ଦାଦାବଟି ମାଗି ଯୁବକ ଗିରଫ

ପୁରୀ : ବାଲିସାହି ଅନ୍ତର୍ଗତ ବାରାହୀ ଲେନ୍ରେ ଅଟୋ ଚାଳକ ଏବଂ ଛୋଟ ଦୋକାନୀମାନଙ୍କୁ ଧମକ ଚମକ ଦେଇ ଦାଦାବଟି ଦାବି କରୁଥିବା ଅଭିଯୋଗରେ ଟାଉନଥାନା ପୁଲିସ ଜଣେ ଯୁବକକୁ ଗିରଫ କରିଛି । ସଂପୃକ୍ତ ଯୁବକର ନାମ ହାପି ଓରଫ କିଷାନ ବେଜ (୨୩) । ତାର ଘର ଶ୍ୟାମାକାଳୀ ଲେନ୍ରେ ବୋଲି ପୁଲିସ ସୂତ୍ରରୁ ଜଣାପଡ଼ିଛି । ଏ ସଂକ୍ରାନ୍ତରେ ପୁଲିସ ଏକ ମାମଲା ରୁଜୁ କରିଛି । ହାପି ଠାରୁ ଗୋଟିଏ ଲୁହା ଛଡ଼, ଦୁଇଟି ସ୍ମାର୍ଟ ଫୋନ୍ ଓ ୧୫୦୦ଟଙ୍କା ଜବତ କରାଯାଇଛି । ଦାଦାବଟି ଆଦାୟ ସମ୍ପର୍କରେ ଖବର ପାଇ ଟାଉନଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚô ଅଭିଯୁକ୍ତକୁୁ ଗିରଫ କରିଥିଲା । ଅଭିଯୁକ୍ତ ବିରୋଧରେ ବିଭିନ୍ନ ଦଫାରେ ପୂର୍ବରୁ ଟାଉନଥାନା, ବାସେଳୀ ସାହି ଥାନା, ସିଂହଦ୍ୱାର ଥାନା, କୁମ୍ଭାରପଡ଼ା ଥାନା, ସମୁଦ୍ରକୂଳ ଥାନା ଏବଂ ସତ୍ୟବାଦୀ ଥାନାରେ ମାମଲାମାନ ରହିଛି  ।