ଆଶ୍ରମ ସ୍କୁଲ ଛାତ୍ର ଆତ୍ମହତ୍ୟା ଘଟଣା : ପ୍ରଧାନ ଶିକ୍ଷକ ନିଲମ୍ବିତ, ସହକାରୀ ଶିକ୍ଷକ କେବେ?

ନୂଆପଡା : ନୁଆପଡ଼ାଜିଲ୍ଲା କୋମନା ଥାନା ଅନ୍ତର୍ଗତ ସାହାଜେଟ ସ୍ଥିତ ଆଦିବାସୀ କଲ୍ୟାଣ ବିଭାଗ ଦ୍ୱାରା ପରିଚାଳିତ ସରକାରୀ ଆଶ୍ରମ ବିଦ୍ୟାଳୟ ପରିସର ମଧ୍ୟରେ ଜନୈକ ଅଷ୍ଟମ ଶ୍ରେଣୀ ଛାତ୍ର ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା । ଖଡ଼ିଆଳ ଥାନା ଅନ୍ତର୍ଗତ ବଡ ମହେଶ୍ୱର ଗ୍ରାମର ତୁଳସୀଦାସ ବନଛୋରଙ୍କ ପୁଅ ଅଶ୍ୱିନୀ ଦାସ (୧୫) ଅଷ୍ଟମ ଶ୍ରେଣୀରେ ପଢୁଥିଲେ । ଛାତ୍ର ଜଣକ ପଛୁଆ ବର୍ଗର ହୋଇଥିବାବେଳେ, ଉକ୍ତ ବିଦ୍ୟାଳୟରେ ସହକାରୀ ଶିକ୍ଷକ ଭାବେ କାର୍ଯ୍ୟରତ ଜଗଦୀଶ ନାଗଙ୍କ ସମ୍ପର୍କୀୟ ଭଣଞ୍ଜା ହୋଇଥିବା ହେତୁ ଆଦିବାସୀ ହରିଜନ ବର୍ଗର ଛାତ୍ରଙ୍କ ପାଇଁ ଉଦ୍ଦିଷ୍ଟ ଛାତ୍ରାବାସରେ ରହି ରହିବାକୁ କୌଣସି ପ୍ରକାରେ ସମର୍ଥ ହୋଇଥିଲେ । ସହପାଠୀ ଅନ୍ତେବାସୀଙ୍କ କହିବା ପ୍ରକାରେ ସେମାନେ ଏକାଠି ଛାତ୍ରାବାସ ରେ ରହୁଥିଲେ ଓ ୧୬ ଜୁଲାଇ ୨୦୨୫ ରାତିରେ କନ୍ଦୁ କରୁଥିଲେ । ସେ କାହିଁକି କାନ୍ଦୁଛନ୍ତି ବୋଲି ସହପାଠୀମାନେ ପଚାରିଲେ ହେଁ କୌଣସି କାରଣ କହି ନଥିଲେ । ରାତ୍ରୀ ଭୋଜନ ପରେ ସେ ଛାତ୍ରାବାସରେ ଅନୁପସ୍ଥିତ ଥିବା ଜାଣି ସହପାଠୀମାନେ ରାନ୍ଧୁଣିଙ୍କୁ ଜଣେଇ ଖୋଜାଖୋଜି କରି ତାଙ୍କୁ ଛାତ୍ରାବାସରୁ ମାତ୍ର ୫୦ ଫୁଟ ଦୂର ଏକ ମହୁଲ ଗଛରେ ଏକ ସାଲକୁ ବାନ୍ଧି ଝୁଲୁଥିବା ଦେଖି ସହକାରୀ ଶିକ୍ଷକ ଲୋଚନ ଶବରଙ୍କୁ ଫୋନ୍ ଯୋଗେ ଜଣେଇ ଥିଲେ । ସେ ତରବୋଡରୁ ଆସି ଘଟଣା ସମ୍ବନ୍ଧରେ ଅବଗତ ହୋଇଥିଲେ । ରାନ୍ଧୁଣି ଓ ସହପାଠୀ ଛାତ୍ରଙ୍କ ସହାୟତାରେ ଗଛରୁ ଛାତ୍ର ଜଣକୁ ଉଦ୍ଧାର କରାଯାଇସାରିଥିବା ଦେଖି ତାଙ୍କୁ କୋମନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରିଥିଲେ । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଘଟଣା ର ପ୍ରଥମ ପର୍ଯ୍ୟାୟରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ କାର୍ଯ୍ୟାଳୟ ପକ୍ଷରୁ ତଦନ୍ତ କରାଯାଇ ଜିଲ୍ଲାପାଳ ପ୍ରଧାନଶିକ୍ଷକ ହରଦେବ ହଂସଙ୍କୁ ଶୃଙ୍ଖଳା ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି । ଉପରୋକୁ ଆଶ୍ରମ ବିଦ୍ୟାଳୟ ଛାତ୍ରର ଆତ୍ମହତ୍ୟା ନୋଟରେ କ’ଣ ଉଲ୍ଲେଖ ଅଛି? ବେନିୟମ ଭାବେ ପଛୁଆ ବର୍ଗର ଛାତ୍ରଙ୍କୁ ଛାତ୍ରାବାସରେ ରଖାଯାଇଥିବାରୁ ଓ କର୍ତ୍ତବ୍ୟରେ ଅବହେଳା କାରଣରୁ ଶିକ୍ଷକ ଜଗଦୀଶ ନାଗ ସମେତ ଅନ୍ୟାନ୍ୟ ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ କେବେ ଗ୍ରହଣ କରାଯିବ ବୋଲି ସାଧାରଣରେ ଦାବି ହେଉଛି ।