ପୋଖରୀରୁ ଧରିନେଲେ ମାଛ : ମହିଳା ମଣ୍ଡଳ ଥାନା ଦ୍ୱାରସ୍ଥ
ରାଜକନିକା : ରାଜକନିକା ବ୍ଲକ ଚାଲୁଣିଆ ବାବା ନୃସିଂହ ନାଥ ମହିଳା ମଣ୍ଡଳ ସରକାରୀ ନିୟମନୁଯାୟୀ ୨୦୨୩ରୁ ସେହି ଗାଁରେ ଥିବା ପଞ୍ଚାୟତ ପୋଖରୀକୁ ୧୨୨୧୦ଟଙ୍କାକୁ ପଞ୍ଚ ବର୍ଷ ପାଇଁ ନିଲାମ ନେଇଥିଲେ । ସେହି ପୋଖରୀରେ ବିଭିନ୍ନ ପ୍ରଜାତୀର ମାଛ ଚାଷ କରି ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିଛନ୍ତି । ନିଲାମ ଅବଧି ୨୦୨୭ପର୍ଯ୍ୟନ୍ତ ଥିବାବେଳେ ସରକାର ୨ଲକ୍ଷ ଟଙ୍କାର ରିହାତି ଏହି ମହିଳା ମଣ୍ଡଳକୁ ପ୍ରଦାନ କରିଛନ୍ତି । ତେବେ ମହିଳା ମଣ୍ଡଲର ସଭାପତି ମଧୁସ୍ମିତା ପ୍ରଧାନ, ସମ୍ପାଦିକା କାଜଲ ଭୂଇଁଆଙ୍କ ସମେତ ମହିଳା ମଣ୍ଡଳର ଏକାଧିକ ମହିଳାଙ୍କ ଅଭିଯୋଗ ମୁତାବକ ସେହି ଗ୍ରାମର ନିର୍ଦ୍ଧିଷ୍ଟ କିଛି ମୁଷ୍ଟିମେୟ ବ୍ୟକ୍ତି ସେହି ରିହାତୀ ଅର୍ଥରୁ ଏକ ଲକ୍ଷ ନେବାପାଇଁ ଦାବି କରିଥିଲେ ମହିଳା ମଣ୍ଡଳ ଏହି ଅର୍ଥ ନଦେବାରୁ ସେମାନଙ୍କୁ ଗାଁରୁ ଅଟକ କରି ଉକ୍ତ ପୋଖରୀରୁ ଜୋର ଜବରଦସ୍ତ ମାଛ ଧରିନେବା ସହ ମହିଳାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିବା ମହିଳାମାନେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏନେଇ ରାଜକନିକା ପୋଲିସ ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି ।