ବିପର୍ଯ୍ୟୟ ପରିଚାଳନା ଉପରେ ମକ୍ଡ୍ରିଲ୍
ଜଟଣୀ: ଟ୍ରେନ୍ ଲାଇନଚୁ୍ୟତ କିମ୍ବା ଦୁର୍ଘଟଣା ପରି ଜରୁରୀକାଳୀନ ପରିସ୍ଥିତିରେ ମଣ୍ଡଳ ସମସ୍ତ ବିଭାଗ ପ୍ରସ୍ତୁତି ଯାଞ୍ଚ କରିବାକୁ ଖୋର୍ଦ୍ଧାରୋଡ ମଣ୍ଡଳ ପକ୍ଷରୁ କେନ୍ଦୁଆପଦା ରେଲୱେ ଷ୍ଟେସନରେ ଏକ ମକ୍ ଡ୍ରିଲ୍ ଆୟୋଜନ ହୋଇଯାଇଛି । ପ୍ରକୃତ ସମୟ ଭିତ୍ତିରେ ମଣିଷ ଏବଂ ସାମଗ୍ରୀ ସହିତ ରିଲିଫ୍ ଅପରେସନ୍ କରାଯାଇଥିଲା । କେନ୍ଦୁଆପଦା ରେଳ ଷ୍ଟେସନରେ ଏକ ତୀର୍ଥଯାତ୍ରୀ ଟ୍ରେନର ଦୁଇଟି କୋଚ୍ ଲାଇନଚୁ୍ୟତ୍ ସମୟରେ ବିଭାଗ ଦ୍ୱାରା ନିଆଯାଇଥିବା ଉଦ୍ଧାର ଏବଂ ପୁନରୁଦ୍ଧାର କାର୍ଯ୍ୟ ଉପରେ ମକ୍ ଡ୍ରିଲ୍ କରାଯାଇଥିଲା । ତୀର୍ଥଯାତ୍ରୀ ଟ୍ରେନର ଲାଇନଚୁ୍ୟତ ତୁରନ୍ତ ପରେ ଆକ୍ସିଡେଣ୍ଟାଲ୍ ରିଲିଫ୍ ଟ୍ରେନ୍ ଏବଂ ମେଡିକାଲ୍ ଭ୍ୟାନ୍, ଭଦ୍ରକ ରେଳ ଷ୍ଟେସନରୁ ଉଦ୍ଧାର କାର୍ଯ୍ୟ ପାଇଁ ଘଟଣାସ୍ଥଳରେ ପହଞ୍ଚିଥିଲା । ଏହି ମକ୍ଡ୍ରିଲରେ ଆହତ ତଥା ଫସି ରହିଥିବା ଯାତ୍ରୀଙ୍କୁ ପ୍ରଭାବିତ କୋଚ୍ରୁ ବାହାର କରିବା, ଚିକିସôା, ଆହତଙ୍କୁ ଡାକ୍ତରଖାନାକୁ ସ୍ଥାନାନ୍ତର, ଯାତ୍ରୀଙ୍କୁ ଖାଦ୍ୟ ସାମଗ୍ରୀ ଯୋଗାଇବା, ଅନୁକମ୍ପା ରାଶି ପ୍ରଦାନ କରିବା, ଯାତ୍ରୀଙ୍କ ଲଗେଜ୍ ଏବଂ ଜିନିଷପତ୍ରର ସୁରକ୍ଷା, ଭିଡ ନିୟନ୍ତ୍ରଣ ଭଳି ଉଦ୍ଧାର କାର୍ଯ୍ୟ ଅନ୍ତର୍ଭୁକ୍ତ କରାଯାଇଥିଲା ଏଥିରେ ପୁନରୁଦ୍ଧାର କାର୍ଯ୍ୟ ମଧ୍ୟ ଅନ୍ତର୍ଭୁକ୍ତ ହୋଇଛି ଯେପରିକି ଲାଇନ୍ଚୁ୍ୟତ୍ କୋଚ୍ ଗୁଡ଼ିକର ପୁନ ଅବସ୍ଥାପନ, ରେଳ ଟ୍ରାକ୍ର ଫିଟନେସ୍ ଏବଂ ପ୍ରଭାବିତ ମାର୍ଗରେ ଟ୍ରେନ୍ କାର୍ଯ୍ୟକୁ ସ୍ୱାଭାବିକ କରିବା ଇତ୍ୟାଦି । ଖୋର୍ଦ୍ଧାରୋଡ ମଣ୍ଡଳ ରେଳ ପ୍ରବନ୍ଧକ ଏଚ୍ଏସ୍ବାଜୱାଙ୍କ ଉପସ୍ଥିତିରେ ଖୋର୍ଦ୍ଧାରୋଡ୍ ମଣ୍ଡଳ ମେଡିକାଲ୍ ଟିମ୍, ଜାତୀୟ ବିପର୍ଯ୍ୟୟ ପ୍ରଶମନ ବାହିନୀ ମୁଣ୍ଡଳି / କଟକ, ଓଡିଶା ବିପର୍ଯ୍ୟୟ ରାପିଡ୍ ଆକ୍ସନ୍ ଫୋର୍ସ / କଳିଙ୍ଗ ନଗର /ଯାଜପୁର, କେନ୍ଦୁଆପଦା ପୋଲିସ ଷ୍ଟେସନର ସ୍ଥାନୀୟ ପୋଲିସ, ରେଲୱେ ପୋଲିସ, ରେଳ ସୁରକ୍ଷା ବଲ, ସିଭିଲ ଡିଫେନ୍ସ, ଖୋର୍ଦ୍ଧା ରୋଡ ସ୍କାଉଟ୍ସ-ଗାଇଡ୍ ଏବଂ ସମସ୍ତ ଶାଖା ଅଧିକାରୀ, ସେମାନଙ୍କ ଦଳ ସହିତ ମକ୍ ଡ୍ରିଲରେ ଅଂଶଗ୍ରହଣ କରିଥିଲେ ।