ସାମାଜିକ ନ୍ୟାୟ ପ୍ରତିଷ୍ଠା କରିଛନ୍ତି ଆମ୍ବେଦକର
କୋରାପୁଟ : କୋରାପୁଟ ସଦର ମହକୁମାରେ ସମ୍ବିଧାନ ପ୍ରଣେତା ଡ. ବି. ଆର. ଆମ୍ବେଦକରଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସ୍ଥାପିତ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀରେ କୋରାପୁଟ ଜିଲ୍ଲାପାଳ ଭି କୀର୍ତ୍ତି ୱାସନ, ଜିଲ୍ଲା ପରିଷଦ ସଭାପତି ସସ୍ମିତା ମେଲେକା,ପୌର ପରିଷଦ ଅଧ୍ୟକ୍ଷ ଲଲାଟ ରଞ୍ଜନ ସେଠୀ, ପୂର୍ବତନ ବିଧାୟକ ନିମାଇଁ ସରକାର,ବିଜେପି ଜିଲ୍ଲା ସଭାପତି ଶିବ ମୁଦୁଲି, ସାଂସଦଙ୍କ ପ୍ରତିନିଧି ମନୋଜ ଆଚାର୍ଯ୍ୟ,ସମାଜସେବୀ ରୂପକ ତୁରୁକ, କାମାକ୍ଷା ପ୍ରସାଦ ମାଝୀ ପ୍ରମୁଖଙ୍କ ସହ ଅନ୍ୟ ବ୍ୟକ୍ତି ବିଶେଷ ଯୋଗଦେଇ ପୁଷ୍ପ ମାଲ୍ୟାର୍ପଣ କରିଥିଲେ ।ଏହି ଅବସରରେ ଆୟୋଜିତ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା ।ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗର ସନ୍ତୋଷ କୁମାର ସେଠି ଓ ଅଲିଭା କୁମାର ବେହେରା ଯୋଗଦେଇ ପରିଚାଳନା କରିଥିଲେ ।
ନୂଆପଡା: ଡ଼ଃ ବି ଆର ଆମ୍ବେଦକର, ଭାରତୀୟ ସମ୍ବିଧାନର ଜନକ । କେବଳ ଭାରତୀୟ ନୁହନ୍ତି ବିଶ୍ୱର ଲକ୍ଷ ଲକ୍ଷ ଲୋକ ତାଙ୍କୁ ସମ୍ମାନ ପ୍ରଦାନ କରନ୍ତି । ତାଙ୍କର ସଂଘର୍ଷ ମୟ ଜୀବନ ଓ ସମ୍ବିଧାନ ପ୍ରଣୟନ ପରି ଯୁଗାନ୍ତକାରୀ କାର୍ଯ୍ୟକୁ ବିଶ୍ୱ ସାରା ପ୍ରଶଂସା କରାଯାଏ ବୋଲି ଆଜି ଆୟୋଜିତ ଆମ୍ବେଦକର ଜୟନ୍ତୀରେ ଆୟୋଜକ ମଣ୍ଡଳୀ ପ୍ରକାଶ କରିଛନ୍ତି । ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଳକ ବରଗାଁ ଠାରେ ବିଭିନ୍ନ ସମାଜ ତରଫରୁ ଭାରତ ରନô ବାବା ସାହେବ୍ ଆମ୍ବେଦକରଙ୍କ ୧୩୫ ତମ ଜନ୍ମ ଜୟନ୍ତୀ ପାଇଁ ଏକ ବିଶାଳ ରେଲି ବରଗାଁ ସଭା ମଣ୍ଡପ ଠାରୁ ବରଗାଁ ଗ୍ରାମ ପରିକ୍ରମା କରିଥିଲା ଓ ଶତାଧିକ ଆମ୍ବେଦକର ପ୍ରେମୀ ଏଥିରେ ସାମିଲ ହୋଇଥିଲେ । ପରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଅବସର