୪୯ତମ ସ୍ୱନକ୍ଷେତ୍ର ଦିବସ ପାଳିତ
ଜଗତସିଂହପୁର: ତିର୍ତ୍ତୋଲ ଥାନା ଅନ୍ତର୍ଗତ ବୋଧେଇ ପଂଚାୟତର ହଳଦିଆ ଗ୍ରାମର ସୁବାଣୀ ହରିଭବନ ଠାରେ ରାଷ୍ଟ୍ରୀୟ ପ୍ରବକ୍ତା ପୂଜ୍ୟ ବ୍ରହ୍ମଚାରୀ ବାବା ସତ୍ୟାନନ୍ଦ ଦାସଙ୍କ ୪୯ ତମ ସ୍ୱନକ୍ଷେତ୍ର ଦିବସରେ ବୈଦିକ ପଣ୍ଡିତ ମାନଙ୍କ ଦ୍ୱାରା ମଙ୍ଗଳ ଦ୍ରବ୍ୟରେ ମଙ୍ଗଳାରୋପଣ କରାଯାଇଥିଲା । ମା ଶାରଳା ଠାକୁରାଣୀଙ୍କ ବଡପଣ୍ଡା ରଞ୍ଜନ କୁମାର ପଣ୍ଡା ମାଙ୍କ ନିକଟରୁ ପୂଜମାଳ ଆଣି ଆଶୀର୍ବାଦ କରିଥିଲେ । କର୍ତ୍ତାଭାବେ ଗୋପାଳ ଚରଣ ଖଟୁଆ ଓ ଧର୍ମପନôୀ ସଂଯୁକ୍ତା ମାହାଳି, ସନ୍ତୋଷ ମହାନ୍ତି, ହୃଷିକେଶ ମାହାଳି, ବାଲୁଙ୍କେଶ୍ୱର ମଠ ଅଧିକାରୀ ହେମନ୍ତ ବାବା, ଅଧିକାରୀ ଗୌରାଙ୍ଗ ଦାସ, ସମାଜସେବୀ ପିତାମ୍ବର ମାଝୀ, ଡ. ସୁନାକାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।