ରଥଦାଣ୍ଡରେ ଜମୁଛି କାର୍ତ୍ତିକେଶ୍ୱର ଭସାଣୀ

 କେନ୍ଦ୍ରାପଡା: ଶ୍ରୀ ବଳଦେବଜୀଉଙ୍କ ରଥଦାଣ୍ଡରେ କାର୍ତ୍ତିକେଶ୍ୱରଙ୍କ ଭସାଣୀ ପାଳିତ ହେଉଛି । କାର୍ତ୍ତିକ ମାସ ଦଶମୀ ତିଥିରେ ମନ୍ଦିରର ଚର୍ତୁପାଶ୍ୱର୍ରେ ଥିବା ଗ୍ରାମରେ ୨୦ଟି ମୂର୍ତ୍ତି ପୂଜା ପାଇଥାନ୍ତି । ସେଥି ମଧ୍ୟରୁ ୧୩ଟି ମେଢ ଭସାଣୀ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ଗତକାଲି ଠାରୁ ଭସାଣୀ ଉସôବ ଆରମ୍ଭ ହୋଇ ସମ୍ମାପନ ହୋଇଛି । ବିଭିନ୍ନ ମେଢର କର୍ମକର୍ତା ଜିଲ୍ଲା ବାହାରୁ ବିଭିନ୍ନ ପ୍ରକାର ବାଜା ଆଣି ଥିବାରୁ ଏହି ବାଜା ଏବଂ ନାଚ ଦେଖିବା ପାଇଁ ହଜାର ହଜାର ଲୋକ ଜମା ହୋଇ ମେଲଣ ପର୍ବ ଦେଖୁଛନ୍ତି । ମେଢ ଗୁଡିକ ବାହାରି ନିଜ ନିଜ ଗ୍ରାମରେ ବୁଲି ଭୋଗ ଖାଇବା ପରେ ରଥଦାଣ୍ଡରେ ପହଁଚିଥିଲେ । ରାତି ୧୦ଟା ସୁଦ୍ଧା ମେଢ ଗୁଡିକ ବିସର୍ଜନ ଘାଟରେ ପହଁଚିଥିଲେ ।