ବଣମଲ୍ଲୀ ସାହିତ୍ୟ ଓ ସେବା ସଂଗଠନର ସାମାଜିକ କାର୍ଯ୍ୟକ୍ରମ
କବାଟବନ୍ଧ: ଧର୍ମଶାଳା ବ୍ଲକ୍ ଅନ୍ତର୍ଗତ ସାହାଣୀଡିହ ପଞ୍ଚାୟତ ସ୍ଥିତ କଠଉଣି ମଠରେ ବଣମଲ୍ଲୀ ସାହିତ୍ୟ ଓ ସେବା ସଂଗଠନ ପକ୍ଷରୁ ସାମାଜିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ଭାଗରେ ମନ୍ଦିର ପ୍ରାଙ୍ଗଣରେ ସ୍ୱଚ୍ଛତା କାର୍ଯ୍ୟକ୍ରମ ଓ ପରିବେଶ ସୁରକ୍ଷା ପାଇଁ ଏକ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା । ପରେ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ପାଇଁ ପରାମର୍ଶ ଗ୍ରହଣ କରାଯାଇଥିଲା । ଏଥିରେ ଅନୁଷ୍ଠାନର ସଭାପତି ଡ. ଜୟଦେବ ଶତପଥି ସଭାପତିତ୍ୱ କରିଥିବା ବେେଊ, ଅତିଥି ଭାବେ ସମାଜସେବୀ ପଦ୍ମନାଭ ଶତପଥୀ, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ କାହ୍ନୁଚରଣ ସାହୁ, ସମାଜସେବୀ ପ୍ରଦୀପ ଶତପଥୀ, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ପ୍ରମୋଦ ମଲ୍ଲିକ, ଅବସରପ୍ରାପ୍ତ ପ୍ରାଧ୍ୟାପକ ଓ ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ବରାଳ, ସମାଜସେବୀ ସରୋଜ ସାହୁ, ଶିକ୍ଷକ କୃଷ୍ଣଚନ୍ଦ୍ର ଖଟୁଆ, ସମାଜସେବୀ ଶରତ ଚନ୍ଦ୍ର ମହାନ୍ତି, ଅବସରପ୍ରାପ୍ତ ଶିକ୍ଷକ ରଘୁନାଥ ବେହେରା, ଯୁବ ସମାଜସେବୀ ଶ୍ରୀଧର ତ୍ରିପାଠୀ, ଉପସଭାପତି ନିର୍ମାଲ୍ୟ ପ୍ରଧାନ, ପ୍ରଧାନ ଶିକ୍ଷକ ରଞ୍ଜନ ନାୟକ, ଶିକ୍ଷୟିତ୍ରୀ ଦମୟନ୍ତୀ ମହାନ୍ତି, ଶିକ୍ଷକ ଭରତ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ । କାର୍ଯ୍ୟରେ ଧରଣୀଧର ଦଳାଇ, ସମ୍ପାଦକ ମାନସ ରଞ୍ଜନ ପ୍ରଧାନ, ଅଧ୍ୟାପକ ମନୋଜ ଧୀର, ସଞ୍ଜୟ ଦାସ, କାର୍ଯ୍ୟକାରୀ ସମ୍ପାଦକ ସରୋଜକାନ୍ତ ବେହେରା, ସମାଜସେବୀ ତପନ ଦଳାଇ, ସଦସ୍ୟ ଲାଲମୋହନ ଶତପଥି, ଅନ୍ତର୍ଯ୍ୟାମୀ ବେହେରା, ରୁଦ୍ରନାରାୟଣ ଓଝା, ରାକେଶ ସାହୁ, ଅଧ୍ୟାପକ ରଞ୍ଜନ ରାଉତ, ଦମୟନ୍ତୀ ପ୍ରଧାନ, ଋତୁପର୍ଣ୍ଣା ମହାନ୍ତି, ମାମାଲି ବାରିକ, ପ୍ରମୋଦ ଦଳାଇ, ସୁନିଲ ନାଥ, ବିସ୍ମୟ ବିଶ୍ୱାଳ, ସୁଶାନ୍ତ ଆଇଚ ପ୍ରମୁଖ ସହଯୋଗ କରିଥିବା ବେଳେ, ରଶ୍ମିତା ବେହେରା ଧନ୍ୟବାଦ୍ ଅର୍ପଣ କରିଥିଲେ ।