ପ୍ରସବ ପୂର୍ବରୁ ନବଜାତକୁ କେନାଲରେ ଭସେଇଦେଲା ମା’

 କନ୍ଧମାଳ/କୋଟଗଡ : କନ୍ଧମାଳ ଜିଲ୍ଲା କୋଟଗଡ ବ୍ଲକ ଅନ୍ତର୍ଗତ ସୁବର୍ଣ୍ଣଗିରି ପଞ୍ଚାୟତର ସୁବର୍ଣ୍ଣଗିରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅନ୍ତର୍ଗତ ଉପରସୁବର୍ଣ୍ଣଗିରି କେନାଲରେ ହଠାତ ଭାସି ଆସିଲା ମୃତ ରକ୍ତ ଜୁଡୁବୁଡୁ ନବଜାତ । ଅଞ୍ଚଳରେ ଲାଗିରହିଛି ହଲ ଚଲ । ପ୍ରତ୍ୟକ୍ଷ ଦର୍ଶୀଙ୍କ କହିବାନୁଯାଇ ସବୁଦିନ ପରି ସକାଳୁ ଉଠିଲା ବେଳକୁ ଏକ ଭୃଣ କିମ୍ବା ଠିକ ପ୍ରସବ ପୂର୍ବର ମୃତ ନବଜାତ ଶିଶୁଟି ଆସି ସାହି ମୋଝୀ କେନାଲରେ ଲାଗିଥିବା ଦେଖିଥିଲେ । ସମାଜକୁ ଦେଖିବା ପୂର୍ବରୁ କେଉଁ ମା ଜନ୍ମ ପୂର୍ବରୁ ରକ୍ତ ଜୁଡୁବୁଡୁ ଶିଶୁଟିକୁ କେନାଲରେ ଭସାଇଦେଲା ତାକୁ ନେଇ ନାନା ଚର୍ଚ୍ଚା । ହେଲେ ଘଟଣା ପ୍ରଘଟ ହେଲା ପରେ କଥାଯାଇଥିଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସୁବର୍ଣ୍ଣଗିରି ଇନଚାର୍ଜ ଭଗବାନ ସୋରେନଙ୍କ ପାଖକୁ । ତାପରେ ସେ ସେହି ଅଂଚଳର ଆଶା, ଅଙ୍ଗନବାଡି ଓ ଏଏନଏମଙ୍କୁ ଏ ନେଇ ରିପୋର୍ଟ ତଲବ କରିଛନ୍ତି । ହେଲେ କିଏ ଓ କାହିଁକି ଏପରି ନିଷ୍ପାପ ନବଜାତକୁ ରାତି ଅନ୍ଧକାରରେ କେନାଲଙ୍କୁ ଫିଙ୍ଗି ଦେଇଥିବା କଥାକୁ ନେଇ ଲାଗି ରହିଛି ସସ୍ପେନସ୍ । ମା ଓ ଶିଶୁ ସୁରକ୍ଷା ପାଇଁ ଆଶା, ଅଙ୍ଗନବାଡି, ଏଏନଏମ, ସିଏଚ୍ଓ, ଡାକ୍ତର ସମେତ ବହୁ ସ୍ୱାସ୍ଥ୍ୟ କର୍ମୀ  ନିୟୋଜିତ ହୋଇଥାନ୍ତି । ବିବାହ ପଞ୍ଜିକରଣ, ଗର୍ଭ ପଞ୍ଜିକରଣ କରିବା, ଗର୍ଭବତୀ ମା’ଙ୍କ ର ସ୍ୱାସ୍ଥ୍ୟ ପରୀକ୍ଷା ବାରମ୍ବାର କରିବା ସହ ପ୍ରତି ମାସର ୯ ତାରିଖରେ ପ୍ରଧାନ ମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନ  ପରି କାଯ୍ୟକ୍ରମ ମାନ ଚାଲିଥିବା ସତ୍ୱେ ଏହି ଭଳି କିପରି ଘଟିଗଲା କେହି କେମିତି ଜାଣି ପାରିଲେନି । ଖବର ପାଇ ଘଟଣା ସ୍ଥଳରେ କୋଟଗଡ ପୁଲିସ, ସରପଞ୍ଚ, ଶିକ୍ଷା ଓ ସ୍ୱାସ୍ଥ୍ୟ ବିଭାଗର ସାଂସଦ ପ୍ରତିନିଧି ପହଁଚି ତଦନ୍ତ କରିଛନ୍ତି ।