ସ୍କୁଲରେ ତିଥି ଭୋଜନ
ନୟାଗଡ଼: ଭାପୁର ବ୍ଲକ୍ ଅନ୍ତର୍ଗତ ବେଗୁନିଆ ପ୍ରାଥମିକ ସ୍କୁଲ ପିଲାଙ୍କୁ ତିଥି ଭୋଜନ ପ୍ରଦାନ କରାଯାଇଛି । ସମାଜସେବୀ ସୁକାନ୍ତ ତାଡ ଜଣେ ବଦାନ୍ୟ ବ୍ୟକ୍ତି ହିସାବରେ ଖୁବ ଜଣାଶୁଣା. ସେ ହିଁ ଏହି ତିଥି ଭୋଜନ ଆୟୋଜନ କରିଥିଲେ । ଆୟୋଜିତ ସଭାରେ ବେଗୁନିଆ ଗ୍ରାମର ଅନେକ ବୁଦ୍ଧିଜୀବୀ, ବିଦ୍ୟାଳୟ ପରିଚାଳନା କମିଟିର ସମସ୍ତ ସଦସ୍ୟ, ପୂର୍ବତନ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ମୁଖ୍ୟଅତିଥି ଶ୍ରୀଯୁକ୍ତ ତାଡ ଅଧିକ ରୁ ଅଧିକ ପିଲା ସ୍କୁଲରେ ନାମ ଲେଖାନ୍ତୁ ଓ ଅଭିଭାବକ ନିୟମିତ ଶିକ୍ଷକଙ୍କ ସହିତ ଯୋଗାଯୋଗରେ ରୁହନ୍ତୁ ବୋଲି ନିବେଦନ କରିଥିଲେ । ପ୍ରଧାନଶିକ୍ଷକ ବିଭୁତି ଭୂଷଣ ମିଶ୍ର ଉପସ୍ଥିତ ଥିଲେ । ଶିକ୍ଷକ ସୁରେନ୍ଦ୍ର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଶିକ୍ଷୟିତ୍ରୀ ଉଷାରାଣି ନାୟକଙ୍କ ସମେତ ଗ୍ରାମବାସୀ ସହଯୋଗ କରିଥିଲେ ।