ଦୁଇ କନିଷ୍ଠ ଫୁଟବଲ ଖେଳାଳି ସମ୍ବର୍ଦ୍ଧିତ 

 ରାଜକନିକା : ରାଜକନିକା ର ଦୁଇ କନିଷ୍ଠ ଫୁଟବଲ କେଳାଳୀ ଖେଲୋ ଇଣ୍ଡିଆ ରେ ଗୋଲ କିପର ଭାବେ ରାଜ୍ୟରୁ ପ୍ରତିନିଧିତ୍ୱ କରିଥିବା ରିତିଶ କୁମାର ପାତ୍ର ଓ ୧୭ ବର୍ଷରୁ କମ ରାଜ୍ୟ ଦଳରୁ ପ୍ରତିନିଧିତ୍ୱ କରିଥିବା ସ୍ୱାଗତମ ସାହୁଙ୍କୁ ରାଜକନିକା ଆଥଲେଟିକ ଆସୋସିଏସନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି । ଆସୋସିଏସନ ପରିସରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଆସୋସିଏସନର ସଭାପତି ତଥା ପୂର୍ବତନ ବିଧାୟକ ଦୋଳଗୋବିନ୍ଦ ନାୟକ, ଉପସଭାପତି ପ୍ରଫେସର ବୈକୁଣ୍ଠ ନାଥ ପରିଡା, ଯୁଗ୍ମ ସମ୍ପାଦକ ଇଂ ପ୍ରଶାନ୍ତ କୁମାର ବିଶ୍ୱାଳ, କୋଷାଧକ୍ଷ ଦେବେନ୍ଦ୍ର କୁମାର ନାୟକ, କୋଚ ଶରତ କୁମାର ଜେନା, ଉପଦେଷ୍ଟା ବିସିକେଶନ ଦାସଙ୍କ ସମେତ ଅନାନ୍ୟ କର୍ମ କର୍ତ୍ତା ଉପସ୍ଥିତ ରହି ଉଭୟଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।