ବଜ୍ରପାତ ସଚେତନତା କର୍ମଶାଳା
ବଡ଼ସାହି : ମୟୁରଭଞ୍ଜ ଜିଲ୍ଲାରେ ବଜ୍ରପାତ ଜନିତ କ୍ଷୟ କ୍ଷତି ଓ ଧନ ଜୀବନ ନଷ୍ଟକୁ ଦୃଷ୍ଟିରେ ରଖି ବଡ଼ସାହି କଲେଜର ଏନଏସଏସ ଓ ଜାତୀୟ ସେବା ବୁ୍ୟରୋ, ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜ ଦେଓ ବିଶ୍ୱବିଦ୍ୟାଳୟର ମିଳିତ ସହଯୋଗରେ ଉପଖଣ୍ଡ ସ୍ତରୀୟ ବଜ୍ରପାତ ସଚେତନତା ଅଭିଯାନ ଆୟୋଜିତ ହୋଇଯାଇଛି । ବଡ଼ସାହି ପଞ୍ଚାୟତ ସମିତି ମହାବିଦ୍ୟାଳୟର ଅଧ୍ୟକ୍ଷ ଦାୟିତ୍ୱରେ ଥିବା ପ୍ରଫେସର ଫକୀର ଚରଣ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ପ୍ରଶିକ୍ଷକ ତଥା ଫକୀର ମୋହନ ବିଶ୍ୱିଦ୍ୟାଳୟର ପ୍ରଫେସର ମନୋରଂଜନ ମିଶ୍ର, ସମ୍ମାନିତ ଅତିଥି ଭାବେ ଏନଏସଏସ ବୁ୍ୟର ବସନ୍ତ ମହାନ୍ତ, ପୁରୁଣା ବାରିପଦା ସ୍ଥିତ ଆଞ୍ଚଳିକ ଡ଼ିଗ୍ରୀ ମହାବିଦ୍ୟାଳୟ କାର୍ଯ୍ୟକ୍ରମ ଅଧିକାରୀ ଓ କୁଆମରା ଡ଼ିଗ୍ରୀ କଲେଜର କାର୍ଯ୍ୟକ୍ରମ ଅଧିକାରୀ ଗୋପୀନାଥ ପଣ୍ଡା, ପ୍ରାଣୀବିଜ୍ଞାନର ମୁଖ୍ୟ ପ୍ରଫେସର ଜୀବନ କୁମାର ପଣ୍ଡିତ, ଇତିହାସ ବିଭାଗର ଅଧ୍ୟାପକ ଶ୍ରବଣ କୁମାର ମହାପାତ୍ର ମଞ୍ଚାସିନ ହୋଇଥିଲେ । ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରୀ ଡ ରିତୁଲତା ବିଶ୍ୱାଳ ଅତିଥି ପରିଚୟ ପ୍ରଦାନ କରିବା ସହ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ପ୍ରଶିକ୍ଷକ ମନୋରଂଜନ ମିଶ୍ର ବଜ୍ରପାତ ସମ୍ବନ୍ଧୀୟ ସଚେତନତା ଓ ବଜ୍ରପାତ ପୂର୍ବର ଲକ୍ଷଣ ବିଷୟରେ ଉପଖଣ୍ଡର ଅଙ୍ଗନୱାଡ଼ି କର୍ମୀ, ସାମାଜିକ କର୍ମୀ, ଛାତ୍ରଛାତ୍ରୀଙ୍କୁ ବିସ୍ତୃତ ଭାବରେ ଭିଡିଓ ଚିତ୍ର ମାଧ୍ୟମରେ ପ୍ରଶିକ୍ଷଣ ଓ ବିବରଣୀ ପ୍ରଦାନ କରିଥିଲେ ।