ପ୍ରାପ୍ତ ଜଙ୍ଗଲ ବିଭାଗ ଏସିଏଫ ଜୟରାମ ଶବରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଅବସର ପ୍ରାପ୍ତ ଅଧକ୍ଷ ମାଁ ମାଣିକେଶ୍ୱରୀ ବିଶ୍ୱ ବିଦ୍ୟାଳୟ କଳାହାଣ୍ଡି ପଦ୍ମଲୋଚନ ଭୋଇ, ମୁଖ୍ୟ ବକ୍ତା ଭାବେ ସଭାପତି ବିଶ୍ୱବସୁ ଶବର କଲ୍ୟାଣ ସଂଘ ନୂଆପଡା ସୋମନାଥ ଖମାରୀ, ସମ୍ମାନିତ ଅତିଥି ଭାବେ ପୂର୍ବତନ ଜିଲ୍ଲା ପରିଷଦ ଅଧକ୍ଷ ପୁଷ୍ପାଞ୍ଜଳି ପାଣ୍ଡେ, ଅବସର ପ୍ରାପ୍ତ କୃଷି ଅଧିକାରୀ ଭୂତେଶ କୁମାର ଶବର, ଅବସର ପ୍ରାପ୍ତ କୃଷି ଅଧିକାରୀ ପୂର୍ଣ୍ଣଚନ୍ଦ୍ର ନେତାମ, ଖଡ଼ିଆଳ ବ୍ଳକ ଉପାଧ୍ୟକ୍ଷ ଗୌତମ ତାଣ୍ଡି,ସାନମହେଶ୍ୱର ସରପଞ୍ଚ ଅଲ୍ଲାଦିନୀ ବେହେରା, ବନପାଳ ଦୁର୍ଯ୍ୟୋଧନ ଦୀକ୍ଷିତ, ସମାଜସେବୀ ଚିତୃ କୈବର୍ତ, ପୂର୍ବତନ ସମିତି ସଭ୍ୟ ଗଜାନନ ପଟେଲ, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଭୁବନେଶ୍ୱର ପଟେଲ, ଡକ୍ଟର ଲିଙ୍ଗରାକ ମଙ୍ଗରାଜ, ସାମାଜିକ କର୍ମୀ ରାଜନ ବଘେଲ, ସାମାଜିକ କର୍ମୀ ବଂଶୀଧର ଜଗତ, ସାମାଜିକ କର୍ମୀ କୁମରମଣି ତାଣ୍ଡି, ସାମାଜିକ କର୍ମୀ ଦୁର୍ଯେ୍ୟାଧନ ସରାଫ, ସାମାଜିକ କର୍ମୀ ଲିଙ୍ଗେଶ୍ୱର ନିଆଲ ମଞ୍ଚ ଆସୀନ ଥିବା ବେଳେ ଶିକ୍ଷକ ଗଜିନ୍ଦ୍ର ଶବର ମଞ୍ଚ ପରିଚାଳନା କରିଥିଲେ ।
ମାଲକାନଗିରି: ଭାରତୀୟ ସମ୍ବିଧାନର ବିଶିଷ୍ଟ ରୂପକାର, ସମାଜ ବିଜ୍ଞାନୀ, ଶିକ୍ଷାବିତ୍, ଆଇନଜୀବୀ, ସମାଜ ସଂସ୍କାରକ, ସୁଲେଖକ ଓ ମାନବିକ ଅଧିକାରର ବଡ ପ୍ରବକ୍ତା ଡଃ ଭୀମ ରାଓ ରାମଜୀ ଆମ୍ବେଦକରଙ୍କ ଜିଲ୍ଲା ସ୍ତରୀୟ ୧୩୩ ତମ ଜନ୍ମ ଜୟନ୍ତୀରେ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବସଷ୍ଟାଣ୍ଡ ସ୍ଥିତ ଭାରତରନô ବାବା ସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟାର୍ପଣ କରିଛନ୍ତି । ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ବେଦବର ପ୍ରଧାନ, ଉପ ଜିଲ୍ଲାପାଳ ଦୁର୍ଯ୍ୟୋଧନ ଭୋଇ ଓ ଭାରପ୍ରାପ୍ତ ପୌର ପରିଷଦ ନିର୍ବାହୀ ଅଧିକାରୀ ଅଶୋକ ଚକ୍ରବର୍ତ୍ତୀ ଉପସ୍ଥିତ ରହି ବାବା ସାହେବଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ପରେ ପରେ ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଏକ ସଭା ଆୟୋଜନ କରାଯାଇ ସ୍ମୃତିଚାରଣ କରାଯାଇଛି । ପ୍ରାରମ୍ଭରେ ପ୍ରଦୀପ ପ୍ରଜ୍ଜଳନ କରି ଆମ୍ବେଦକରଙ୍କ ଫୋଟ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ପ୍ରାର୍ଥନା କରାଯାଇଥିଲା । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରମିଳା ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭା କାର୍ଯ୍ୟରେ ଅତିରିକ୍ତ ଜିଲ୍ଲାପାଳ କହିଥିଲେ ଯେ, ଆମ୍ବେଦକର ବହୁ ପ୍ରତିଭାର ଅଧିକାରୀ ହେଲେ ମଧ୍ୟ ତାଙ୍କ ଜୀବନ ଥିଲା ବହୁ ବିପର୍ଯ୍ୟୟ ଓ ନୈରାଶ୍ୟର କାହାଣୀ । ସେ ଏକ ଦଳିତ ପରିବାରରେ ଜନ୍ମ ହୋଇ ବହୁ ଅଭାବ, ଅସୁବିଧା, ଅସମ୍ମାନ ଓ ଭେଦଭାବକୁ ସାମ୍ନା କରିଥିଲେ । ଦଳିତଙ୍କର ମାନବିକ ଅଧିକାର, ସାମାଜିକ ନ୍ୟାୟ ଓ ଏକ ଭେଦଭାବ ମୁକ୍ତ ସମାଜ ନିର୍ମାଣ ପାଇଁ ସେ ଜୀବନ ସାରା ସଂଗ୍ରାମ ଜାରି ରଖିଥିଲେ । ବାବା ସାହେବ୍ ଆମ୍ବେଦକର ସମାଜର ଅସ୍ପୃଶ୍ୟତା ଦୂର କରିବା, ଦଳିତ ମାନଙ୍କ ଅଧିକାରକୁ ସମ୍ବିଧାନରେ ସାବ୍ୟସ୍ତ କରିବା ଓ ସମାଜରୁ ସକଳ ଭେଦଭାବ ବିଲୋପ କରି ବଞ୍ଚିତ ଗୋଷ୍ଠୀକୁ ସମାଜର ମୁଖ୍ୟ ସ୍ରୋତକୁ ଆଣିବା ପାଇଁ ସମ୍ବିଧାନ ସଭାର ସଭ୍ୟ ହେବାକୁ ଆଗ୍ରହୀ ଥିଲେ ଓ ପରିଶେଷରେ ପଶ୍ଚିମ ବଙ୍ଗରୁ ସମ୍ବିଧାନ ସଭାର ସଭ୍ୟରୂପେ ମନୋନୀତ ହୋଇଥିଲେ । ସେ ଆହୁରି ମଧ୍ୟ କହିଥିଲେ ଯେ, ଆମ୍ବେଦକର ସମ୍ବିଧାନକୁ ତର୍ଜମା କରି ସମାଜରୁ ଅସ୍ପୃଶ୍ୟତା ନିବାରଣ କରିପାରିଛନ୍ତି । ତାଙ୍କ ଅସୀମ ଜ୍ଞାନ ପାଖରେ ଆଜି ଆମେ ନତମସ୍ତକ । ଆମ୍ବେକରଙ୍କ ଯୋଗୁଁ ଆଜି ସମାଜର ବିକାଶ ହୋଇପାରିଛି । ତାଙ୍କ କର୍ମ ଆଜି ତାଙ୍କୁ ଅମର କରି ରଖିପାରିଛି । ସମାଜରେ ଆଜି ଜାତିକୁ ନୁହେଁ ଜ୍ଞାନକୁ ପୂଜା କରାଯାଉଛି । ଆଜି ସମାଜରେ ବାଛନ୍ଦ ନାହିଁ – ଏହା କେବଳ ସମ୍ଭବ ହୋଇପାରିଛି ତାଙ୍କର ଚିନ୍ତାଧାରା ଯୋଗୁଁ । ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ତାଙ୍କ ଅଭିଭାଷଣରେ କହିଛନ୍ତି ଯେ, ଆମ୍ବେଦକର ଜଣେ ଦଳିତ,ନିଷ୍ୱେସିତ ବ୍ୟକ୍ତି ଥିଲେ । ତାଙ୍କ ଜୀବନ ବହୁ ସଂଘର୍ଷମୟ ଥିଲା । ଅନେକ ଘାତ ପ୍ରତିଘାତରେ ସେ ପାଠ ପଢି ଅନେକ ଶିକ୍ଷାଗତ ଯୋଗ୍ୟତାର ଅଧି୍କାରୀ ହୋଇପାରିଥିଲେ । ନାନା ବିବିଧତା ମଧ୍ୟରେ ଏକ ସ୍ୱାଧୀନ ସଂହତିପୂର୍ଣ୍ଣ ରାଷ୍ଟ୍ର ନିର୍ମାଣ କରିବା ଆମ୍ବେଦକରଙ୍କ ଲକ୍ଷ୍ୟ ଥିଲା । ସମସ୍ତ ନାଗରିକଙ୍କର ଆତ୍ମ ସମ୍ମାନ, ସାମାଜିକ ନ୍ୟାୟ, ଗଣତାନ୍ତ୍ରିକ ମୂଲ୍ୟବୋଧ ଓ ବିଚାରଶୀଳ ମାନବବାଦୀ ଆଭିମଖ୍ୟ ଦେଶ ପାଇଁ ପ୍ରେରଣାଦାୟୀ ଆଦର୍ଶ ହୋଇ ରହିବ । ସମସ୍ତ କାର୍ଯ୍ୟକ୍ରମ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପରିଚାଳନା କରିଥିଲେ । ବକ୍ତୃତା ପ୍ରତିଯୋଗୀତାରେ କୃତିତ୍ୱ ଲାଭ କରିଥିବା ଛାତ୍ରଛାତ୍ରୀଙ୍କୁ ଏହି ଅବସରରେ ପୁରସ୍କୃତ କରଯାଇଥିଲା । ମାଲ୍ୟାର୍ପଣ କାର୍ଯ୍ୟକ୍ରମରେ ସତ୍ୟ ନାରାୟଣ କଲେଜର ଛାତ୍ରମାନେ ଉପସ୍ଥିତ ଥିଲେ । ସେହିପରି ସ୍ମୃତିଚାରଣ ସଭାରେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ସମସ୍ତ ଗୁରୁମା ଗୁରୁଜୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ଜିଲ୍ଲା ସୂଚନା ଓ ଲୋକସଂପର୍କ ବିଭାଗ କର୍ମଚାରୀ ହରେକୃଷ୍ଣ କିର୍ତ୍ତନିଆ ଓ ରଞ୍ଜନ ମହାନ୍ତି କାର୍ଯ୍ୟକ୍ରମ ଆୟୋଜନ କରିବାରେ ସହଯୋଗ କରିଥିଲେ ।
ଝାରସୁଗୁଡା : ଝାରସୁଗୁଡ଼ାରେ ବାବା ସାହେବ୍ ଆମ୍ବେଦକରଙ୍କ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଅବସରରେ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ସୁନାରୀମୁଣ୍ଡାରେ ଥିବା ବାବା