ବିଦ୍ୟାଳୟରୁ ଚୋରି ଅଭିଯୋଗ

 ମାଲକାନଗିରି: ମାଲକାନଗିରି ଜିଲ୍ଲା ସଦର ମହକୁମା ଠାରେ ଥିବା ବୁଟିଗୁଡା ସରକାରୀ ଉଚ୍ଚÿ ବିଦ୍ୟାଳୟରୁରୁ କେହି ଦୁର୍ବୁତ୍ତ କବାଟ ଭାଙ୍ଗି ଚୋରି କରିଥିବା ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ ଜିଲ୍ଲା ସଦରରେ ଥିବା ବୁଟିଗୁଡା ସରକାରୀ ଉଚ୍ଚ ବିଦ୍ୟାଳୟରେ ଆଜି ସକାଳେ ପ୍ରଧାନ ଶିକ୍ଷକଶ୍ରୀ ପୂର୍ଣଚନ୍ଦ୍ର ଖଣ୍ଡପାଣି ସ୍କୁଲରେ ପ୍ରବେଶ କରି ନିଜ କକ୍ଷକୁ ଯିବା ସମୟରେ କବାଟ ଖୋଲାଥିବା ଦେଖିବାକୁ ପାଇଥିଲେ । କବାଟର ତାଲା ଲାଗିଥିବା ସ୍ଥାନକୁ ଭାଙ୍ଗି ଦିଆଯାଇଥିବା ଦେଖି ସେ ଚୋରୀ ହୋଇଥିବା ସନେ୍ଦହରେ ତୁରନ୍ତ ଅନ୍ୟ ସହକାରୀ ଶିକ୍ଷକଙ୍କୁ ଡକାଇ କକ୍ଷ ମଧ୍ୟରେ ପଶି ଦେଖିଥିଲେ ଯେ ଆସବାବପତ୍ର ଚାରିଆଡେ ବିକ୍ଷିପ୍ତ ହୋଇପଡିଥିବା ସହ ଆଲମୀରାକୁ ମଧ୍ୟ ତାଡି ତାହାର କବାଟକୁ ଭାଙ୍ଗି ଦିଆଯାଇଛି । ପ୍ରଧାନ ଶିକ୍ଷକ ସଙ୍ଗେ ସଙ୍ଗେ ଏନେଇ ସ୍କୁଲ ପରିଚାଳନା କମିଟିକୁ ଡକାଇ ଏହି ବିଷୟରେ ଆଲୋଚନା କରିବା ସହ ସର୍ବ ସମ୍ମତି କ୍ରମେ ମାଲକାନଗିରି ଆଦର୍ଶ ଥାନାରେ ଜଣାଇଥିଲେ । ଖବର ପାଇ ପୋଲିସ ପକ୍ଷରୁ ସ୍କୁଲରେ ପହଁଞ୍ଚô ତଦନ୍ତ ଚଳାଇବା ସହ ସ୍ଥିତି ବିଷୟରେ ଯାଞ୍ଚ୍କରି ତଦନ୍ତ ଆରମ୍ଭ କରିଥିବା ବେଳେ କେଉଁ ସବୁ ସାମଗ୍ରୀ ଚୋରି ହୋଇଛି ତାହା ସ୍ପଷ୍ଟ ହୋଇନାହିଁ ।