ପ୍ରାଣୀ ଚିକିତ୍ସକଙ୍କ ବଦଳି ବାତିଲ୍ ଦାବିରେ ଧାରଣା
ନିଆଳି: ନିଆଳି ବ୍ଲକ୍ ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ମୃତୁ୍ୟଞ୍ଜୟ ବେହେରାଙ୍କ ଅନ୍ୟତ୍ର ବଦଳି ହୋଇଥିବାବେଳେ ଏହି ବଦଳି ବାତିଲ୍ ଦାବି ନେଇ ନିଆଳି ପ୍ରାଣୀଧନ ଓ କୃଷି ବିକାଶ ପରିଷଦ ପକ୍ଷରୁ ଧାରଣା ଦିଆଯାଇଛି । ପ୍ରାଣୀ ଚିକିତ୍ସା କାର୍ଯ୍ୟାଳୟ ସମ୍ମୁଖରେ ସମସ୍ତ ସଭ୍ୟସଭ୍ୟା ଧାରଣାରେ ବସି ଶ୍ରୀଯୁକ୍ତ ବେହେରାଙ୍କ ବଦଳି ବାତିଲ୍ ଦାବି ନେଇ ଜିଦ୍ ଧରିଛନ୍ତି । ଏବଂ ସେକ୍ ହସନ୍ଙ୍କ ନେତୃତ୍ୱରେ ପରିଷଦର ସଦସ୍ୟସଦସ୍ୟା ମାନେ ଏକ ଦାବିପତ୍ର ଜିଲ୍ଲାପାଳ ଓ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କୁ ପ୍ରଦାନ କରିଛନ୍ତି । ବଦଳି ବାତିଲ୍ ଯଥାଶୀଘ୍ର କରାନଗଲେ ଆନେ୍ଦାଳନ ତୀବ୍ରତର ହେବ ବୋଲି ପରିଷଦ ପକ୍ଷରୁ ଚେତାବନୀ ଦିଆଯାଇଛି । ଧାରଣାରେ ଅନ୍ୟମାନଙ୍କ ମଧ୍ୟରେ ଉମାକାନ୍ତ ପାତ୍ର, ଡମ୍ବରୁଧର ସ୍ୱାଇଁ, ରାଜ କିଶୋର ଦାସ, କୁନା ପ୍ରଧାନ, ଧିରେନ୍ଦ୍ର ଦାସ, ଜଗଦେବ ସାହୁ, କାହ୍ନୁ ଚରଣ ଶତପଥୀ, ଆଲୋକ ସାହୁ, ବାବୁନି ସେନାପତି, ସୂର୍ଯ୍ୟକାନ୍ତ ସାହୁଙ୍କ ସମେତ ୩୦ରୁ ଊଦ୍ଧ୍ୱର୍ ସଭ୍ୟସଭ୍ୟା ଧାରଣାରେ ବସିଥିଲେ ।