ସାହେବ୍ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ । ଏହି ଅବସରରେ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ସିଧା ସଳଖ କଂଗ୍ରେସ ଦଳକୁ ଟାର୍ଗେଟ କରି କହିଛନ୍ତି ଯେ, ଜବାହାର ଲାଲ ନେହେରୁଙ୍କ ମନ୍ତ୍ରୀମଣ୍ଡଳରେ ବାବା ସାହେବ୍ ଆମ୍ବେଦକର ମନ୍ତ୍ରୀ ଥିବା ବେଳେ ଜବାହାର ଲାଲ ନେହେରୁଙ୍କ ମନମୁଖୀ ଶାସନ ଓ ଦଳିତ ବିରୋଧି ଶାସନ ଯୋଗୁ ଇସ୍ତପା ଦେବାକୁ ପଡ଼ିଥିଲା ବୋଲି କହିଛନ୍ତି । ତାହା ସହିତ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତୀୟ ଜନତା ପାର୍ଟିର ସରକାର ଆସିଲା ପରେ ଯେଉଁଠାରେ ବାବା ସାହେବ୍ ଆମ୍ବେଦକରଙ୍କ ଜନ୍ମ ହୋଇଥିବା ସ୍ଥାନ,ପାଠ ପଢିଥିବା ସ୍ଥାନ, ଦୀକ୍ଷା ନେଇଥିବା ସ୍ଥାନ ,ଏମିତି ପାଞ୍ଚଟି ସ୍ଥାନ କୁ ମୋଦୀ ସରକାର ପଞ୍ଚତୀର୍ଥ ନାମରେ ଘୋଷଣା କରିଛନ୍ତି । ବାବା ସାହେବ୍ ଆମ୍ବେଦକରଙ୍କୁ ସ୍ୱାଧୀନତା ପରେ ପ୍ରକୃତରେ ସମ୍ମାନ ଭାରତୀୟ ଜନତା ପାର୍ଟିର ସରକାର ଆସିଲା ପରେ ମିଳିଛି । ଭାରତୀୟ ଜନତା ପାର୍ଟି ସାମାଜିକ ସମର୍ଥତା ଉପରେ ବିଶ୍ୱାସ ରଖୁଥିବା ପାର୍ଟି,ଏହି ଦଳର ମୁଖ୍ୟ ଲକ୍ଷ୍ୟ ହେଉଛି ଅନ୍ତୋଦୟ ତେଣୁ ଆଜି ଭଳିଆ ଦିନରେ ଯାହା ପାଇଁ ବାବା ସାହେବ୍ ଆମ୍ବେଦକର ନିଜର ବଳିଦାନ ଦେଇଥିଲେ ସମାଜରର ସବୁ ବର୍ଗଙ୍କୁ ଏକା ସାଙ୍ଗରେ ନେଇ ଏ ସମାଜର ଉନ୍ନତି କରିବା ପାଇଁ ଆମେ ପ୍ରତିଶ୍ରୁତି ବଦ୍ଧ ବୋଲି ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ କହିଛନ୍ତି । ତାହା ସହିତ ଦେଶର ଲୋକତନ୍ତ୍ରକୁ ଶକ୍ତିଶାଳୀ କରିବା ପାଇଁ ପ୍ରତ୍ୟେକ ଭାରତୀୟଙ୍କ ସମାନ ଅଧିକାର ପାଇଁ ପ୍ରତ୍ୟେକ ବର୍ଗର ଅଂଶିଦାରି ପାଇଁ ତାଙ୍କ ସଂଘର୍ଷ ଏବଂ ଅବଦାନ ସଂବିଧାନର ସୁରକ୍ଷା ପାଇଁ ଚାଲିଥିବା ଲଢେଇରେ ସଦା ଆମକୁ ପଥ ପ୍ରଦର୍ଶନ କରିବ ବୋଲି କହିଛନ୍ତି । ଏହି କାର୍ଯ୍ୟକ୍ରମରେ ଝାରସୁଗୁଡ଼ା ଜିଲ୍ଲା ସଭାପତି ରଘୁ ନନ୍ଦନ ପଣ୍ଡାଙ୍କ ସମେତ ବିମଳେନ୍ଦୁ ଭୋଳ,ବିବେକ ଶ୍ରୀବସ, ଅନମୋଲ ମାଲହୋତ୍ରା, ମୋନଜ କଲେତ ପ୍ରମୁଖ ଉପସ୍ଥିତ ଥିଲେ ।
ଗୋଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ କେଗାଁ ଶିଶୁମନ୍ଦିର ଠାରେ କେଗାଁ ଜୋନ ବିଜେପି କର୍ମୀଙ୍କ ଦ୍ୱାରା ମହା ଆଡ଼ମ୍ବରରେ ଆମ୍ବେଦକର ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ଯୋଗ ଦେଇଥିଲେ । ମୁଖ୍ୟବକ୍ତା ଭାବରେ ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଜୟନ୍ତ ସିଂ ଯୋଗଦେଇ ଆମ୍ବେଦକରଙ୍କ ଜୀବନୀ ଉପରେ ବିସ୍ତୃତ ଭାବରେ ବୁଝାଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ ମଣ୍ଡଳ ସଭାପତି ରୁଦ୍ରାକ୍ଷ୍ କେତକୀ,ମହିଳା ମୋର୍ଚ୍ଚା ନେତ୍ରୀ ଚମ୍ପାବତୀ ସାହୁ, ନୂଆଗାଁ ସରପଞ୍ଚ ଦୁଷ୍ମନ୍ତ ଭୋଇ, ଯୁବମୋର୍ଚ୍ଚା ସଭାପତି ଜୟକୃଷ୍ଣ ସାହୁ,ରଜତ ପୁଟେଲ,ନୂଆଗାଁ ସମିତି ସଭ୍ୟ ରମେଶ ଶବର,ମନୋଜ ଅଗ୍ରୱାଲ, ଦେବେନ୍ଦ୍ର ପୁଟେଲ,ରମେଶ ଅଗ୍ରୱାଲ, ପୃଥ୍ୱୀରାଜ ପ୍ରଧାନ, ଆଲୋକ ଅଗ୍ରୱାଲ, ବିଭୀଷଣ ସେଠିଆ, ରାଜେଶ ଅଗ୍ରୱାଲ, ପ୍ରକାଶ ସାହୁ, ଶ୍ରୀନିବାସ ଦାସ,ସୁନୀଲ ସାହୁ, ବିଶିକେଶନ ଜ୍ୟୋତିଷ, ତୁଲାରାମ ସାହୁ, କୀର୍ତନ ବାରିକ, ସୁଧୀର ବିଶ୍ୱାଳ,ସହିତ ଅନେକ ବିଜେପି କର୍ମୀଙ୍କ ଉପସ୍ଥିତିରେ ଆମ୍ବେଦକର ଜୟନ୍ତୀ ପାଳିତ ହୋଇଥିଲା ।
ରାୟଗଡ: ଭାରତର ସମ୍ବିଧାନ ପ୍ରଣେତା ଭାରତରନô ଡଃ. ବାବାସାହେବ ଭୀମାରାଓ ଆମ୍ବେଦକରଙ୍କ ୧୩୫ ତମ ଜୟନ୍ତୀ ରାୟଗଡ ଜିଲ୍ଲା ପ୍ରଶାସନ ପକ୍ଷରୁ ପାଳିତ ହୋଇଯାଇଛି । ୩୨୬ ନମ୍ବର ଜାତୀୟ ରାଜପଥ ରାୟଗଡା ସହରର ବସଷ୍ଟାଣ୍ଡ ନିକଟସ୍ଥ ଆଇଟିଡିଏ କାର୍ଯ୍ୟାଳୟ ସମ୍ମୁଖ ଟ୍ରାଫିକ ଛକ ଓ ରାମା ଟକିଜ ନିକଟସ୍ଥ ଆମ୍ବେଦକର ନଗରରେ ଅବସ୍ଥାପିତ ପ୍ରତିମୂର୍ତ୍ତିରେ ଅତିରକ୍ତ ଜିଲ୍ଲାପାଳ ନବୀନ ଚନ୍ଦ୍ର ନାୟକ,ଉପଜିଲ୍ଲାପାଳ ରମେଶ ଚନ୍ଦ୍ର ଜେନା, ପ୍ରକଳ୍ପ ପ୍ରଶାସକ ସମ୍ମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା, ରାୟଗଡ଼, ସୂଚନା