ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଜିୟାଙ୍କ ପରଲୋକ
ବାଂଲାଦେଶ : ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିୟାଙ୍କ ପରଲୋକ ଘଟିଛି । ଦୀର୍ଘ ଦିନ ଧରି ଅସୁସ୍ଥ ରହିବା ପରେ ତାଙ୍କର ଦେହାନ୍ତ ହୋଇଛି। ସେ ବାଂଲାଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା । ଆଜି ସକାଳ ପ୍ରାୟ ୬ଟାରେ ସେ ମୃତ୍ୟୁବରଣ କରିଛନ୍ତି । ତାଙ୍କ ମୃତ୍ୟୁ ଖବର ବିଏନପି ମିଡିଆ ସେଲର ଅଫିସିଆଲ୍ ଫେସବୁକ୍ ପେଜରେ ଘୋଷଣା କରାଯାଇଥିଲା । ଖାଲିଦା ଜିଆ ଦୁଇଥର ବାଂଲାଦେଶର ପ୍ରଧାନମନ୍ତ୍ରୀ ଥିଲେ, ପ୍ରଥମେ ୧୯୯୧ ରୁ ୧୯୯୬ ଏବଂ ଦ୍ୱିତୀୟ ଥର ୨୦୦୧ ରୁ ୨୦୦୬ ।
ଡାକ୍ତରଙ୍କ କହିବାନୁଯାୟୀ ଖାଲିଦା ଜିୟା ଲିଭର ସିରୋସିସ୍, ଆର୍ଥ୍ରାଇଟିସ୍, ମଧୁମେହ, ଛାତି ଏବଂ ହୃଦରୋଗରେ ପୀଡିତ ଥିଲେ । ନଭେମ୍ବର ୨୩ ତାରିଖରୁ ଢାକାର ଏଭରକେୟାର ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ । ଡିସେମ୍ବର ୧୧ ତାରିଖରେ ତାଙ୍କୁ ଭେଣ୍ଟିଲେଟର ସପୋର୍ଟରେ ରଖାଯାଇଥିଲା । ତାଙ୍କର ଉନ୍ନତ ଚିକିତ୍ସା ପାଇଁ ତାଙ୍କୁ ଡିସେମ୍ବର ମାସ ଆରମ୍ଭରେ ଲଣ୍ଡନ ପଠାଯାଇଥିଲା ।
Samir Kumar Rout