ବିକାଶ ରଥକୁ ସ୍ୱାଗତ

 ନୂଆପଡା :  ରାଜ୍ୟ ସରକାରଙ୍କ ବର୍ଷ ପୂର୍ତ୍ତି ଉପଲକ୍ଷେ ଲୋକଙ୍କୁ ସରକାରଙ୍କ ଜନ କଲ୍ୟାଣକାରୀ ନୀତି ଉପରେ ସଚେତନ କରିବା ପାଇଁ ବୁଲୁଛି ବିକାଶ ରଥ । ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକରେ ମଧ୍ୟ ଏହି ରଥ ୨୬ ଟି ଗ୍ରାମ ପଞ୍ଚାୟତ ବୁଲିବାର କାର୍ଯ୍ୟକ୍ରମ ରହିଛି । ଏହି କ୍ରମରେ ଖାସବାହାଲ ଗ୍ରାମ ପଞ୍ଚାୟତରେ ବିକାଶ ବାହନ ରଥକୁ ସ୍ୱାଗତ କରାଯାଇଥିଲା । ପରେ ଆୟୋଜିତ ସଭାରେ ସରପଞ୍ଚ କୁନୁ ଚରଣ ବେହେରା ସଭାପତିତ୍ୱ କରିଥିବାବେଳେ ମୁଖ୍ୟ ଅତିଥି ଭାବରେ ଜିଡିପିଓ ଯଦୁମଣି ନାଏକ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଉପରେ ଆଲୋଚନା କରିଥିଲେ ।  ଏ ଅବସରରେ ନୂତନ ହିତାଧିକାରୀମାନଙ୍କୁ ଭତ୍ତା ଓ ରାସନ୍ କାର୍ଡ ବଣ୍ଟନ କରାଯାଇଥିଲା । ଆୟୋଜିତ ସଭାରେ ସ୍ଥାନୀୟ ସମିତି ସଭ୍ୟ ହେମନ୍ତ ଶବର, କାର୍ଯ୍ୟନିର୍ବାହୀ ଅଧିକାରୀ ତିହାରୁ ହିଆଲ, ଆଇସିଡିଏସ ସୁପର ଭାଇଜର ଦୀପାଞ୍ଜଳି ମେହେର, କୃଷି ଗ୍ରାମ ସେବକ କୁଳମଣି ମାଝୀ, ଗ୍ରାମ ରୋଜଗାର ସେବକ ଜଗନ୍ନାଥ ମେହେରଙ୍କ ସମେତ ମିଶନ ଶକ୍ତି ମହିଳା, ଆଶା କର୍ମୀ, ଅଙ୍ଗନ୍ବାଡ଼ି କର୍ମୀ, ଗାଁ ସାଥି ପ୍ରମୁଖ ଯୋଗ ଦେଇଥିଲେ ।