ଧାମରା ଅଞ୍ଚଳକୁ ଘାରିଛି ବାଙ୍ଗଲାଦେଶୀ ଭୟ
ଚାନ୍ଦବାଲି : ବାଙ୍ଗଲାଦେଶୀଙ୍କୁ ଓଡିଶାରେ ସ୍ଥାନନାହିଁ । ଭାରତର ବର୍ତ୍ତମାନର ସ୍ଥିତିକୁ ନେଇ ସମସ୍ତ ରାଜ୍ୟରେ ଜଳପଥ ଓ ସ୍ଥଳପଥରେ ସମୁଦ୍ର ହାଇଆର୍ଲଟ କରାଯାଇଥିବା ବେଳେ, ଭଦ୍ରକ ଜିଲ୍ଲା ଧାମରାକୁ ମଧ୍ୟ ହାଇଆର୍ଲଟ କରାଯାଇଛି । ବିଭିନ୍ନ ସମୟରେ ମୁକୁଳା ସମୂଦ୍ର ଦେଇ ଧାମରା ବାଟେ ଅନୁପ୍ରବେସକାରୀ ଓଡ଼ିଶାକୁ ପ୍ରବେଶ କରିଥାଆନ୍ତି । ଏହି ଅନୁପ୍ରବେଶକାରୀଙ୍କୁ ନେଇ ଚିନ୍ତାରେ ଜିଲ୍ଲାବାସୀ କାରଣ ଧାମରା ମୁହାଣରୁ ପ୍ରତ୍ୟେକ ଦିନ ସହ ସହ ଟ୍ରଲର ଓ ବୋର୍ଟ ନେଇ ମତ୍ସ୍ୟଜୀବୀମାନେ ଗଭୀର ସମୁଦ୍ରକୁ ଯାଇଥାନ୍ତି । ଏହାର ସୁଯୋଗ ନେଇ ସେହି ବୋର୍ଟ ଓ ଟ୍ରଲର ମାଧ୍ୟମରେ ନିଜର ପରିଚୟ ବଦଳାଇ ଧାମରା ଦେଇ ଜିଲ୍ଲାକୁ ପ୍ରବେଶ କରିଥାଆନ୍ତି ଅନୁପ୍ରବେଶକାରୀ । ତେବେ ବାଙ୍ଗଲା ଦେଶରେ ଅନୁପ୍ରବେଶକାରୀଙ୍କ ଉପରେ ତିକ୍ଷ୍ଣ ନଜର ରଖିଛି ଧାମରା ମେରାଇନ ପୋଲିସ । ହେଲେ ମେରାଇନ୍ ଥାନାରେ ଆବଶ୍ୟକୀୟ ପୋଲିସ କର୍ମଚାରୀ ନ ଥିବା ବେଳେ, ଜଳ ପଥରେ ପଇନ୍ତରା ମାରିବା ପାଇଁ ଥିବା ସ୍ପିଡ ବୋଟ୍ ଟି ଏବେ ଅଚଳ ହୋଇପଡ଼ିଛି । ଜଳ ପଥ ଦେଇ ଧାମରାକୁ ବାଙ୍ଗଲାଦେଶି ଅନୁପ୍ରବେଶ କାରୀଙ୍କ ପ୍ରବେଶ ଥିବା ବେଳେ, ଏଥିପ୍ରତି ଧାମରା ମେରାଇନ ପୋଲିସ ସଜାଗ ନ ଥିବା ଅଭିଯୋଗ ହୋଇଛି । ତେବେ ଧାମରା ମେରାଇନ୍ ପାଖରେ ପଇନ୍ତର ମାରିବା ପାଇଁ ଦୃତଗାମୀ ବୋର୍ଟ ଥିବା ବେଳେ, ସଠିକ୍ ଭାବରେ ଚାଲୁ ନ ଥିବା ବେଳେ, ଆବଶ୍ୟକୀୟ ପୋଲିସ କର୍ମଚାରୀ ନ ଥିବା ମଧ୍ୟ ଅଭିଯୋଗ ହୋଇଛି । ତେବେ ଏହାର ସୁଯୋଗ ନେଇ ନିଶ୍ଚିତ ଭାବରେ ବାଙ୍ଗଲାଦେଶୀ ଅନୁପ୍ରବେଶକାରୀ ଧାମରା ଦେଇ ଜିଲ୍ଲାକୁ ପ୍ରବେଶ କରିପାରନ୍ତି ବୋଲି କହିଛନ୍ତି ଅଞ୍ଚଳବାସୀ ।