ପିଲା ଚୋରକୁ ଧରି ପୁଲିସ ଜିମାଦେଲେ ସ୍ଥାନୀୟ ଲୋକେ

ସୋର : ସୋର ପୌରପାଳିକା ଅନ୍ତର୍ଗତ ଷ୍ଟେସନଛକ ନିକଟରୁ ଜଣେ ପିଲାଚୋରକୁ ଧରି ସ୍ଥାନୀୟ ଲୋକେ ପୁଲିସ ଜିମା ଦେଇଥିବା ଜଣାପଡିଛି । ସୋର ଥାନା ଅନ୍ତର୍ଗତ ରଘୁନାଥପୁର ଗ୍ରାମର ହୃଷିକେଶ ମାସନ୍ତ ଏହି ସ୍ଥାନରେ ଏକ ଷ୍ଟେସନାରୀ ଦୋକାନ କରିଛନ୍ତି । ଦୋକାନରେ ତାଙ୍କ ସ୍ତ୍ରୀ ଓ ୯ ବର୍ଷର ଶିଶୁକନ୍ୟା ରୁହନ୍ତି । କିନ୍ତୁ ଗୁରୁବାର ସନ୍ଧ୍ୟାରେ ଦୋକାନ ଭିଡ଼ଥିବାର ସୁଯୋଗ ନେଇ ଜଣେ ଅଣ ଓଡ଼ିଆ ଯୁବକ ଦୋକାନ ନିକଟରେ ପହଞ୍ଚô ଶିଶୁକନ୍ୟାକୁ ପ୍ରଲୋଭନ ଦେଖାଇ ଜବରଦସ୍ତ ନେଇଯାଉଥିଲେ । ଏହା ଦେଖି ସ୍ଥାନୀୟ ଲୋକେ ତାଙ୍କୁ ଅଟକାଇ ଶିଶୁକନ୍ୟାକୁ ଉଦ୍ଧାର କରିବା ସହିତ ଯୁବକକୁ ଅଟକ ରଖି ପୁଲିସକୁ ଖବର ଦେଇଥିଲେ । ଖବର ପାଇ ସୋର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ଥାନାରେ ଅଟକ ରଖି ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି ।