ବିଶ୍ୱ ମତ୍ସ୍ୟ ଦିବସ ପାଳିତ
ବାଲେଶ୍ୱର: ସ୍ଥାନୀୟ ବ୍ରିଟ କଲ୍ୟାଣ ମଣ୍ଡପ ଠାରେ ଜିଲ୍ଲାସ୍ତରୀୟ ବିଶ୍ୱ ମତ୍ସ୍ୟ ଦିବସ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ବାଲେଶ୍ୱର ସଦର ବିଧାୟକ ମାନସ ଦତ୍ତ ଯୋଗ ଦେଇ କରିଥିଲେ ଯେ, ଶତକଡା ୨୫ ଭାଗ ସମଗ୍ର ଓଡିଶାର ମତ୍ସ୍ୟ ଉତ୍ପାଦାନରୁ ବାଲେଶ୍ୱରର ଭାଗିଦାର ଥାଏ ଏବଂ ତୃଣମୂଳସ୍ତରରେ ସରକାରୀ ଯୋଜନା ଗୁଡ଼ିକୁ ଚାଷୀମାନଙ୍କ ଠାରେ ପହଞ୍ଚାଇବା ନିମନ୍ତେ ବ୍ଲକସ୍ତରରେ ସଚେତନତା କାର୍ଯ୍ୟକ୍ରମ ଓ ଅଭିଯୋଗ ଶୁଣାଣିକୁ ଅଧିକ ତ୍ୱରିତ କରିବା ପାଇଁ ଶ୍ରୀ ଦତ୍ତ ପରାମର୍ଶ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ନାରାୟଣ ପ୍ରଧାନ ଉପସ୍ଥିତ ରହି ମତ୍ସ୍ୟଚାଷୀମାନଙ୍କୁ ବିଭିନ୍ନ ସରକାରୀ ଯୋଜନାର ସଫଳ ରୂପାୟନ ନିମନ୍ତେ ଉଦ୍ବୋଧନ ଦେଇଥିଲେ । ପ୍ରାରମ୍ଭିକ ଭାଷଣରେ ଅତିରିକ୍ତ ଜିଲ୍ଲାପାଳ ସୁଧାକର ନାୟକ ମତ୍ସ୍ୟଚାଷ ସହିତ ସମ୍ପର୍କିତ ବିଭିନ୍ନ ସରକାରୀ ଯୋଜନାକୁ ପାଥେୟ କରି ମତ୍ସ୍ୟ ଉତ୍ପାଦନ ବୃଦ୍ଧି କରିବା ସହିତ ନିଜେ ସ୍ୱାବଲମ୍ବୀ ହେବା ଦିଗରେ ଆଲୋକପାତ କରିଥିଲେ । ସଭାରେ ଉପସ୍ଥିତ ଅନ୍ୟାନ୍ୟ ଅତିଥିମାନଙ୍କ ମଧ୍ୟରେ ଉପନିଦେ୍ର୍ଦଶକ ଉଦ୍ୟାନ ବିଭାଗ ତପନ କୁମାର ମହାନ୍ତି, ସହକାରୀ ନିଦେ୍ର୍ଦଶକ ଉଦ୍ୟାନ ବିଭାଗ ଗୋପୀନାଥ କର, ଜିଲ୍ଲା କୃଷି ବିଭାଗ ଅଧିକାରୀ ସରୋଜ କୁମାର ଗିରି, ଅତିରିକ୍ତ ଜିଲ୍ଲା ପ୍ରାଣୀ ବିଭାଗ ଅଧିକାରୀ ଶିବ ପ୍ରସାଦ ଦାସ, ଜିଲ୍ଲା ମୃତ୍ତିକା ସଂରକ୍ଷଣ ଅଧିକାରୀ ଜ୍ଞାନରଞ୍ଜନ ଆଚାର୍ଯ୍ୟ, ଡିପିସି ମିଶନ ଶକ୍ତି କାର୍ତ୍ତିକ ଚନ୍ଦ୍ର ନାୟକ, ଏଲଡିଏମ କାର୍ଯ୍ୟାଳୟର ଜୋନାଲ ମ୍ୟାନେଜର ଅମିତ କୁମାର ପ୍ରମୁଖ ଯୋଗ ଦେଇ ମତ୍ସ୍ୟଚାଷ ସହିତ ସମ୍ମିଳିତ ଚାଷ ଫାର୍ମପଣ୍ଡ, ଉଦ୍ୟାନକୃଷି, ଗୋପାଳନ, ବ୍ୟାଙ୍କ ଋଣ ଇତ୍ୟାଦି ସମ୍ୱନ୍ଧ ଚାଷୀମାନଙ୍କ ସହିତ ଆଲୋଚନା କରିଥିଲେ । ମଞ୍ଚାସୀନ ଉପମତ୍ସ୍ୟ ନିଦେ୍ର୍ଦଶକ ଦୀପ୍ତି କୁମାର ମହାପାତ୍ର, ଜିଲ୍ଲା ମତ୍ସ୍ୟ ଅଧିକାରୀ ଜିତେନ୍ଦ୍ର କୁମାର ବେହେରା ସଭା ପରିଚାଳନା ସହିତ ବିଶ୍ୱ ମତ୍ସ୍ୟ ଦିବସର ଆଭିମୁଖ୍ୟ ଓ ଉପଦେୟତା ସମ୍ୱନେ୍ଧ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ଏହି ଅବସରରେ ବିଭିନ୍ନ ଯୋଜନାରେ ଶ୍ରେଷ୍ଠତ୍ୱ ପ୍ରତିପାଦନ କରିଥିବା ଛ' ଜଣ ମତ୍ସ୍ୟଜୀବୀ ଓ ମତ୍ସ୍ୟଚାଷୀଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବ୍ଲକ ଓ ମେରାଇନ ୟୁନିଟର ମତ୍ସ୍ୟ ଅଧିକାରୀ, ବରିଷ୍ଠ ଓ କନିଷ୍ଠ ବୈଷୟିକ ମତ୍ସ୍ୟ ସହାୟକ ଓ ସାଗର ମିତ୍ରମାନେ ଉପସ୍ଥିତ ଥିଲେ । ସର୍ବଶେଷରେ ପ୍ରିୟଙ୍କା ପ୍ରିୟଦର୍ଶିନୀ ପୃଷ୍ଟି ଧନ୍ୟବାଦ ଅର୍ପଣ କରିଥିଲେ ।