ରାଷ୍ଟ୍ରପତିଙ୍କୁ ଭେଟିଲେ ‘ଉକିଆ'ର କଳାକାର
ସମ୍ବଲପୁର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସମ୍ବଲପୁରର ‘ଉକିଆ' ଅନୁଷ୍ଠାନର କଳାକାରମାନେ ସାକ୍ଷାତ୍ କରିଛନ୍ତି । ଅନୁଷ୍ଠାନର ମୁଖ୍ୟ ତଥା ନୃତ୍ୟ ନିଦେ୍ର୍ଦଶକ ରଞ୍ଜନ କୁମାର ସାହୁ ଏବଂ ତାଙ୍କ ସାଥୀ କଳାକାରମାନେ ରାଷ୍ଟ୍ରପତିଙ୍କୁ ଭେଟି ଶୁଭେଚ୍ଛା ଜ୍ଞାପନ ସହ ସମ୍ବଲପୁରୀ ନୃତ୍ୟ ପ୍ରତି ଦୃଷ୍ଟି ଆକର୍ଷଣ କରିଥିଲେ । ସୂଚନାଯୋଗ୍ୟ ଯେ, ରଜ ପର୍ବ ଅବସରରେ ଏହି କଳାକାରମାନେ ଗତକାଲି ରାଷ୍ଟ୍ରପତି ଭବନ ଠାରେ କାର୍ଯ୍ୟକ୍ରମ ପରିବେଷଣର ନିର୍ଦ୍ଧାରିତ ହୋଇଥିଲା । ହେଲେ ଅହମଦାବାଦ ଠାରେ ବିମାନ ଦୁର୍ଘଟଣା ଯୋଗୁଁ ପ୍ରାଣ ହରାଇଥିବା ଯାତ୍ରୀମାନଙ୍କ ସମବେଦନାର୍ଥେ ଉକ୍ତ କାର୍ଯ୍ୟକ୍ରମ ବାତିଲ ହୋଇଥିଲା ।