ଗାନ୍ଧି ପ୍ରତିମୂର୍ତ୍ତି ସ୍ଥାପନାର ପ୍ରତିଷ୍ଠା ଉତ୍ସବ


ସ୍ୱତନ୍ତ୍ର ପ୍ରତିନିଧି, ଗୋବିନ୍ଦ ଚନ୍ଦ୍ର ପଣ୍ଡା 
ବେଗୁନିଆ ଗାନ୍ଧୀ ସ୍ମୃତି ସଂସଦ ଆନୁକୂଲ୍ୟରେ ଗୁରୁଦିବସ ଅବସରରେ ଥାନା ସମ୍ମୁଖ ଗାନ୍ଧୀ ସ୍ମୃତିସ୍ଥଳରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ସ୍ଥାପନାର ଦ୍ୱିତୀୟ ପ୍ରତିଷ୍ଠା ଉସôବ ପାଳିତ ହୋଇଛି । ଏ ନେଇ ଆୟୋଜିତ ସଭାରେ ସଂସଦ ସଭାପତି ପ୍ରଫେସର ଡ. ହରିପ୍ରସାଦ ଦାସ ପୌରୋହିତ୍ୟ କରିଥିଲେ । ପ୍ରାରମ୍ଭରେ ରାମଧୂନ ଗାନ ସହ ସ୍ମୃତିସ୍ଥଳ ଚତୁଃପାର୍ଶ୍ୱ ପରିକ୍ରମା କରାଯାଇଥିଲା । ପଣ୍ଡିତ ବ୍ରହ୍ମାନନ୍ଦ ରାଜଗୁରୁଙ୍କ ବେଦ ପାଠ ଓ ପଣ୍ଡିତ ବିଷ୍ଣୁପ୍ରସାଦ କରଙ୍କ ମଙ୍ଗଳା ଚରଣ ପାଠ ସହ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା । ବାପୁଜୀଙ୍କ ପ୍ରତିମୂର୍ତ୍ତି ଓ ଡ.ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ତୈଳଚିତ୍ରରେ ମାଲ୍ୟାର୍ପଣ କରାଯାଇଥିଲା । କାର୍ଯ୍ୟକ୍ରମ ସଂଯୋଜକ ପ୍ରଫେସର ରବୀନ୍ଦ୍ର ନାଥ ପାଣିଗ୍ରାହୀ ସ୍ୱାଗତ ଭାଷଣ ଦେଇଥିଲେ । ଏଥିରେ ନାଟ୍ୟକାର ଡ. ବନବିହାରୀ ମହାପାତ୍ର, ପୂର୍ବତନ ପ୍ରଶାସନିକ ଅଧିକାରୀ ସୁଧାକର ସାମନ୍ତରାୟ, ବାଗ୍ମୀ ଡ. ଅମରେନ୍ଦ୍ର ନାଥ ମହାପାତ୍ର ପ୍ରମୁଖ ଅତିଥି ଭାବେ ଯୋଗଦେଇ ଡ. ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ପୁଣ୍ୟଜନ୍ମତିଥିରେ ବାପୁଜୀଙ୍କ ପ୍ରତିମୂର୍ତ୍ତି ସ୍ଥାପନ ମଣି କାଞ୍ଚନ ସଂଯୋଗର ଏକ ଅପୂର୍ବ ମୁହୂର୍ତ୍ତ ଅଟେ ।  ଶେଷରେ ଗାୟକ ବସନ୍ତ କୁମାର ଦାସ "ଗୁରୁ ବନ୍ଦନା’ ଗାନ କରିଥିବା ବେଳେ ସଂସଦ ସଭ୍ୟା ସୁଶ୍ରୀ ସଂଘମିତ୍ରା ରଥ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ କବୟିତ୍ରୀ ମାନସୀ ଦାସ, ସବିତା ରାୟ, ଶିକ୍ଷାବିତ ହରିବନ୍ଧୁ ପଣ୍ଡା, ବ୍ରଜବନ୍ଧୁ ପଣ୍ଡା, ସୁରେନ୍ଦ୍ର ପାଲଟାସିଂହ, ସମାଜସେବୀ ଶ୍ରୀନିବାସ ବାଘସିଂହ, ଭାଗବତ ମହାପାତ୍ର, ଶିକ୍ଷକ ଲକ୍ଷ୍ମୀଧର ମହାପାତ୍ର, ମହେଫୁଜ ଅଲ୍ଲୀ, ଅବଦୁଲ ଅନସୁର ଖାଁ, ଅଶ୍ୱିନୀ ପଟ୍ଟନାୟକ, ସରୋଜ ମହାପାତ୍ର, ବିଶ୍ୱନାଥ ସାହୁ, ପଣ୍ଡିତ ଦୀନବନ୍ଧୁ ଦାଶ, ପତିତପାବନ ବଳବନ୍ତରାୟ, କାଳୁଚରଣ ନାୟକ, ରାଜକିଶୋର ସାହୁ, କୈଳାସ ନାଥ ସୁବୁଦ୍ଧି, ବସନ୍ତ ସାହୁ, କୈଳାସ ଚନ୍ଦ୍ର ସାହୁ, ବିଜୟ ମହାନ୍ତି ପ୍ରମୁଖ ଅଂଶଗ୍ରହଣ କରିଥିଲେ ।