ବାଲିଘାଟରୁ ଅଧିକାରୀଙ୍କ ଭାଗ କେତେ? ବଦଳି ଥାନାଧିକାରୀଙ୍କୁ ପୂର୍ବ ସ୍ଥାନକୁ ନିଯୁକ୍ତି ଦାବି

 ଜଗତସିଂହପୁର : ଦୈନିକ ଜଗତସିଂହପୁର ଜିଲ୍ଲାରେ ସହ ସହ ବେଆଇନି ବାଲି ଚାଲାଣ ହେଉଥିବା ବେଳେ ରାଜସ୍ୱରେ ହାନୀ ଘଟୁଛି  । ପ୍ରତେକ ଘାଟରେ ଗୋଟିଏ ଗାଡିକୁ ଗୋଟିଏ ଟିପ୍ରେ ରାତି ତମାମ ଚଳାଇପାରିବ ସେହି ହିସାବରେ ଅତି କମରେ ୧୫ରୁ ୨୦ ଟିପ୍ରେ ଗାଡିଗୁଡିକ ବାଲି ନେଇଥାନ୍ତି  ।  କଟକ-ପାରାଦ୍ୱୀପ ରାସ୍ତା ଯଇପୁର ବାଲିଘାଟରୁ ଦୈନିକ ସହ ସହ ଟ୍ରାକ୍ଟର ଓ ହାଇୱା ଚୋରା ବାଲି ଚାଲାଣ ହେଉଥିବାବେଳେ, ମାଇନ୍ସ ବିଭାଗ ଚିରନିଦ୍ରାରେ । ମାଇନ୍ସ ବିଭାଗ କାଁ ଭାଁ ଗାଡି ଧରି ବାଃ ବାଃ ନେଉଥିବା ବେଳେ ଶତାଧିକ ଚୋରା ବାଲି ଗାଡିଠାରୁ ମୋଟା ଅଙ୍କରେ ନେଇ ଛାଡିଦେଉଛନ୍ତି  । ସରକାର ରାସ୍ତାରେ ଧୂଳି ପ୍ରଦୁ୍ୟଷଣ ଓ ଟ୍ରାଫିକ ସମସ୍ୟାକୁ ଦୂର କରିବା ପାଇଁ ରାତିରେ ବାଲିଗାଡି ଯାତାୟାତ ପାଇଁ ଅନୁମତି ପ୍ରଦାନ କରିଛନ୍ତି  । ବାଲି ଘାଟ ନିଲାମଧାରୀମାନେ ଏହାର ଭରପୁର ଫାଇଦା ଉଠାଉଛନ୍ତି  । ଖାଲି ଯଇପୁର ଘାଟ ନୁହେଁ କିଲିପାଳ (ବାଲିପାଟଣା), ପଙ୍କପାଳ, ଜଗତସିଂହପୁରର ଘଦିମୂଳ ବାଲିଘାଟ, ଉକୁସାହି, ତିର୍ତ୍ତୋଲ ଆଦି ଘାଟଗୁଡ଼ିକରୁ ଦୈନିକ ବିନା ଟିପ୍ରେ ସହ ସହ ହଇୱା ଓ ଟ୍ରାକ୍ଟର ବୋଝେଇ ବାଲି ଗାଡି ପାରାଦ୍ୱୀପ ଅଭିମୁଖେ ଯାଉଛନ୍ତି  । ଗତ କିଛିଦିନ ତଳେ ତିର୍ତ୍ତୋଲ ଥାନା ଭାରପ୍ରାପ୍ତ ଅଧିକାରୀ ଅନିରୁଦ୍ଧ ରାଉତ ଓ ଅନ୍ୟ ପୁଲିସମାନେ ପାଟ୍ରୋଲିଙ୍ଗ ସମୟରେ ତିର୍ତ୍ତୋଲ ଲକ ବଜାର ନିକଟରୁ ବିନା ଟିପ୍ରେ ଯାଉଥିବା ଏକ ହାଇୱା ଓଡି୦୯ସି୭୫୮୪ ପାରାଦ୍ୱୀପ ଗଡର ସନାତନ ନାୟକଙ୍କ ଗାଡିକୁ ଜବତ କରିଥିଲେ  । ତାହାର କେଇଘଣ୍ଟା ମଧ୍ୟରେ ଶ୍ରୀ ରାଉତଙ୍କୁ ତିର୍ତ୍ତୋଲରୁ ଜଗତସିଂହପୁର ମୁଖ୍ୟାଳୟକୁ ବଦଳି ହୋଇଥିଲା । ଯାହା ଜିଲ୍ଲାସାରା ଚର୍ଚ୍ଚାର ବିଷୟ ପାଲଟିଥିଲା । ଏହି ଶାସକ ଦଳର ପ୍ରଭାବଶାଳୀ ନେତାଙ୍କ ଫୋନ କଲରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଚୌକି ଟଳମଳ ହୋଇଗଲା । ଏ ସମ୍ପର୍କରେ ତିର୍ତ୍ତୋଲ ବିଧାୟକ ପ୍ରଫେସର ଡ. ରମାକାନ୍ତ ଭୋଇ ବିଧାନସଭାରେ ପ୍ରଶ୍ନ ଉଠାଇବା ସହିତ ବିନା ଦୋଷରେ ବଦଳି ହୋଇଥିବା ଶ୍ରୀ ରାଉତଙ୍କୁ ପୂର୍ବ ସ୍ଥାନରେ ଥଇଥାନ କରାଇବାପାଇଁ ଦାବି ଉପସ୍ଥାପନ କରିବେ ବୋଲି କହିବା ସହିତ ଦାବି ପୂରଣ ନହେଲେ ବିଧାନସଭା ଗାନ୍ଧିମୂର୍ତ୍ତି ନିକଟରେ ଆମରଣ ଅନ୍ନସନ କରିବେ ବୋଲି ଚେତାବନୀ ଦେଇଛନ୍ତି । ବିନା ଟିପ୍ରେ ଦୈନିକ ସହ ସହ ହାଇୱା ବୋଝେଇ ବାଲି ଚାଲାଣ ହେଇଥିବାବେଳେ ଟ୍ରାକ୍ଟର ମାଲିକମାନେ ଭରପୁର ଫାଇଦା ଉଠାଉଛନ୍ତି  । ଥାନା ଓ ବିଭାଗୀୟ ଅଧିକାରୀଙ୍କୁ ମୋଟା ଅଙ୍କର ଅର୍ଥ ଦେଇ ବାଲି ଉଠାଉଚନ୍ତି । ଯଇପୁର ବାଲିଘାଟରୁ ଟ୍ରାକ୍ଟରରେ ବାଲି ଚାଲାଣ ହେଉଥିବା ଜଗତସିଂହପୁର ମାଇନ୍ସ ଜାଣିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନେଉନଥିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି  ।