ବାଜି ରାଉତ ଛାତ୍ରାବାସର ଛାତ୍ର ସଂସଦ ଗଠିତ
ଅନୁଗୁଳ : ଅନୁଗୁଳର ବାଜି ରାଉତ ଛାତ୍ରାବାସର ଉଚ୍ଚଶ୍ରେଣୀ ଛାତ୍ରଛାତ୍ରୀମାନଙ୍କୁ ନେଇ ଛାତ୍ର ସଂସଦ ଗଠିତ ହୋଇଛି । ସଂସଦର ସଦସ୍ୟ ସଂଖ୍ୟା ୧୭ ଥିବାବେଳେ ବାଚସ୍ପତି, ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ଖାଦ୍ୟ, ଗୋପାଳନ, ଶୃଙ୍ଖଳା ବିଭାଗ ଗୁଡିକରେ ୭ ଜଣ ସଦସ୍ୟ ଦାୟିତ୍ୱ ଗ୍ରହଣ କରିଥିଲେ । କାର୍ଯ୍ୟକ୍ରମରେ ସଂସଦର ଲକ୍ଷ୍ୟ, ଉଦେ୍ଦଶ୍ୟ, କାର୍ଯ୍ୟକ୍ରମ, ନିୟମାବଳୀ ଉତ୍ତରଦାୟିତ୍ୱ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା । ଏହାକୁ ପୂର୍ଣ୍ଣ ପ୍ରାଣରେ ବୁଝିବା ପରେ ସଦସ୍ୟ ମାନେ ଏହାର ଆବଶ୍ୟକତା ଉପଲବ୍ଧି କରିଥିଲେ । ସଂସଦ ଗଠନ କରିବାରେ ଛାତ୍ରଛାତ୍ରୀଙ୍କୁ ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ଅନ୍ତର୍ଯ୍ୟାମୀ ବରାଳ ସହଯୋଗ କରିବା ସହିତ ବିଭାଗ ଅନୁଯାୟୀ ଦାୟିତ୍ୱ ଉପରେ ବିସ୍ତୃତ ଆଲୋଚନା କରିଥିଲେ । ସଂସଦ ଗଠନ କାର୍ଯ୍ୟରେ ପରିଚାଳକ କୈଳାଶ ଚନ୍ଦ୍ର ସାହୁ, କୋଷାଧ୍ୟକ୍ଷ ଶଙ୍କର୍ଷଣ ବେହେରା, ସଦସ୍ୟ ଆଦ୍ୟଶ୍ଲୋକ ମିଶ୍ର, ସୂର୍ଯ୍ୟୟନାରାୟଣ ନାଥ ପ୍ରମୁଖ ଉପସ୍ଥିତ ରହି ଉତ୍ସାହିତ କରିଥିଲେ । ଏହି ସଂସଦ ଏପ୍ରିଲ୍ ଠାରୁ ଜୁନ ପର୍ଯ୍ୟନ୍ତ କାର୍ଯ୍ୟ କରିବ । ପ୍ରତି ତିନି ମାସରେ ବିଭାଗ ବଣ୍ଟନ ପରିବର୍ତ୍ତନ କରାଯିବ । ସଂସଦ ଅନୁଷ୍ଠାନର ପ୍ରତ୍ୟେକ କାର୍ଯ୍ୟକୁ ଶୃଙ୍ଖଳିତ କରିବାରେ ସଫଳତା ଆଣିବ । ସଂସଦର ମୁଖ୍ୟ ଆରତୀ ନାଏକଙ୍କୁ ବାଚସ୍ପତି ରୂପେ ସର୍ବସମ୍ମତିକ୍ରମେ ନିର୍ବାଚିତ କରାଗଲା । ପରିଶେଷରେ ଶିକ୍ଷୟିତ୍ରୀ ସୁଜାତା ପ୍ରିତିନନ୍ଦା ସମସ୍ତଙ୍କୁ ସାଧୁବାଦ୍ ଜଣାଇ ସଂସଦ ଗଠନ କାର୍ଯ୍ୟ ସମାପ୍ତ କରାଯାଇଥିଲା ।