ବିଧାୟକଙ୍କୁ ଭେଟିଲେ ସିଭିଲ ଡିଫେନ୍ସ କର୍ମଚାରୀ 

 କେନ୍ଦ୍ରାପଡା: ଜିଲ୍ଲାରେ କାର୍ଯ୍ୟରତ ଶତାଧିକ ସିଭିଲ ଡିଫେନ୍ସ ସ୍ୱେଚ୍ଛାସେବୀ ମାନେ ବିଧାୟକ ଗଣେଶ୍ୱର ବେହେରାଙ୍କୁ ଭେଟି ସେମାନଙ୍କର ଦାବି ଉପସ୍ଥାପନ କରିଛନ୍ତି । ଏହି ସ୍ୱେଚ୍ଛାସେବୀ ମାନେ ପୂର୍ବରୁ ଜିଲ୍ଲାପାଳ ସ୍ମୃତି ରଂଜନ ପ୍ରଧାନଙ୍କୁ ଭେଟି ସେମାନଙ୍କ ଦାବିପତ୍ର ପ୍ରଦାନ କରିଥିବା ବେଳେ ଆଜି ବିଧାୟକଙ୍କୁ ଭେଟିଥିଲେ । ସରକାର ବିଭିନ୍ନ ପ୍ରାକୃତିକ ଦୈବ ଦୁର୍ବିପାକ ବାତ୍ୟା, ବନ୍ୟା ଓ ମରୁଡି ସମୟରେ ଫାୟାର ଓ ରାପିଡ୍ ଆକସନ୍ ଫୋରସ୍ ଜୱାନଙ୍କ ସହିତ ନିୟୋଜିତ କରିଥାନ୍ତି । ଏହି ବାବଦକୁ ଦୈନିକ ମଜୁରୀ ହିସାବରେ ମାତ୍ର ୩୧ ଟଙ୍କା ଲେଖା ମାସିକ ୯୩୦ ଟଙ୍କା ଦରମା ପାଉଛନ୍ତି । ଜିଲ୍ଲାରୁ ୨ ହଜାରରୁ ଅଧିକ ଯୁବକଙ୍କୁ ୨୦୧୪ ମସିହାଠାରୁ କାର୍ଯ୍ୟରେ ଲଗାଯାଇଛି । ରାଜ୍ୟ ସରକାର ସେମାନଙ୍କର ଦାବି ପୂରଣ ନକରିବା ଏବଂ ଦୁଃଖ ନଶୁଣିବା ପ୍ରତିବାଦରେ ବିଧାୟକଙ୍କୁ ଭେଟି ପୂନ୍ନରାୟ ରାଜ୍ୟ ସରକାରଙ୍କ ଉଦେ୍ଦଶ୍ୟରେ ଏକ ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି । ତେବେ ବିଧାୟକ ଶ୍ରୀ ବେହେରା ଉପଯୁକ୍ତ ଫୋରମରେ ଏହି ପ୍ରସଙ୍ଗ ଉପସ୍ଥାପନ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।