ବାଇକ୍ ଦୁର୍ଘଟଣା : ଜଣେ ମୃତ
ହରଭଙ୍ଗା : ବାଇକ୍ ଦୁର୍ଘଟଣାରେ ଜଣେ ମୃତ। ଏପରି ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅନ୍ତର୍ଗତ ପଇଦାଭୂଇଁ ନିକଟରେ । ମୃତକ ଛତ୍ରଙ୍ଗ ଗାଁର ଅମୁଲ୍ୟ ବେହେରା (୨୩) ବୋଲି ଜଣାପଡ଼ିଛି । ସୂଚନା ଅନୁସାରେ, ଅମୁଲ୍ୟ ଗତକାଲି ବିଳମ୍ବିତ ରାତିରେ ବାଇକ୍ ଯୋଗେ ଭାବପୂରରୁ - କୁଶଙ୍ଗ ଫେରୁଥିବା ବେଳେ ପଇଦାଭୂଇଁ ପୋଲ ନିକଟରେ ଗାଡ଼ି ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇ ଏକ ଧାନ ବିଲରେ ପଡ଼ିଯାଇଥିଲା । ସକାଳୁ କିଛି ସ୍ଥାନୀୟ ଲୋକ ଦେଖି ପୁଲିସକୁ ଖବର ଦେଇଥିଲେ । ଚିକିତ୍ସା ଆଜି ସକାଳେ ହରଭଙ୍ଗା ମେଡିକାଲରେ ଭର୍ତ୍ତି କରାଯାଇଥିଲେ ହେଁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୁଲିସ୍ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।