କୋ-ଅପରେଟିଭ ସୋସାଇଟ ପକ୍ଷରୁ ଅଗ୍ନି ବିପନ୍ନ ପରିବାରକୁ ସହାୟତା
ାା ପ୍ରଭାନୁ୍ୟଜ୍ାା କେନ୍ଦ୍ରାପଡା: ସମବାୟ ଭିତିକ ଆର୍ଥିକ ଅନୁଷ୍ଠାନ କେନ୍ଦ୍ରାପଡା କ୍ରେଡିଟ୍ କୋ-ଅପରେଟିଭ ସୋସାଇଟ ପକ୍ଷରୁ ଅଗ୍ନିବିପନ୍ନ ପରିବାରକୁ ସହାୟତା ପ୍ରଦାନ କରାଯାଇଥିବା ଜଣାପଡିଛି । ଜିଲ୍ଲାର ହାଟସାହି ପଂଚାୟତ ଅନ୍ତର୍ଗତ ହାଟସାହି ଗ୍ରାମର ସୈାମ୍ୟକାନ୍ତ ପଢିଆରୀଙ୍କ ଚାଳଘର ସଟ୍ ସକ୍ରିଟ୍ ରେ ଅଗ୍ନିକାଣ୍ଡ ଘଟି ସମସ୍ତ ଆସବାବପତ୍ର, ଖାଦ୍ୟ ସାମଗ୍ରୀ ପୋଡିବା ସହ ୮ଟି ଗାଈ ଓ ୨ଟି ବଦଳ ଜୀବନ୍ତ ଦଗ୍ଧ ହୋଇଥିଲେ । ଖବରପାଇ ସୋସାଇଟର ପ୍ରତିଷ୍ଠାତା ସଭାପତି ପ୍ରମୋଦ କୁମାର ସାହୁ ବିପନ୍ନ ପରିବାର ନିକଟରେ ପହଁଚି ରାସନ ସାମଗ୍ରୀ, ବାସନକୁସନ, ଲୁଗାପଟା ଓ ନଗଦ ୫ ହଜାର ଟଙ୍କା ସୈାମ୍ୟକାନ୍ତଙ୍କ ପତ୍ନୀ ସୁକାନ୍ତୀ ପଡିଆରୀଙ୍କୁ ପ୍ରଦାନ କରିଛନ୍ତି ।