ସଡକ ଦୁର୍ଘଟଣା: ଜଣେ ମୃତ
କାକଟପୁର : କାକଟପୁର ଥାନା ଅନ୍ତର୍ଗତ ରାଇସ ଗ୍ରାମର ମାନସ ବିଶ୍ୱାଳ ଗତ ୬ ତାରିଖ ରାତି ୯ଟା ସମୟରେ ନିକଟସ୍ଥ ସମିଆଠାରେ ଏକ ବାଇକ ଯୋଗେ ଦ୍ରୁତ ଗତିରେ ଆସୁଥିବା ସମୟରେ ରାସ୍ତା ପାର୍ଶ୍ୱରେ ଛିଡା ହୋଇଥିବା ଏକ ଟ୍ରାକ୍ଟରକୁ ପଛପଟୁ ଧକ୍କା ଦେଇଥିଲା । ସେଠାରେ ସେ ଗୁରୁତର ହୋଇପଡିବାରୁ ସ୍ଥାନୀୟ ପୁଲିସ ଓ ଦେଖଣାହାରୀ ମାନେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଚାରିଛକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ମାନସଙ୍କ ପୁତ୍ର ମିହିର ବିଶ୍ୱାଳ କାକଟପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଥାନା କେଶ ନମ୍ବର ୪୨/୨୦୨୫ ଦଫା ୨୮୧ ଓ ୧୦୬ ବିଏନଏସରେ ଏକ ମାମଲା ରୁଜୁ କରାଯାଇଛି । ସର୍ବସାଧାରଣ ରାସ୍ତାକୁୁ ଭାରିଯାନ ଓ ବ୍ୟବସାୟିକ କେନ୍ଦ୍ର ଭାବେ ଦଖଲ କରିଥିବାରୁ ଏଭଳି ଦୁର୍ଘଟଣା ଘଟୁଥିବା ଜଣାପଡିଛି ।