ପ୍ରତ୍ୟେକ ଚାଷୀଙ୍କୁ ୧୦ କେଜି ଡାଲି ଜାତୀୟ ବିହନ ଦେବାକୁ ଦାବି

ପ୍ରତ୍ୟେକ ଚାଷୀଙ୍କୁ ୧୦ କେଜି ଡାଲି ଜାତୀୟ ବିହନ ଦେବାକୁ ଦାବି


ଜୟପୁର :- ମହିଳା ଲୋକ ବିକାଶ ମଂଚ ଓ ଲୋକ ବିକାଶ ମଂଚ କୋରାପୁଟ ତରଫରୁ କୋରାପୁଟ ଜିଲାପାଳ ଭି କିର୍ତିଭାସନଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି  । ଜୟପୁର ଉପ ଜିଲାପାଳଙ୍କ କାଯ୍ୟାଳୟରେ ଜିଲାପାଳଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି  । ଉକ୍ତ ଦାବି ପତ୍ରରେ ଉଲ୍ଲେଖ କରାଯାଇଛି ଯେ, କୋରାପୁଟ ଜିଲାର ପ୍ରାୟ ଅଧିକାଂଶ ଚାଷୀ ଖରିଫ ଋୁତୁରେ ଧାନ ଫସଲ ପରେ ବିହନ ଓ ସଚେତନତା ଅଭାବରୁ ଦ୍ୱିତିୟ ଫସଲ ଭାବେ କୌଣସି ଚାଷ କରନ୍ତି ନାହିଁ  । ଜମି ପଡିଆ ରହୁଛି  । ଉକ୍ତ ଚାଷି ମାନଙ୍କୁ ଚାଷ ପ୍ରତି ୧୦ କେଜି ଡାଲି ଜାତୀୟ ବିହନ ତୁରନ୍ତ ଯୋଗାଇ ଦିଆଗଲେ ଚାଷି ମାନେ ଅଣ ଜଳସେଚିତ ଜମିରେ ଧାନ ପରବର୍ତି ସମୟରେ ଚାଷ କରି ନିଜ ପରିବାରର ପୁଷ୍ଟିଯୁକ୍ତ ଖାଦ୍ୟ ଆବଶ୍ୟକତା ପୁରଣ କରିବା ସଙ୍ଗେ ସଙ୍ଗେ ଅର୍ଥ ରୋଜଗାର କରି ପାରନ୍ତେ ଓ ଆସନ୍ତା ବର୍ଷର ଚାଷ ପାଇଁ ବିହନ ରଖି ପାରିଥାନ୍ତେ ବୋଲି ବିଦୁ ଭୁଷଣ ମହାପାତ୍ର, ଅର୍ଜୁନ ଶୁକ୍ରି, ଚନ୍ଦ୍ର ପୁଜାରି ପ୍ରମୁଖ ଦାବି କରିଛନ୍ତି  ।