ବାତ୍ୟା ‘ଦାନା’ର କ୍ଷୟକ୍ଷତି ଆକଳନ କଲେ କେନ୍ଦ୍ରୀୟ ଦଳ
ଭଦ୍ରକ: ଅକ୍ଟୋବର ମାସରେ ହୋଇତôବା ବାତ୍ୟା ‘ଦାନା’ ଯୋଗୁଁ ପ୍ରଭାବିତ ଭଦ୍ରକ ଜିଲ୍ଲାର କ୍ଷୟକ୍ଷତି ଆକଳନ ସକାଶେ ଭାରତ ସରକାରଙ୍କ ଗୃହ ମନ୍ତ୍ରାଳୟ ପକ୍ଷରୁ ପ୍ରେରିତ କେନ୍ଦ୍ରୀୟ ଦଳ ଭଦ୍ରକରେ ପହଞ୍ଚôଛନ୍ତି । ନୂଆ ସର୍କିଟ ହାଉସ୍ରେ ପହଞ୍ଚôଲା ପରେ ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାଏ ସେମାନଙ୍କୁ ପ୍ରଭାବିତ ଅଞ୍ଚଳ ବିଷୟରେ ସୂଚନା ପ୍ରଦାନ କରିଥିଲେ । ଏହି କେନ୍ଦ୍ରୀୟ ଦଳରେ ଭାରତ ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ବିଭାଗର ନିଦେ୍ର୍ଦଶକ ଡ. ମାନ ସିଂହ ଏବଂ ଜଳ ଶକ୍ତି ମନ୍ତ୍ରାଳୟର ନିଦେ୍ର୍ଦଶକ ସୁଶାନ୍ତ କୁମାର ସାମଲ ଭଦ୍ରକ ଆସିଛନ୍ତି । ପରେ ପରେ ସେମାନେ ଚାନ୍ଦବାଲି ବ୍ଲକ୍ ଧାମରା ଅଞ୍ଚଳକୁ ଗସ୍ତ କରିଥିଲେ । ସେଠାରେ ଦୋସିଙ୍ଗା ପଞ୍ଚାୟତ ଚାନ୍ଦିନୀପାଳ ବହୁମୁଖୀ ବାତ୍ୟାଶ୍ରୟର କମୁ୍ୟନିଟି ସଦସ୍ୟଙ୍କ ସହ କଥା ହୋିଥିଲେ । ବାଂଶଡ଼ା ପଞ୍ଚାୟତ ଚେଡକ ଗାଁରେ ବାତ୍ୟା ‘ଦାନା’ ଯୋଗୁଁ ଘର ଭଙ୍ଗା ଜନିତ କ୍ଷୟକ୍ଷତିର ଆକଳନ କରିଥିଲେ । ସେହିପରି ଜାଗୁଳା ପଞ୍ଚାୟତର ବାଲିସାହି ଗ୍ରାମର ବାତ୍ୟା ‘ଦାନା’ ଯୋଗୁଁ ଫସଲର କ୍ଷୟକ୍ଷତି ଆକଳନ କରିଥିଲେ । ଏ ସମସ୍ତ କ୍ଷେତ୍ର ପରିଦର୍ଶନ ସମୟରେ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ ଶାନ୍ତନୁ କୁମାର ମହାନ୍ତି, ମୁଖ୍ୟ ଉନ୍ନୟନ ଅଧିକାରୀ ସରୋଜ କୁମାର ଦତ୍ତ, ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତ୍ତୀ ପ୍ରମୁଖ ଉପସ୍ଥିତ ଥିଲେ ।