ସ୍ୱାଧୀନ ପ୍ରାର୍ଥୀଙ୍କୁ ଟାର୍ଗେଟ କଲେ  ,ପ୍ରଣବଙ୍କ ବିରୁଦ୍ଧରେ ପଦେ କହିଲେନି ଧର୍ମେନ୍ଦ୍ର


 ଯାଜପୁର-ଜାରକା: ଧର୍ମଶାଳାକୁ ନେଇ ବିଜେପି ନେତୃତ୍ୱ ପୁରା ଚିନ୍ତାରେ ପଡ଼ିଯାଇଛି । ଟିକେଟ ଘୋଷଣା ପରେ ରାଜ୍ୟ କାର୍ଯ୍ୟାଳୟ ଘେରାଉରୁ ଆରମ୍ଭ କରି ନାମାଙ୍କନ ପତ୍ର ଯାଏ ଯେଭଳି ଭାବେ ନିରାଶ ହିମାଂଶୁ ଶେଖର ସାହୁ ଯେଭଳି ଶକ୍ତି ପ୍ରଦର୍ଶନ କଲେ ସେବେ ଠାରୁ ଏଯାଏ ଧର୍ମଶାଳା ବିଜୟକୁ ନେଇ ଦଳୀୟ ନେତା ସଙ୍କାରେ ରହିଛନ୍ତି । ରାଜ୍ୟରେ ସରକାର କରିବୁ, ବୋଲି ଦୃଢୋକ୍ତି ପ୍ରକାଶ କରୁଥିବା ବିଜେପି ନେତା-ନେତ୍ରୀ ବିଜେଡ଼ି ସରକାର ଏବଂ ସରକାରୀ ଦଳର ବିଧାୟକ-ମନ୍ତ୍ରୀଙ୍କୁ ଖୁବ ବର୍ଷୁଥିବା ବେଳେ ଧର୍ମଶାଳାରେ କିନ୍ତୁ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଥିଲା । ମଙ୍ଗଳବାର ଧର୍ମଶାଳା ମହୋସôବ ପଡ଼ିଆରେ ଆୟୋଜିତ ନିର୍ବାଚନୀ ସଭାକୁ ସମ୍ବୋଧିତ କରିବା ପୂର୍ବକ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯାଜପୁର ଲୋକସଭା ପ୍ରାର୍ଥୀ ରବୀନ୍ଦ୍ର ନାରାୟଣ ବେହେରାଙ୍କୁ ବିଜୟ କରାଇ କେନ୍ଦ୍ରରେ ମୋଦି ସରକାର ଆଣିବାକୁ ଆହ୍ୱାନ ଦେଇଥିବା ବେଳେ ରାଜ୍ୟରେ ବିଜେପି ସରକାର ପାଇଁ ଧର୍ମଶାଳା ପ୍ରାର୍ଥିନୀ ସ୍ମୃତିରେଖା ପହିଙ୍କୁ ଭୋଟ ଦେବାକୁ ନିବେଦନ କରିଥିଲେ । ଅଭିଭାଷଣରେ ର୍ଧମେନ୍ଦ୍ର ରାଜ୍ୟରେ ପରିବର୍ତ୍ତନର ଅଭୁତପୂର୍ବ ବାତାବରଣ ସୃଷ୍ଟି ହୋଇଥିବାରୁ ବିଜେପି ସରକାର ଗଠନ କରିବାକୁ ଯାଉଛି । ମୁଖ୍ୟମନ୍ତ୍ରୀ ନିଜେ ନିଜ ଅବସ୍ଥାରେ ନାହାନ୍ତି କି ନିଜକୁ ସମ୍ଭାଳିବା ଅବସ୍ଥାରେ ନାହାନ୍ତି । ମୁଖ୍ୟମନ୍ତ୍ରୀ ତାମିଲନାଡ଼ୁରୁ ଜଣଙ୍କୁ ଭଡ଼ାରେ ଆଣି ସରକାର ଚଳାଉଥିବା ବେଳେ ଜିଲାର ଜଣେ ନେତା କ୍ରିତଦାସ ସାମିଲ ହୋଇଛନ୍ତି । କ୍ରିତଦାସ ମାନେ ଏ ବିରଜା ମାଟିର ବିକାଶ କରିପାରିବେନି । ଧର୍ମେନ୍ଦ୍ର ଭିକେପାଣ୍ଡିଆନ ଏବଂ ପ୍ରଣବ ପ୍ରକାଶ ଦାସଙ୍କ ନାଁ ନନେଇ ଆକ୍ଷେପ କରିଥିଲେ ହେଁ ଯେଉଁ ଧର୍ମଶାଳା ମାଟିରେ ନିର୍ବାଚନୀ ସଭାରେ ଜନସାଧାରଣଙ୍କୁ ସମ୍ବୋଧନ କରୁଥିଲେ ସେହି ଅଞ୍ଚଳର ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ବିରୁଦ୍ଧରେ  ପଦୁଟିଏ କହିନଥିଲେ । ଓଲଟି ବିଜେପିରୁ ନିରାଶ ହୋଇ ସ୍ୱାଧିନ ଭାବେ ନିର୍ବାଚନ ଲଢୁଥିବା ହିମାଂଶୁ ଶେଖର ସାହୁଙ୍କୁ ଟାର୍ଗେଟ କରିଥିଲେ । ନାଁ ନେଇ ନଥିଲେ ହେଁ ଧର୍ମେନ୍ଦ୍ର ହିମାଂଶୁଙ୍କୁ ନୀଳବର୍ଣ୍ଣ ଶୃଗାଳ ବୋଲି ଆକ୍ଷେପ କରିଥିଲେ । ଗେରୁଆବସ୍ତ୍ର ପକାଇ ନିଜକୁ ବିଜେପି ବୋଲି କହି କାନ୍ଥବାଡ଼ରେ ପୋଷ୍ଟର ମାରୁଛନ୍ତି । ଖଣି ମାଫିଆ ।ମନଙ୍କ ପଇସାରେ ବିଜେପିକୁ ଅଟକାଇବାକୁ ନିଳବଣ୍ଣ ସୁଗାର ଲାଗିପଡ଼ିଛନ୍ତି । ଯେଉଁ ନୀଳବର୍ଣ୍ଣ ଶୃଗାଳଙ୍କୁ ଜବାବ ଦେବାକୁ ଧର୍ମେନ୍ଦ୍ର ନିବେଦନ କରି ସ୍ମୃତିରେଖା ଏବଂ ରବୀନ୍ଦ୍ରଙ୍କୁ ଭୋଟ ଦେବାକୁ ନିବେଦନ କରିଥିଲେ । ତେବେ ଧର୍ମେନ୍ଦ୍ର ଧର୍ମଶାଳା ମାଟି ଉପରେ ଠିଆ ହୋଇ ଖଣି ମାଫିଆଙ୍କୁ ଜବାଦ ଦେବାକୁ ଆହ୍ୱାନ ଦେଇଥିଲେ ହେଁ ନିକଟରେ ଡ଼ଙ୍କାରୀରେ ଭୁସ୍କଳନ ହୋଇ ମୃତୁ୍ୟ ବରଣ କରିଥିବା ଶ୍ରମିକଙ୍କ ବାବଦରେ ପଦୁଟିଏ କହିନଥିଲେ କି ମାଫିଆଙ୍କ ବିରୁଦ୍ଧରେ କାହିଁକି କାର୍ଯ୍ୟାନୁଷ୍ଠାନ ନିଆଯାଇନି, ତାହାକୁ ନେଇ ପ୍ରଶ୍ନ ଉଠାଇନଥିଲେ । ଧର୍ମଶାଳା ତହସିଲ ଅନ୍ତର୍ଗତ ବିଭିନ୍ନ କଳାପଥର ଖାଦାନରେ ହୋଇଥିବା କୋଟି କୋଟି ଟଙ୍କାର କଳାପଥର ଲୁଟ ବିରୁଦ୍ଧରେ ମଧ୍ୟ ପାଟି ଖୋଲିନଥିଲେ । ଯାହା ପଛରେ ଶାସକ ବିଜେଡ଼ି ଏବଂ ପ୍ରଶାସନ କଳର ହାତ ରହିଥିବା ବାରମ୍ବାର ଅଭିଯୋଗ ହୋଇ ଆସୁଛି । ହେଲେ ଧର୍ମେନ୍ଦ୍ର ଧର୍ମଶାଳା ବିଧାୟକ, କଳାପଥର ଲୁଟେରାଙ୍କୁ କହିବା ବଦଳରେ ଦଳ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଥିବା ସ୍ୱାଧିନ ପ୍ରାର୍ଥିଙ୍କୁ ଆକ୍ଷେପ କରିବା ଆଲୋଚନାର ବିଷୟ ହୋଇପଡ଼ିଛି । ନିର୍ବାଚନୀ ସଭାରେ ଏକାମ୍ର ବିଧାନସଭା ପ୍ରାର୍ଥୀ ବାବୁ ସିଂହ, ଯାଜପୁର ଲୋକସଭା ପ୍ରାର୍ଥୀ ରବିନ୍ଦ୍ର ନାରାୟଣ ବେହେରା, ଧର୍ମଶାଳା ବିଧାନସଭା ପ୍ରାର୍ଥିନୀ ସ୍ମୃତିରେଖା ପହିଙ୍କ ସହିତ ଅନେକ ନେତୃମଣ୍ଡଳୀ ଉପସ୍ଥିତ ଥିଲେ ।