ଦଶମ ଶ୍ରେଣୀ ଛାତ୍ରୀଙ୍କ ମୃତୁ୍ୟ
କୁଜଙ୍ଗ : କୁଜଙ୍ଗ ବ୍ଲକ୍ ଅନ୍ତର୍ଗତ ଗୋପିଆକୁଦ ପଞ୍ଚାୟତ ସମାଗୋଳ ଗ୍ରାମର ଅଜିତ୍ କୁମାର ପରିଡ଼ାଙ୍କ ଝିଅ ସୁଚିସ୍ମିତା ପରିଡ଼ା,(ସୋନାଲି-୧୪)ଙ୍କର ଅକାଳ ବିୟୋଗକୁ ନେଇ ସମାଗୋଳ ଗ୍ରାମରେ ଶୋକର ଛାୟା ଖେଳିଯାଇଛି । ସୁଚିସ୍ମିତା କୁଜଙ୍ଗ ବିବି ହାଇସ୍କୁଲ୍ରେ ଦଶମ ଶ୍ରେଣୀରେ ପାଠ ପଢ଼ୁଥିବା ବେଳେ କୁଜଙ୍ଗ ଟପରୱାଲା କୋଚିଂ ସେଂଟରରେ କୋଚିଂ ନେଉଥିଲେ । ସେ ଜଣେ ଅତ୍ୟନ୍ତ ମେଧାବୀ, ମିଷ୍ଟଭାଷିଣୀ ଓ ଶାନ୍ତ ସରଳ ଛାତ୍ରୀ ଭାବେ ବିଦ୍ୟାଳୟରେ ପରିଚିତା ଥିଲେ । ସୋନାଲିଙ୍କର ଦେହ ଅସୁସ୍ଥ ହେବାରୁ ପରିବାର ଲୋକେ ତାଙ୍କୁ କଟକ ବଡ଼ ମେଡ଼ିକାଲ ଏବଂ ସନ୍ଧ୍ୟାରେ ତାଙ୍କୁ ଏକ ଘରୋଇ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର କିଡିନି ସଂକ୍ରମଣ ଓ ନିମୋନିଆ ବାହାରିଥିଲା । ଡାକ୍ତରଙ୍କ ସମସ୍ତ ଚେଷ୍ଟା ସତ୍ୱେ ରାତ୍ର ୪ ଘଟିକା ସମୟରେ ସୋନାଲିଙ୍କର ସେଠାରେ ପରଲୋକ ହୋଇଯାଇଥିଲା ।