ବଢ଼ିଲା ଭକ୍ତ ନିବାସର ପାର୍କିଂ ଫି
ପୁରୀ : ପୁରୀ ଶ୍ରୀମନ୍ଦିର ପ୍ରଶାସନ ଅଧିନରେ ଥିବା ଭକ୍ତ ନିବାସର ପାର୍କିଂ ଫି ବୃଦ୍ଧି ପାଇଛି । ଆଜିଠାରୁ ଭକ୍ତ ନିବାସରରେ ୨୪ ଘଣ୍ଟା ପାଇଁ ଚାରିଚକିଆ ଯାନ ପାର୍କି କଲେ ୫୦୦ଟଙ୍କା ସହ ୧୮ ପ୍ରତିଶତ ଅତିରୀକ୍ତ ଜିଏସ୍ଟି ଦେବାକୁ ପଡ଼ିବ । ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଶ୍ରୀମନ୍ଦିର ପ୍ରଶାସନ ଅଧୀନରେ ଥିବା ୪ ଗୋଟି ଭକ୍ତ ନିବାସର ପାର୍କିଂ ଫି ବୃଦ୍ଧି କରାଯାଇଛି । ଏ ନେଇ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକଙ୍କ ପକ୍ଷରୁ ନୋଟିସ ଜାରି କରାଯାଇଛି । ଅଚାନକ ଏଭଳି ଦର ବୃଦ୍ଧିକୁ ନେଇ ଭକ୍ତ ନିବାସକୁ ଆସୁଥିବା ଭକ୍ତମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି ।
Samir Kumar Rout