ଅକ୍ଷମ ଶିବକୁ କେବେ ମିଳିବ ପୂର୍ଣ୍ଣ ସହାୟତା
ବିଞ୍ଝାରପୁର : ବିଭିନ୍ନ ସମୟରେ ଭିନ୍ନକ୍ଷମ ଭତ୍ତା ଆବେଦନ ପାଇଁ ଭିନ୍ନକ୍ଷମ ଶିବିର ମାନ ଖୋଲାଯାଇଥାଏ । ଏଥିସହ ଜିଲ୍ଲା ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ପାଖରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପରୀକ୍ଷା କରାଯାଇ ଭିନ୍ନକ୍ଷମର ପ୍ରତିଶତ ଦେଖାଯାଇ ପରିଚୟ ପ୍ରଦାନ କରାଯାଇଥାଏ । କିନ୍ତୁ ଜିଲା ଚିକିତ୍ସାଅଧିକାରୀଙ୍କ କାର୍ଯ୍ୟାଳୟରେ ଏସବୁ ପରିଚୟ ପତ୍ର ପ୍ରଦାନ ନିମନ୍ତେ କିଛି ଅସାଧୁ କର୍ମଚାରୀ ଅର୍ଥ ନେଇ ଅଯୋଗ୍ୟକୁ ଶହେ ପ୍ରତିଶତ ଭିନ୍ନକ୍ଷମ ଓ ଯୋଗ୍ୟଙ୍କୁ ୪୦ରୁ ୭୦ପ୍ରତିଶତ ପର୍ଯ୍ୟନ୍ତ ଭିନ୍ନକ୍ଷମ ଦର୍ଶାଇ ପରିଚୟ ପତ୍ର କରାଇଥାଆନ୍ତି । ଏଭଳି କିଛି ବ୍ୟତିକ୍ରମ ଦେଖାଦେଇଛି ବିଞ୍ଝାରପୁରରେ । କିଛି ମୋଟର ସାଇକେଲ ଧରି ଲୋକ ବସାଇ ଭଲ ସେ ଯା ଆସ କରିପାରୁଥିବା ବ୍ୟକ୍ତି ବିଶେଷଙ୍କୁ ଶହେ ପ୍ରତିଶତ ଭିନ୍ନକ୍ଷ ଦର୍ଶାଯାଇଥିବାର ନଜରକୁ ଆସିଛି । ଯେଉଁ ମାନେକି ସମ୍ପୂର୍ଣ ସରକାରୀ ସହାୟତା ପାଇପାରୁଛନ୍ତି । କିନ୍ତୁ ସେପରି ସ୍ଥଳେ ଶହେ ସଂପୂର୍ଣ୍ଣ ଅକ୍ଷମଙ୍କୁ ୭୦ପ୍ରତିଶତ ଭିନ୍ନକ୍ଷମ ଦର୍ଶାଇ ପରିଚୟ ପ୍ରଦାନ କରାଯାଇଛି । ଏଭଳି ବ୍ୟତିକ୍ରମ ବ୍ଳକ୍ ଅଧିନ ଜରୀ ପଞ୍ଚାୟତର ଦଶରଥ ସ୍ୱାଇଁଙ୍କ ୧୦ବର୍ଷର ପୁଅ ଶିବପ୍ରସାଦ ବା ଶିବଙ୍କ କ୍ଷେତ୍ରରେ ଘଟିଛି । ଶିବ ଜନ୍ମରୁ ପୁରା ଅକ୍ଷମ । ବାପା ପର ଦୁଆରେ ମୂଲ ଲାଗିଲେ ପରିବାର ଚଳିବା ସହ ପୁଅର ଔଷଧ କିଣିବାକୁ ଅସମର୍ଥ ହୋଇଥାଆନ୍ତି । କେବଳ ସରକାରଙ୍କ ପକ୍ଷରୁ ଏକ ଭିନ୍ନକ୍ଷମ ସାଇକେଲ ଓ ୫୦୦ଶହ ଟଙ୍କା ଭତ୍ତା ପାଉଥିବା ବେଳେ ଏହାକୁ ମଧ୍ୟ ଭତ୍ତା ଆସିନି ଦର୍ଶାଇ ୬ମାସର ଭତ୍ତା ଅର୍ଥ ପ୍ରଦାନ କରାଯାଇ ନଥିଲା । ଯାହାକୁ ନେଇ ବାପା ଦଶରଥ କିଛି ମାସ ପୂର୍ବେ ବ୍ଳକ୍ରେ ଅଭିଯୋଗ କରିଥିଲେ । ତେବେ ବ୍ଲକ୍ ଭତ୍ତା ଦୁର୍ନୀତି କେଳେଙ୍କାରୀରେ ଶିବର ଅର୍ଥକୁ ହଡ଼ପ କରି ଦିଆଯାଇଥିବା ସୋସିଆଲ ଅଡିଟ ରିପୋର୍ଟରେ ମଧ୍ୟ ବାହାରିଛି । ଦଶରଥଙ୍କ କହିବା ଅନୁସାରେ ପୁଅର ଯଦି ଭିନ୍ନକ୍ଷମ ପରିଚୟ ପତ୍ରରେ ଶହେ ପ୍ରତିଶତ ଦର୍ଶା ଯାଆନ୍ତା ତେବେ ସମ୍ପୂର୍ଣ୍ଣ ସରକାରୀ ଯୋଜନାରେ ମିଳୁଥିବା ଅର୍ଥ ପାଇପାରନ୍ତା । ଯାହାକୁ ନେଇ ଜିଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠ ଓ ଜିଲା ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଦୃଷ୍ଟିକୁ ବାରମ୍ୱାର ଆଣିଥିବା କହିଛନ୍ତି ଦଶରଥ । ଅଭିଯୋଗକୁ ଗ୍ରହଣ କରି ଶିବକୁ ୧୮ବର୍ଷ ହେଲେ ସମ୍ପୂର୍ଣ୍ଣ ଭିନ୍ନକ୍ଷମ ଦର୍ଶାଯିବ ବୋଲି ଜିଲାସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି ବୋଲି ଦଶରଥ କହିଥିବା ବେଳେ ଯଦି ସରକାର ତତକ୍ଷଣାତ୍ ଏସବୁର ସମାଧାନ କରନ୍ତେ ହୁଏତ ଭିନ୍ନକ୍ଷମ ପୁଅର ସହାୟତା ଅର୍ଥ ଦିନମଜୁରି ଲାଗି ବାପା ପାଇଁ ଟିକିଏ ଦୁଃଖଦୂର ହୋଇପାରନ୍ତା । ଘଟଣାକୁ ନେଇ ଜାରୀ ପଞ୍ଚାୟତର ସରପଞ୍ଚଙ୍କ ସମେତ ସମ୍ପୂର୍ଣ ଗ୍ରାମବାସୀ ଶିବଙ୍କ ପାଇଁ ସରକାରଙ୍କୁ ଗୁହାରି ଜଣାଇଛନ୍ତି ।