ଯୁବପିଢ଼ିଙ୍କ ଆଦର୍ଶ ସାଜିଛନ୍ତି ଯୁବ ଇଞ୍ଜିନିୟର ତାପସ
ାା ପ୍ରଭାନୁ୍ୟଜ୍ାା କାକଟପୁର : କାକଟପୁର ବ୍ଲକ ଅଧିନସ୍ଥ ବାଙ୍ଗୁରିଗାଁ ଗ୍ରାମପଞ୍ଚାୟତ ତେନ୍ତୁଳିଆ ଗ୍ରାମର ତାପସ କୁମାର ସାହୁ ପେସାରେ ଜଣେ ସଫ୍ଟୱାର ଇଞ୍ଜିନିୟର କିନ୍ତୁ ନିଶା ଖୁବ ନିଆରା । ଖରାଦିନେ ପଶୁ, ପକ୍ଷୀ ମାଙ୍କଡ଼ ଓ ବିଭିନ୍ନ ଜୀବ ଜନ୍ତୁମାନେ ପାଣିର ଅଭାବରୁ ମୃତୁ୍ୟ ମୁଖରେ ପଡିବାର ନଜିରକୁ ହୃଦୟଙ୍ଗମ କରି ଗଭୀର ଜଙ୍ଗଳକୁ ଯାଇ ସେମାନଙ୍କ ପାଇଁ ଗଛରେ ବିଭିନ୍ନ ପାତ୍ର ବାନ୍ଧି ପାଣି ଓ ଦାନା ରଖିଥାନ୍ତି, ତୃଷାର୍ତ୍ତ ବାଟୋଇ ମାନଙ୍କୁ ରୁଦ୍ରତାପରୁ ତୃଷା ମେଣ୍ଟେଇବା ପାଇଁ ଦହି ଲେମ୍ବୁରେ ନିଜେ ପ୍ରସ୍ତୃତ ସରବତ କରି ବିଭିନ୍ନ ଜନଗହଳି ସ୍ଥାନରେ ବାଣ୍ଟି ଥାନ୍ତି । ଏହି କାମରେ ତାଙ୍କ ସହ ଧର୍ମିଣୀ ଶିକ୍ଷୟତ୍ରୀ ଅନୁପମା ସାହୁ ସହଯୋଗ କରିଥାନ୍ତି । ଛୁଟି ଦିନ ହେଲେ ସେ ବାହାରି ପଡନ୍ତି ଅନୁସାଙ୍ଗିକ ଉପକରଣ କୋଦାଳ ବାଉଁଶ, ହାତୁଡି, ରଶି ଇତ୍ୟାଦି ସହିତ ଗଛ ଗୁଡିକ ଧରି ନିଜ ବୁଲେଟ ବା କାର ନେଇ କେନାଲ ବନ୍ଧ ,ନଦୀ ପଠା, ବିଭିନ୍ନ ସ୍କୁଲ,କଲେଜ ରାସ୍ତା କଡ଼ ଖୋଲା ଯାଗାରେ ନିଜେ କୋଦାଳ ଧରି ଗାତ ଖୋଳି ବିଭିର୍ଣ୍ଣ ଗଛ ଲଗାଇ ଛୁଟିର ମଜା ନିଅନ୍ତି, "ମାଟି ମା ପାଇଁ ଗଛଟିଏ’ ର ଫ୍ଲେକ୍ସ ପାଖରେ ନିଜର ସେଲ୍ଫି ନିଅନ୍ତି ଓ ସାଙ୍ଗ ସାଥି ମାନଙ୍କୁ ସୋସିଆଲ ମେଡିଆ ମାଧ୍ୟାମରେ ଗଛ ଲଗାନ୍ତୁ ପରିବେଶ ସୁସ୍ଥ ରଖନ୍ତୁ ବାର୍ତ୍ତା ଦିଅନ୍ତି । ଏହି ନିଆରା ପ୍ରୟାସ ତାଙ୍କର ପିଲାବେଳୁ ରହିଆସିଛି କିନ୍ତୁ ଆଜକୁ ୫ବର୍ଷ ହେବ କୋଭିଡ ମହାମାରୀ ଠାରୁ ଏହାକୁ ଜୀବନର ବ୍ରତ ଭାବି ନିସ୍ୱାର୍ଥପର ଭାବେ କରିଆସୁଛନ୍ତି । ଗୋପ, କୁସୁପୁର ନିମାପଡା କାକଟପୁର ଓ କୋଣାର୍କ ଅଞ୍ଚÿଳରେ ବିଭିନ୍ନ ସାମାଜିକ ଅନୁଷ୍ଠାନ ସହିତ ସେ ଜଡିତ ହୋଇ ସ୍କୁଲ,କଲେଜ, ମନ୍ଦିର,ଡାକ୍ତରଖାନା ଓ ରାସ୍ତାକଡ଼ ଇତ୍ୟାଦିରେ ସଫାଇ କାର୍ଯ୍ୟ କରିଥାନ୍ତି ଓ ବୃକ୍ଷ ରୋପଣ କରି ବିଭିନ୍ନ ସାଙ୍ଗ ସାଥି ସ୍ଥାନୀୟ ଯୁବକ ମାନଙ୍କୁ ଉସôାହିତ କରି ଆତ୍ମସନ୍ତୋଷ ପାଇଥାନ୍ତି । ନିକଟରେ "ସବୁଜ ସକଳ୍ପ "ଅନୁଷ୍ଠାନ ର କର୍ମକର୍ତ୍ତାଙ୍କ ସହିତ ଯୋଗଦେଇ ୧୫୦୦ ରୁ ଉର୍ଦ୍ଧ ତାଳ ମଞ୍ଜି ଧାନୁଆ ନଦୀ ପଠାରେ ରୋପଣ କରିଥିଲେ । ନିଜ ତତ୍ୱାବଧାନରେ ୧୦ହଜାରରୁ ଉର୍ଦ୍ଧ ଗଛ ଲଗାଇଥିବା ଓ ଗାତ ଖୋଲନ୍ତୁ ଗଛ ନିଅନ୍ତୁ କହି ଲୋକ ମାନଙ୍କୁ ଘରେ ଘରେ ଗଛ ବାଣ୍ଟି ଥାନ୍ତି ।ବର୍ଷା ଦିନେ ଗଛ ଲଗାଇଲେ ପାଣି ବେଶୀ ଦେବାକୁ ପଡିନଥାଏ ଓ ଏହା ପ୍ରକୋଷ୍ଟ ସମୟ ବୋଲି ମତ ଦେଇ ଥାନ୍ତି ।ନିଜେ ନିଜର ଗାଁଁ, ସ୍କୁଲ ଖେଳ ପଡିଆ, ରାସ୍ତା କଡ଼ରେ ଗଛ ଲଗାନ୍ତୁ ନିଜ ପାଇଁ ଓ "ମାଟି ମା ପାଇଁ ଗଛଟିଏ "ଲଗାଇ ପରିବେଶକୁ ସୁସ୍ଥ ରଖିବା ପାଇଁ ଆହ୍ୱାନ ଦେଇ ଯୁବପିଢ଼ିଙ୍କ ପାଇଁ ଆଦର୍ଶ ପାଲଟିଛନ୍ତି ଯୁବ ଇଞ୍ଜିନିୟର ତାପସ ।