଶକ୍ତ କରିବା ଏକ ସୁଦୃଢ ଗ୍ରାମାଞ୍ଚଳ ସମୁଦାୟ ଗଢିତୋଳିବା ନିମନ୍ତେ ନିତାନ୍ତ ଜରୁରୀ । କୁଶଳତାର ବିକାଶ, କୃଷି କ୍ଷେତ୍ରରେ ନବସୃଜନ ଏବଂ ଗୋଷ୍ଠୀ ଉତ୍ଥାନ ଆଦିରେ ଏହାର ପୂର୍ଣ୍ଣାଙ୍ଗ କାର୍ଯ୍ୟକ୍ରମଗୁଡିକ ଜରିଆରେ ଡିବିଏଫ ତାହାର ସମସ୍ତ ବ୍ୟବସାୟ ପରିଚାଳନା ଅଞ୍ଚଳରେ ଅର୍ଥପୂର୍ଣ୍ଣ ପ୍ରଭାବ ନିରନ୍ତର ପକାଉଛି ।