ବିଜେପି ରାଜ୍ୟ ସଭାପତିଙ୍କୁ ଯାଜପୁରରେ ବିପୁଳ ସମ୍ବର୍ଦ୍ଧନା : ଧର୍ମଶାଳା ସଭାରେ ଜିଲାବାସୀଙ୍କୁ ଧନ୍ୟବାଦ ଜଣାଇଲେ ମନମୋହନ

ବିଜେପି ରାଜ୍ୟ ସଭାପତିଙ୍କୁ ଯାଜପୁରରେ ବିପୁଳ ସମ୍ବର୍ଦ୍ଧନା : ଧର୍ମଶାଳା ସଭାରେ ଜିଲାବାସୀଙ୍କୁ ଧନ୍ୟବାଦ ଜଣାଇଲେ ମନମୋହନ

 ଧର୍ମଶାଳା  : ବୁଧବାର ଦୁଇଦିନିଆ ଯାଜପୁର ଗସ୍ତରେ ଆସିଥିବା ରାଜ୍ୟ ବିଜେପି ମନମୋହନ ସାମଲଙ୍କୁ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଛି । ବଡ଼ଚଣା ନିର୍ବାଚନ ମଣ୍ଡଳୀର ଛତିଆରୁ ରାଜ୍ୟ ସଭାପତିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇ ଅଣାଯାଇଥିଲା । ବିରାଟ ଶୋଭାଯାତ୍ରାରେ ଆସି ସଭାପତି ଧର୍ମଶାଳାର ମହୋସôବ ପଡ଼ିଆ ଠାରେ ଆୟୋଜିତ ମିଶ୍ରଣ ପର୍ବ ମଞ୍ଚରେ ପହଁଚିବା ପରେ ବିଜେପି ପକ୍ଷରୁ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଥିଲା । ଆୟୋଜିତ ସମାବେଶରେ ରାଜ୍ୟ ସଭାପତି ମନମୋହନ ମୁଁ ସମ୍ବର୍ଦ୍ଧନା ନେବାକୁ ଆସିନାହିଁ, ବରଂ ଆପଣ ମାନଙ୍କୁ ଧନ୍ୟବାଦ ଦେବାକୁ ଆସିଛି ବୋଲି କହିଥିଲେ । ରାଜ୍ୟସଭାପତି କହିଥିଲେ କି ୨୦୨୪ ନିର୍ବାଚନରେ ଆପଣ ମାନଙ୍କ ଅବଦାନକୁ ଭୁଲିହେବ ନାହିଁ । ଯେତେ ଧନ୍ୟବାଦ ମଧ୍ୟ ଦେଲେ ତାହା କମ୍ ହେବ । ଲୋକେ ବିଶ୍ୱାସ କରିପାରୁନଥିଲେ ଭାରତୀୟ ଜନତା ପାର୍ଟି ଜିତିବ । କିନ୍ତୁ ଆପଣ ମାନଙ୍କ ତ୍ୟାଗ ଓ କଠିନ ପରିଶ୍ରମ ଯୋଗୁ ଦୀର୍ଘ ୭୮ବର୍ଷ ପରେ ଭାରତୀୟ ଜନତା ପାର୍ଟି କ୍ଷମତାକୁ ଆସିଛି ଓ ସରକାର ଗଡିଛି । ଆଜି ଏମିତି କିଛି ଆବେଗ ଭରା ବକ୍ତବ୍ୟ ଧର୍ମଶାଳା ମହୋତ୍ସବ ପଡିଆ ଠାରେ ଅୟୋଜିତ ଭବ୍ୟ ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟ ବିଜେପି ସଭାପତି ମନମୋହନ କହିଥିଲେ । ଜିଲ୍ଲା ବିଜେପି ସଭାପତି ଦେବଯାନୀ ପ୍ରଧାନଙ୍କ ସଭାପତିତ୍ୱରେ ଅୟୋଜିତ କାର୍ଯ୍ୟକ୍ରମରେ ମନମୋହନ୨୪ ବର୍ଷ ଶାସନରେ ଥିବା ବିଜେଡିକୁ କଟାକ୍ଷ କରି କହିଥିଲେ କି ଭଗବାନ କେବେ କାହାର ଗର୍ବ ଅହଙ୍କାର ସହି ପାରନ୍ତିନି  । ବିଜେଡି ସରକାର ଲୋକ ମାନଙ୍କୁ ପୋକ ମାଛି ପରି ଭାବୁଥିଲେ । ସେମାନଙ୍କୁ ଅପଣମାନେ ଉଚିତ ଜବାବ ଦେଇଛନ୍ତି । ସେମାନଙ୍କ ଅହଙ୍କାରର ପତନ ଘଟିଛି । ବିଜେପି ଯାହା କହେ ତା କରିକି ଦେଖାଏ । ନିର୍ବାଚନ ପୂର୍ବରୁ ଦେଇଥିବା ସବୁ ପ୍ରତିଶ୍ରୁତି ଆମେ ରଖିଛୁ । ଯାଜପୁର ହେଉଛି ଆଧ୍ୟାତ୍ମ ଓ ସମ୍ଭାବନାର ଜିଲ୍ଲା । ଖଣି ଖାଦାନ ଠାରୁ ଆରମ୍ଭ କରି ଜଳ ଉତ୍ସ ପର୍ଯ୍ୟନ୍ତ ସବୁଥିରେ ଏହା ଭରପୁର । ରାଜ୍ୟ ରାଜନୀତି ଓ ବିକାଶ କ୍ଷେତ୍ରରେ ଯାଜପୁରର ଅବଦାନ ଅତୁଳନୀୟ । ଅନ୍ୟତମ ଅତିଥି ଭାବେ ଯାଜପୁର ଏମପି ଡ.