ବାଲେଶ୍ବର ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା: ଏୟାର ଲିଫ୍ଟ ପାଇଁ ସରକାର ଓ ପ୍ରଶାସନ ପ୍ରସ୍ତୁତ

ବାଲେଶ୍ବର ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା ।  ଅଭିଯୋଗ ଆଣିଲେ  ପୀଡିତାଙ୍କ ବାପା । ଅଭିଯୋଗ କରିଛନ୍ତି ଯେ, କଲେଜରେ ଝିଅକୁ ମାନସିକ ନିର୍ଯାତନା ଦିଆଯାଉଥିଲା । ଶନିବାର ସକାଳୁ ଡାକି ଝିଅକୁ କୁହାଯାଇଥିଲା ତମେ ହିଁ ଦୋଷୀ, ତମେ ନିଜର ଅଭିଯୋଗ ଉଠାଇଦିଅ ବୋଲି ଝିଅକୁ ବାଧ୍ୟ କରାଯାଉଥିଲା । ଏମିତିକି କଲେଜରୁ ବହିଷ୍କାର କରିଦେବାକୁ ଧମକ ଦିଆଯାଇଛି । ଝିଅ ଅଭିଯୋଗ ଆଣିଳା ପରେ ସମୀର ସାହୁ ଝିଅ ନାଁ ରେ ଆଣିଥିଲେ ପ୍ରତି ଅଭିଯୋଗ । ଯେଉଁଥିପାଇଁ ଝିଅ ମାନସିକ ଭାରାକ୍ରାନ୍ତ ହୋଇ ଏଭଳି ରାସ୍ତା ବାଛିଲା ବୋଲି ପୀଡ଼ିତାଙ୍କ ବାପା ଅଭିଯୋଗ କରିଛନ୍ତି ।   ସେପଟେ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ଉଚ୍ଚଶିକ୍ଷା ନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ଜଣେ ଯୁଗ୍ମ ସଚିବ ରାଙ୍କର ମହିଳା ଅଧିକାରୀ, ଜଣେ ବରିଷ୍ଠ କଲେଜ ଅଧ୍ୟକ୍ଷାଙ୍କୁ ନେଇ ଏକ କମିଟି ଗଠନ କରାଯାଇଛି । କମିଟିର ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଯିଏ ଦୋଷୀ ତାଙ୍କ ବିରୋଧରେ  କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଯାହାଦ୍ବାରା ଭବିଷ୍ୟତରେ ଏଭଳି ଘଟଣା ଘଟିବା ତ ଦୂର କଥା, ଏନେଇ କେହି ଚିନ୍ତା ମଧ୍ୟ କରିବେ ନାହିଁ ।’ ଛାତ୍ରୀଜଣକ ରିପୋର୍ଟ କରିବା ସମୟରେ ସରକାରଙ୍କୁ କାହିଁକି କଲେଜ କର୍ତ୍ତୃପକ୍ଷ ଅବଗତ କଲେ ନାହିଁ ସେ ନେଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି ।

ଏପଟେ  ପୀଡ଼ିତଙ୍କ ପରିବାର ବର୍ଗଙ୍କୁ ଭେଟିଛନ୍ତି ବିଜେପି ପ୍ରତିନିଧି ମଣ୍ଡଳ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ପୀଡ଼ିତାଙ୍କ ଅଧିକ ଚିକିତ୍ସା ପାଇଁ ଏୟାର ଲିଫ୍ଟ ପାଇଁ ଡାକ୍ତରଙ୍କ ସହ ଆଲୋଚନା କରଯାଇଛି । ବିପଦ ଥିବାରୁ ଡ଼ାକ୍ତର ଏୟାର ଲିଫ୍ଟ ପାଇଁ  ମନା କରିଛନ୍ତି । ଏମ୍ସରେରେ ଉନ୍ନତ ମାନର ଚିକିତ୍ସା  କରାଯାଉଅଛି । ଆବଶ୍ୟକ ପଡିଲେ ଏୟାର ଲିଫ୍ଟ ପାଇଁ ସରକାର ଓ ପ୍ରଶାସନ ପ୍ରସ୍ତୁତ ଅଛନ୍ତି। ରାଜ୍ୟ ସରକାର ଘଟଣାକୁ ଅଧିକ ତତ୍ପରତାର ସହ ନେଇଛନ୍ତି । ଦୋଷୀ ବିରୋଧର ଖୁବ ଶୀଘ୍ର ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆ ଯିବ ବୋଲି ବିଜେପି ବିଧାୟିକା ଉପାସନା ମହାପାତ୍ର କହିଛନ୍ତି । 

ବିରୋଧୀ ବିଜେଡି ଓ କଂଗ୍ରେସର ପ୍ରତିନିଧି ଦଳ ମଧ୍ୟ ଭୁବନେଶ୍ବର ଏମ୍ସରେ ପହଁଚି ପୀଡ଼ିତାଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି । ଛାତ୍ରୀ ଜଣକ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ଜଣେ ସଦସ୍ୟା ହୋଇଥିଲେ ମଧ୍ୟ ତାଙ୍କୁ ରାଜ୍ୟ ସରକାର ସୁରକ୍ଷା ଓ ନ୍ୟାୟ ଦେଇପାରିଲେନି । ପୀଡ଼ିତାଙ୍କୁ ନ୍ୟାୟ ନମିଳିବା ପର୍ଯ୍ୟନ୍ତ ଲଢ଼େଇ ଜାରି ରହିବ ବୋଲି ବିଜେଡି କହିଛି । ସେପଟେ ବିଭାଗୀୟ ମନ୍ତ୍ରୀ ଏହି ଘଟଣାରେ ନିଜର ବିଫଳତା ସ୍ବୀକାର କରି ନୈତିକତା ଦୃଷ୍ଟିରୁ ଇସ୍ତଫା ଦିଅନ୍ତୁ ବୋଲି କଂଗ୍ରେସ ଦାବି କରିଛି ।