ସରିଲା ପୁରୀ ବେଳାଭୂମି ମହୋତ୍ସବ
ପୁରୀ: ଶୁକ୍ରବାର ସନ୍ଧ୍ୟାରେ ପୁରୀ ବେଳାଭୂମି ମହୋସôବ ଉଦ୍ୟାପିତ ହୋଇଛି । ଉଦ୍ୟାପନୀ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୁରୀ ବିଧାୟକ ସୁନୀଲ ମହାନ୍ତି ଏହି ମହୋସôବ ଅତ୍ୟନ୍ତ ଶୃଙ୍ଖଳିତ ଓ ସୁନ୍ଦର ଭାବେ ପରିଚାଳିତ ହୋଇଥିବାରୁ ଜିଲ୍ଲା ପ୍ରଶାସନ ସହ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ପୁରୀ ଆଧ୍ୟାତ୍ମିକ ଓ ପର୍ଯ୍ୟଟନ କ୍ଷେତ୍ର ଭାବେ ସୁନାମ ଅର୍ଜନ କରିଛି । ବେଳାଭୂମି ମହୋସôବ ସେଥିରେ ଏକ ନୂତନ ଫର୍ଦ୍ଦ ଯୋଡ଼ିଛି । ଏହି ମହୋସôବକୁ ଆମେ ସମସ୍ତେ ମିଶି ନିୟମିତ ଆୟୋଜନ କରିବାକୁ ସେ ଅନୁରୋଧ କରିଥିଲେ । ଉପ ମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ମନ୍ତ୍ରୀ  ପ୍ରଭାତୀ ପରିଡ଼ା ଏହି ମହୋସôବ ପାଇଁ ସମସ୍ତ ସହଯୋଗ ଯୋଗାଇ ଦେଇଥିବାରୁ ବିଧାୟକ ଶ୍ରୀ ମହାନ୍ତିଙ୍କୁ  ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରିଥିଲେ । 
ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ମହୋସôବରେ ଏସ୍.ପି ବିନୀତ ଅଗ୍ରୱାଲ, ବିଦାୟୀ ଅତିରିକ୍ତ ଜିଲ୍ଲାପାଳ କୈଳାସ ଚନ୍ଦ୍ର ନାୟକ, ଅତିରିକ୍ତ ଜିଲ୍ଲାପାଳ ଡ଼. ଶରତ ଚନ୍ଦ୍ର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରିୟରଂଜନ ପୃଷ୍ଟି ଧନ୍ୟବାଦ ଅର୍ପଣ କରିଥିଲେ । ପରେ ପଲ୍ଲିଶ୍ରୀ ମେଳା, ଗୁଡ଼ି ଉଡ଼ା ପ୍ରଦର୍ଶନୀ, ପୁଷ୍ପ ପ୍ରଦର୍ଶନୀ ଓ ବିଚ୍ କ୍ରୀଡ଼ାରେ କୃତିତ୍ୱ ହାସଲକାରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପରେ ରଘୁରାଜପୁରର ପ୍ରସିଦ୍ଧ ଗୋଟିପୁଅ ନୃତ୍ୟ ପରିବେଷଣ କରାଯାଇଥିଲା । ଶେଷରେ ସୁନାମଧନ୍ୟ କଣ୍ଠଶିଳ୍ପୀଙ୍କ ଦ୍ୱାରା ସଂଗୀତ ବିଚିତ୍ରା ପରିବେଷଣ କରାଯାଇଥିଲା । କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା, ଅତିରିକ୍ତ ଜିଲ୍ଳାପାଳ ପ୍ରୋଟୋକଲ ନୀଳମାଧବ ଭୋଇ, ପୌର ନିର୍ବାହୀ ଅଧିକାରୀ ଅଭିମନୁ୍ୟ ବେହେରା, ଅତିରିକ୍ତ ଜିଲ୍ଳାପାଳ ସୁଶୀଲ କୁମାର ମିଶ୍ର, ଉପଜିଲ୍ଳାପାଳ ରାଜକିଶୋର ଜେନା, ଡ଼େପୁଟି କଲେକ୍ଟର ପ୍ରଶାନ୍ତ କୁମାର ଜେନା, ଡ଼େପୁଟି କଲେକ୍ଟର ବିବେକାନନ୍ଦ ସାହୁ, ସୂଚନା ଓ ଲୋକସଂପର୍କ ଉପନିଦେ୍ର୍ଦଶକ ସନ୍ତୋଷ କୁମାର ସେଠୀ, ସହକାରୀ ନିଦେ୍ର୍ଦଶକ ପର୍ଯ୍ୟଟନ ବିଭାଗ ସରୋଜ କାନ୍ତ ପ୍ରଧାନ, ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା, ଜିଲ୍ଲା କ୍ରୀଡ଼ା ଅଧିକାରୀ ଚନ୍ଦନ ସାହୁ, ଅନ୍ୟାନ୍ୟ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ ।                        
 
 Rasmita Behera
                                    Rasmita Behera                                 
    
 
    
 
 
 