ରବୀନ୍ଦ୍ର ନାରାୟଣ ବେହେରା ଯୋଗଦେଇ  କହିଥିଲେ କି ଯଦି ଓଡ଼ିଶାରେ ଆଜି ଆମେ ସରକାର ଗଢ଼ିଛୁ ତାହା କେବଳ ରାଜ୍ୟସଭାପତିଙ୍କପାଇଁ ସମ୍ଭବ । ଅନ୍ୟତମ ଅତିଥି ସମବାୟ ମନ୍ତ୍ରୀ ତଥା ସୁକିନ୍ଦା ବିଧାୟକ ପ୍ରଦୀପ ବଳ ସାମନ୍ତ ଉପସ୍ଥିତ ରହି କହିଥିଲେ କି ମନମୋହନ ହେଉଛନ୍ତି ରାଜ୍ୟ ବିଜେପିର ଜଣେ ଦକ୍ଷ ବିନ୍ଧାଣୀ । ବିଜେପି ପ୍ରତି ତାଙ୍କର ଗାରିମାମୟ ଅବଦାନ, ବଳିଦାନ, ତାଙ୍କ ଆଚରଣ ଓ ଉଚ୍ଚାରଣ ଯୋଗୁ ସେ ଚତୁର୍ଥ ଥର ପାଇଁ ରାଜ୍ୟ ବିଜେପି ସଭାପତି ପଦ ମଣ୍ଡନ କରିଛନ୍ତି । ତାଙ୍କ ମାର୍ଗଦର୍ଶନ କ୍ରମେ ବିଜେପି ଆଜି ରାଜ୍ୟରେ ସରକାର ଗଠନ କରିଛି । ତା ସହିତ ଧର୍ମଶାଳାର ଲୋକପ୍ରିୟ ବିଧାୟକ ହିମାଂଶୁ ଶେଖର ସାହୁ(ଲିକୁ)ଙ୍କ ଆଜିର ଏଭବ୍ୟ ଆୟୋଜନକୁ ପ୍ରସଂଶା କରିବା ସହିତ ସେ ହେଉଛନ୍ତି ଧର୍ମଶାଳା ବାସୀଙ୍କ ଧଡ଼କନ ବୋଲି କହିଥିଲେ । ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ କହିଥିଲେ କି ରାଜ୍ୟ ବିଜେପି ସଭାପତିଙ୍କୁ ସମ୍ବର୍ଦ୍ଧିତ କରି ଆମେ ବହୁତ ଗର୍ବିତ । ଏଠି କେବଳ ଭାରତୀୟ ଜନତା ପାର୍ଟିର ସରକାର ଚାଲିବ । ଏଠାରେ ବିଜୁ ଜନତା ଦଳର ସ୍ଥାନ ନାହିଁ ବୋଲି ସେ କହିଥିଲେ । କାଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ବଡଚଣା ବିଧାୟକ ଅମର କୁମାର ନାୟକ, କୋରେଇ ବିଧାୟକ ଆକାଶ ଦାସ ନାୟକ, ପୂର୍ବତନ ବିଜେପି ଜିଲ୍ଲା ସଭାପତି ଗୌତମ ରାୟ, ଉମେଶ ଚନ୍ଦ୍ର ଜେନା, ବବିତା ମଲିକ, ସଞ୍ଚିତା ମହାନ୍ତି, ବିଜେପିର କର୍ମକର୍ତା ସରୋଜ ଭାଇ ପ୍ରମୁଖ ଯୋଗଦାନ କରିଥିଲେ । ସମ୍ବର୍ଦ୍ଧନା ସଭା ପରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା । ଏଥିରେ ଧର୍ମଶାଳା ବ୍ଲକର ହଜାର ବିଜେଡି ସମର୍ଥôତ କର୍ମୀ, କାର୍ଯ୍ୟକର୍ତା, ସରପଞ୍ଚ, ସମିତିସଭ୍ୟ, ସଭ୍ୟା, ପୂର୍ବତନ ବିଜେଡି ସରପଞ୍ଚ ଓ ସମିତିସଭ୍ୟ, ବିଜେଡି ଛାତ୍ର ନେତା, ବିଜେଡି ଯୁବନେତା, ବିଜେଡି ସୋସିଆଲ ମିଡ଼ିଆ ସେଲ, ପୂର୍ବତନ ବିଧାୟକଙ୍କ ପ୍ରତିନିଧି ବିଜେଡି ଛାଡି ବିଜେପିରେ ସାମିଲ ହୋଇଥିଲେ । ଶ୍ରୀ ସାମଲ ସେମାନଙ୍କୁ ଦଳୀୟ ଉତରୀୟ ଓ ଟୋପି ପିନ୍ଧାଇ ଦଳକୁ ସ୍ୱାଗତ କରିଥିଲେ । ରାଜ୍ୟ ସଭାପତିଙ୍କୁ ଉତରୀୟ ଓ ପୁଷ୍ପଭରା ହାର ଦେଇ ଯାଜପୁର ବିଜେପି ଓ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା ।