ପିଏମ୍ ଆବାସ: ଅନ୍ଲାଇନ ଆବେଦନ କାର୍ଯ୍ୟକ୍ରମ

 ଭଦ୍ରକ :  ପ୍ରଧାନମନ୍ତ୍ରୀ ଆବାସ ଯୋଜନା ୧ କୋଟି ନୂତନ ଘର ପାଇଁ ଅନ ଲାଇନ ରେ ଆବେଦନ କରିବା ଆଲୋଚନା ସହିତ ପିଏମ୍ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏଥିରେ ସାଂସଦ ଅଭିମନୁ୍ୟ ସେଠୀ, ବିଧାୟକ ସିତାଂଶୁ ଶେଖର ମହାପାତ୍ର, ଯୋଗ ଦେଇ ପ୍ରଥମ ପର୍ଯ୍ୟାୟରେ ଭଦ୍ରକ ପୌରାଞ୍ଚଳ ର ବିଭିନ୍ନ ୱାର୍ଡ ର ୮୪୩ ଜଣ ଯୋଗ୍ୟ ହିତାଧୂକାରୀ ଙ୍କ ନାମ ପିଏମ୍ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ ହୋଇ ଥିବା ପ୍ରକାଶ କରିବା ସହ ଏହି ଯୋଜନାରୁ ଜଣେ ହେଲେ ବଞ୍ଚିତ କରାଯିବ ନାହିଁ, ଏବଂ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ଯେପରି ଲୋକଙ୍କ ପାଖରେ ପହଞ୍ଚିବ ସେଥିପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଏଥିରେ ପୌର ପରିଷଦର ଅଧ୍ୟକ୍ଷା ଗୁଲମକୀ ହବିବୀ, ପୌର କାର୍ଯ୍ୟ ନିର୍ବାହୀ ଅଧୂକାରୀ ତାପସ ସାମଲ, ସୂଚନା ଦେଇ କହିଥିଲେ ପିଏମ୍ ଆବାସ ଯୋଜନା ଆବେଦନ କରିବା ପାଇଁ ଆବଶ୍ୟକୀୟ କାଗଜପତ୍ର, ଯୋଗ୍ୟତା ଓ ପ୍ରାଥମିକତା ଆଧାର ପରିଚୟପତ୍ର, ଆୟ ଜାତି, ଜମି, ପ୍ରମାଣପତ୍ର, ପରିବାରର ବାର୍ଷିକ ଆୟ ୩ ଲକ୍ଷ ଟଙ୍କାରୁ କମ୍ ହୋଇଥିବା ଆବଶ୍ୟକ, ପରିବାର ସଦସ୍ୟଙ୍କ ସମଗ୍ର ଭାରତବର୍ଷରେ କୌଣସି ଜାଗାରେ ପକା ଘର ନ ଥିବ ଆବେଦନ କରି ପାରିବେ ।