ସବୁ ସରକାରୀ ଅଫିସରଙ୍କ ଘରେ ଲାଗିବ ସୌର ପ୍ୟାନେଲ୍ : କେଭି ସିଂହଦେଓ

ଭୁବନେଶ୍ୱର: ଅଧିକ ଇଲେକ୍ଟ୍ରି ଗାଡ଼ି ବ୍ୟବହାର ପାଇଁ ଆସିବ ପଲିସି । ଏନେଇ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ସୂଚନା ଦେଲେ । ସେ କହିଛନ୍ତି ଯେ, ସରକାରୀ ଅଫିସରଙ୍କ ଘରେ ସୌର ପ୍ୟାନେଲ ଲାଗିବ । ସେ ଆହୁରି କହିଛନ୍ତି ଯେ, ସୌର ପ୍ୟାନେଲ ଲଗାଇବା ବାଧ୍ୟତାମୂଳକ ହେବ। ସରକାରୀ କର୍ମଚାରୀ ଇଭି ଗାଡ଼ି ବ୍ୟବହାର କରିବେ। ବଜାରରେ ଇଭି ଗାଡ଼ିର ଚାହିଦା ଧିରେ ଧିରେ ବଢିବାରେ ଲାଗିଛି। ଏହା ପେଟ୍ରୋଲ ଖର୍ଚ୍ଚକୁ କମ୍ କରୁଛି। ଏଥିପାଇଁ ବର୍ତ୍ତମାନ ନୂଆ ପଲିସି ଆସିବ ବୋଲି ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ କହିଛନ୍ତି।