ଓÿ ଲୋକସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ, ପୂର୍ବତନ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଜଳନ୍ଧର ପୁଷିକା, ବି କକ୍ଷନ୍ତା ରାଓ, ତ୍ରିନାଥ ବିଭାର,ଏବଂ ଆମ୍ବେଦକର ପ୍ରେମୀ ଯୋଗଦାନ କରି ମଲ୍ୟାର୍ପଣ କରିଥିଲେ । ସ୍ୱୟଂ ଶାସିତ ମହାବିଦ୍ୟାଳୟ ଠାରେ ଜିଲ୍ଲାସ୍ତରୀୟ ସ୍ମୁତି ଚାରଣ ସଭା ଓ ଓଡ଼ିଆ ନବ ବର୍ଷ ପାଳିତ ହୋଇଥିଲା । ଅତିରିକ୍ତ ଜିଲ୍ଲାପାଳଙ୍କ ଶ୍ରୀ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ, ଉପଜିଲ୍ଲାପାଳ ଶ୍ରୀ ଜେନା,ଶିକ୍ଷବିତ୍ତ ଡ୍. ଦୁଷ୍ମନ୍ତ କୁମାର ମହାନ୍ତି, ଅଧକ୍ଷା ଡ଼ ସରସ୍ୱତୀ ରାୟ, ପ୍ରାକ୍ତନ ଅଧ୍ୟକ୍ଷା ଡ଼ ବବିଳତା ସରାଫ, ଜିଲ୍ଲାସଂସ୍କୃତି ଅଧିକାରୀ ସୁଶ୍ରୀ ସୁସ୍ମିତା ବାଉରୀ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ, ସମାଜ ସେବି ବି କାନ୍ତକ୍ଷ ରାଓ ଆଦି ଯୋଗଦେଇ ସମ୍ବିଧାନ ପ୍ରଣେତା ଡ଼ଃ ବି.ଆର ଆମ୍ବେଦକରଙ୍କ ସଂଘର୍ସମୟ ଜୀବନୀ ତାଙ୍କର ମହାନ ଅବଦାନ ଉପରେ ଆଲୋକପକ୍ଷତ କରିଥିଲେ । ଆମ୍ବେଦକର ହେଉଛନ୍ତି ସାମାଜିକ ଗଣତନ୍ତ୍ରର ପ୍ରତିଷ୍ଠାତା ଥିଲେ । ଆମ୍ବେଦକରଙ୍କ ସଙ୍ଘର୍ଷମୟ ଜୀବନ ଓ ଭାରତ ପାଇଁ ତାଙ୍କର ଅତୁଳନୀୟ ଅବଦାନ ଉପରେ ଆଲୋକପାତ କରିଥିଲେ । ଡ଼ଃ ଅମ୍ବେଦକରଙ୍କ ଜୟନ୍ତି ପାଳନ ଉପଲକ୍ଷେ ଉଚ୍ଚ ବିଦ୍ୟାଳୟସ୍ତରରେ ଅନୁଷ୍ଠିତ ହୋଇଥିବା ବକ୍ତୃତା, ପ୍ରବନ୍ଧ ପ୍ରତିଯୋଗିତାରେ କୃତି ପ୍ରତିଯୋଗିମାନଙ୍କୁ ଅଥିଥିମାନଙ୍କ ଦ୍ୱାରା ପୁରସ୍କାର ପ୍ରଦାନ କରାଯାଇଥିଲା । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରକ୍ଷରମ୍ବିକ ସୂଚନା ପ୍ରଦାନ କରିଥିବାବେଳେ ଜିଲ୍ଲା ସଂସ୍କୃତି ଅଧିକାରୀ ସୁସ୍ମିତା ବାଉରୀ ଧନ୍ୟବାଦ ଅର୍ପଣ କରିଥିଲ । ସ୍ୱୟଂ ଶାସିତ ମହାବିଦ୍ୟାଳୟର ଏନସିସି ଶିକ୍ଷକ ଲେଫ୍ଟ ନାଣ୍ଟ ଉଦୟ ନାୟକ ସଂଯୋଜନା କରିଥିଲେ ।