ପ୍ରଭୁ ଜାନୀ ରାଜ୍ୟ ଜେନେରାଲ ସମ୍ପାଦକ

 କୋରାପୁଟ : କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ସ୍ଥିତ ଗିର୍ଲିଗୁମ୍ମା ପଞ୍ଚାୟତ ଅଧୀନରେ ବସବାସ କରି ଆସୁଥିବା ଗିର୍ଲି ଗ୍ରାମର ପ୍ରଭୁ ଜାନୀ ଯିଏକି ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ । ଆଜି ୩୦ ଗୋଟି ଜିଲ୍ଲା ମଧ୍ୟରେ ରହିଥିବା ହଜାର ହଜାର ବରିଷ୍ଠ  ବିଜେଡ଼ି କର୍ମୀମାନଙ୍କ ମଧ୍ୟରୁ କୋରାପୁଟ ଜିଲ୍ଲାର ବାସିନ୍ଦା ସୁଖ୍ୟାତି ଲୋକସେବାରେ ନିଜକୁ ନିୟୋଜିତ ବରିଷ୍ଠ ନେତା ପ୍ରଭୁ ଜାନୀ ହେଲେ ରାଜ୍ୟ ଜେନେରାଲ ସମ୍ପାଦକ । ଏବାବଦରେ ଜିଲ୍ଲା ଉପସଭାପତି ନାରାୟଣ ବିଶୋଇଙ୍କୁ ପଚାରିବାରୁ ସେ କହିଛନ୍ତି ସେ ଲୋକସେବା କରି ଆସୁଛନ୍ତି, ଏବଂ ଆଗକୁ ମଧ୍ୟ କରୁଥିବେ ବୋଲି ଉପସ୍ଥାପନା କରିଛନ୍ତି । ତାହାସହ ପ୍ରଭୁ ଜାନୀଙ୍କୁ କୋରାପୁଟ ଜିଲ୍ଲାବାସୀ ଏବଂ ଶତାଧିକ କର୍ମୀ ଶୁଭେଚ୍ଛା ଜଣାଇଛନ୍ତି ।