ଚାଷୀ ପୁଅ ହେବେ ଡାକ୍ତର

 ଆସିକା: ଆସିକା ପଞ୍ଚାୟତ ସମିତି ଅନ୍ତର୍ଗତ ନିମିନା ଗାଁର ଚାଷୀ ପୁଅ ନିଟ ପରୀକ୍ଷାରେ ସଫଳତା ଅର୍ଜନ କରି ଅଂଚଳ ପାଇଁ ସୁନାମ ଅର୍ଜନ କରିଛନ୍ତି  । ନିମିନା ଗ୍ରାମର କଳିଙ୍ଗା ରୋଡ଼  ବାସିନ୍ଦା ଜୟସେନ ସାହୁ ଓ ଜୟନ୍ତୀ ସାହୁଙ୍କୁ ଏକ ମାତ୍ର ପୁତ୍ର ଉମା ଶଙ୍କର ସାହୁ ଚଳିତ ବର୍ଷ ନିଟ (ନେସ୍ନାଲ୍ ଏଲିଜିବିଲିଟି କମ୍ଏଣ୍ଟ୍ରାନ୍ସଟେଷ୍ଟ) ସର୍ବ ଭାରତୀୟ ସ୍ତରୀୟ ପରୀକ୍ଷାରେ ସର୍ବ ମୋଟ ୭୨୦ ମାର୍କ ରୁ ୫୪୮ ମାର୍କ ରଖି ଡାକ୍ତରୀ ପଢିବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି  । କୃତି ଛାତ୍ର ଉମା ଶଙ୍କର ସାହୁ ମେଟ୍ରିକ ଗାଁ ପ୍ରଗତି ବିଦ୍ୟା ପିଠ ରେ ଅଧୟନ କରି ୯୧. ୮୩ ମାର୍କ ରଖିଥିଲେ  । ସେହିଭଳି ଭୁବନେଶ୍ୱରରେ ଯୁକ୍ତ ଦୁଇରେ ୯୫.୮୩% ରଖି ନିଟ ପାଇଁ ପ୍ରସ୍ତୁତି ହେଉଥିଲେ  । ଯାଜପୁର ପ୍ରୟାସ କ୍ଳସେସରେ ପାଠ ପାଢ଼ୀ ଚଳିତ ବର୍ଷ ନିଟ ପରୀକ୍ଷାରେ ସଫଳତା ଲାଭ କରିଛନ୍ତି  । ଏଥି ପାଇଁ ଶିକ୍ଷା ଅନୁଷ୍ଠାନର ଶିକ୍ଷକ, ଶିକ୍ଷୟତ୍ରୀ ଓ ବାପା ମାଙ୍କୁ ଶ୍ରେୟ ଦେଇଛନ୍ତି  । ଏହି ସଫଳତା ପାଇବା ପରେ ନିମିନା ବରିଷ୍ଠ ନେତା ତଥା ସରପଞ୍ଚ ବିଦ୍ୟାନ୍ତ ଚର୍ଚ୍ଚି, ଅବସର ପ୍ରାପ୍ତ ଅଧକ୍ଷ ଡ଼.ରାଧା ଚରଣ ସାହୁ, ଗୁରୁଜନ ଓ ସାଙ୍ଗ ସାଥି ଶୁଭେଚ୍ଛା ଜଣାଇଛନ୍ତି  ।